ETV Bharat / state

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବାସୁଙ୍ଗାପାଟ ପଠାଇଲା ସେରିଫେଡ

ଆଜି ସ୍ଥାନୀୟ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ଲିଃ ଅମ୍ଳାନ, ସେରିଫେଡ୍‌ ଆନୁକୂଲ୍ୟରେ ‘ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବାସୁଙ୍ଗାପାଟ ଯୋଗାଣ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

Basunga Patta to Shree Jagannath Temple
Basunga Patta to Shree Jagannath Temple
author img

By

Published : Apr 28, 2023, 9:39 PM IST

ଭୁବନେଶ୍ବର: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବାସୁଙ୍ଗାପାଟ ପଠାଇଲା ସେରିଫେଡ । ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ଲିଃ ଅମ୍ଳାନ, ସେରିଫେଡ ଆନୁକୂଲ୍ୟରେ ବାସୁଙ୍ଗାପାଟ ପଠାଯାଇଛି । ସେରିଫେଡ କାର୍ଯ୍ୟାଳୟରେ ‘ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବାସୁଙ୍ଗାପାଟ ଯୋଗାଣ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଶ୍ରୀଜଗନ୍ନାଥଙ୍କର ବାସୁଙ୍ଗାପାଟର ମହତ୍ୱ ସଂପର୍କରେ ବକ୍ତବ୍ୟ ରଖିଛନ୍ତି । ସେରିଫେଡସଭାପତି ଭାଗୀରଥି ନନ୍ଦ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ସେରିଫେଡର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ପଟେଲ, ସେରିଫେଡର ସଂପାଦକ ଡ. ପୁରୁଷୋତ୍ତମ ଦାଶ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ସହିତ ବୃକ୍ଷରୋପଣ କରିଛନ୍ତି । ଅତିଥିମାନେ ସେରିଫେଡ କାର୍ଯ୍ୟାଳୟ ପରିସରରେ ୩୦୦ କିଲୋଗ୍ରାମ ବାସୁଙ୍ଗାପାଟ ପ୍ରେରଣକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

୧୯୬୨ ମସିହାରେ ପ୍ରତିଷ୍ଠା ହୋଇଥିବା ସେରିଫେଡ ଶୀର୍ଷ ସମବାୟ ସଂସ୍ଥା ରାଜ୍ୟର ଟସର ଓ ରେଶମ ପାଳକମାନଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରିଆସୁଛି । ଉକ୍ତ ସଂସ୍ଥା ରାଜ୍ୟର ରେଶମ ଉତ୍ପାଦକମାନଙ୍କର ସହଯୋଗ ସହ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ବେଳେ ସେରିଫେଡ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ବାସୁଙ୍ଗାପାଟ ଯୋଗାଇ ଆସୁଛି । ତେବେ ବାସୁଙ୍ଗାପାଟ ହେଉଛି ଏକ ସ୍ୱତନ୍ତ୍ର ଧରଣର ପାଟ ଦଉଡ଼ି । ଯାହାକି ମଲବରି ସୂତାକୁ ପ୍ରକ୍ରିୟାକରଣ ଓ ରଙ୍ଗ କରି ଶ୍ରୀମନ୍ଦିର ପ୍ରଶାସନ, ପୁରୀର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରାଯାଏ । ଏହି କଞ୍ଚାମାଲ ଗଜପତି ଜିଲ୍ଲାର ମୋହନା, ଆର ଉଦୟଗିରି ବ୍ଲକର ଆଦିବାସୀ ମଲବରି କୋଷା ଉତ୍ପାଦନକାରୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ ।

ଆଠଗଡ ନୂଆପାଟଣା ଅଞ୍ଚଳର ସ୍ଥାନୀୟ କାରିଗରଙ୍କ ଦ୍ୱାରା ପ୍ରକ୍ରିୟାକରଣ କରାଯାଇ ରେଶମ ସୂତା ଉତ୍ପାଦିତ ହୁଏ । ମଲବରି ରେଶମ ସୂତାରୁ ସ୍ୱତନ୍ତ୍ର ଧରଣର ଦଉଡ଼ି ଆକୃତିର ବାସୁଙ୍ଗାପାଟକୁ କଇଁଥ ଅଠାରେ ବୁଡ଼ାଇ ଦିଆଯାଏ । ତାହାକୁ କଞ୍ଚା ହଳଦୀ ପାଉଡରରେ ରଙ୍ଗ କରାଯାଏ । ଏହି କଇଁଥ ଅଠା କୋରାପୁଟ ଜିଲ୍ଲାରୁ ମିଳିଥାଏ । ଏହି ବାସୁଙ୍ଗାପାଟ ମଧ୍ୟ ‘ବିଜୟ ଡୋରୀ’, ‘ପଇତା’ ଏବଂ ‘ରାକ୍ଷୀ’ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ୟାନ୍ୟ କାମରେ ବ୍ୟବହାର ହୋଇଥାଏ । ଏହା ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଗୁପ୍ତନୀତି ଓ ଦେବସ୍ନାନ ପୂର୍ଣ୍ଣିମା ପରେ ବ୍ୟବହୃତ ହୋଇଥାଏ ।

ତେବେ ଅମ୍ଳାନ ସେରିଫେଡ ଦ୍ୱାରା ଯୋଗାଣ ହୋଇଥିବା ବାସୁଙ୍ଗାପାଟର ମୂଲ୍ୟ ୨୦୦୦-୦୧ରେ ୩୩ ହଜାର ଟଙ୍କା ଥିବାବେଳେ ୨୦୨୨-୨୩ରେ ୧୨ ଲକ୍ଷ ୩୩ ହଜାର ଟଙ୍କା ରହିଛି । ଏହି ବାସୁଙ୍ଗାପାଟ ଯୋଗାଣ ସେବା ରାଜ୍ୟର ଆଦିବାସୀ ରେଶମ ଉତ୍ପାଦକମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ପାଇଁ ସୁଯୋଗ ପ୍ରଦାନ କରିଥାଏ । ଏହି ଅବସରରେ ବାସୁଙ୍ଗାପାଟ ନିର୍ମାଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଦୁଇଜଣ କୋଷାଚାଷୀ ଗଜପତି ଜିଲ୍ଲାର ଚନ୍ଦ୍ରଗିରିର ଆଦିକନ୍ଦ କାର୍ଜୀ ଓ ଅବାହସିଂର ରାମଚନ୍ଦ୍ର ବଡ଼କୁମର ଏବଂ ଏହାର ପ୍ରକ୍ରିୟାକରଣରେ ଭୂମିକା ଗ୍ରହଣ କରିଥିବା ନୂଆପାଟଣାର କୁଳମଣି ସେଠୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.