ଭୁବନେଶ୍ବର: ଆଜି ପୃଥିବୀର ନିକଟତର ହେବ ଧୂମକେତୁ । ଦୀର୍ଘ ୫୦ ହଜାର ବର୍ଷ ପରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଖାଲି ଆଖିରେ ଦେଖାଯିବ ଧୂମକେତୁ C/2022 E3 (ZTF) । ଉତ୍ତର ଗୋଲାର୍ଦ୍ଧର ସବୁ ଅଞ୍ଚଳରେ ଦୃଶ୍ୟମାନ ହେବା ନେଇ ସୂଚାନା ଦେଇଛନ୍ତି ପଠାଣୀ ସାମନ୍ତ ପ୍ଳାନେଟୋରୀୟମ୍ ଉପନିର୍ଦ୍ଦେଶକ । ଯାହା ଓଡିଶା ଆକାଶରେ ମଧ୍ୟ ଦେଖାଯିବ। ଜାନୁଆରୀ ୩୦ ରୁ ଫେବୃଆରୀ ୨ ତାରିଖ ମଧ୍ୟରେ ଖାଲି ଆଖିରେ ଏହି ଦୃଶ୍ୟ ଦେଖି ହେବ। ତେବେ ଭୁବନେଶ୍ୱର ରେ ଆଲୋକ ପ୍ରଦୂଷଣ ଅଧିକ ଥିବାରୁ ସହରରେ ଦେଖାଯିବା ସମ୍ଭାବନା କମ୍ ରହିଛି । ଦିଲ୍ଲୀ, କାଶ୍ମୀର ଆଦି ଅଞ୍ଚଳରେ ମେଘମୁକ୍ତ ଆକାଶ ରହିଲେ ରାତି ୩ ଟାରୁ ସାଢେ ୪ଟା ମଧ୍ୟରେ ହେବ ଦୃଶ୍ୟମାନ । ରାତିରେ ଦିନ ହେବା ନେଇ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଗୁଜବରେ ବିଶ୍ବାସ ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ବିଳମ୍ବିତ ରାତି ଅର୍ଥାତ ୩ ଟାରୁ ରେ ସମୟ ମଧ୍ୟରେ ଦେଖିବେ ବିରଳ ଦୃଶ୍ୟ ।
ତେବେ ପୃଥିବୀ ଆଡକୁ ମାଡି ଆସିବ ଧୂମକେତୁ । ୫୦ ହଜାର ବର୍ଷ ପରେ ଦୃଶ୍ୟମାନ ହେବ ଏଭଳି ବିରଳ ଧୂମକେତୁ C/2022 E3 । ପୃଥିବୀ ଠାରୁ ୪.୨ କୋଟି କିଲୋମିଟର ଦୂରରେ ହେବ ଦୃଶ୍ୟମାନ । ଚନ୍ଦ୍ର ଅସ୍ତଯିବା ପରେ ଖାଲି ଆଖିରେ ଦେଖାଯିବ । ଉତ୍ତରକୁ ଦେଖିଲେ ଧ୍ରୂବତାରା ଏବଂ ସପ୍ତର୍ଶିମଣ୍ଡଳ ମଝିରେ ଥିବ ଧୂମକେତୁ । ଆଲୋକ ପ୍ରଦୂଷଣ ପାଇଁ ଭୁବନେଶ୍ବରରେ ଦେଖିବା ସମ୍ଭାବନା କମ୍ । ଉତ୍ତର-ପୂର୍ବ ଦିଗରେ ସନ୍ଧ୍ୟା ସାଢେ ୭ ଟା ବେଳକୁ ଉଦୟ ହେବ ଧୂମକେତୁ । ପ୍ରାୟ ୧୫ ରୁ ୧୬ ଡିଗ୍ରୀ ଉପରେ ରହିବ ଧୂମକେତୁ। ରାତି ବଢିବା ସାଙ୍ଗକୁ ଧିରେ ଧିରେ ଉପରକୁ ଉଠିବ ବୋଲି ପଠାଣୀ ସାମନ୍ତ ପ୍ଳାନେଟୋରିୟମ୍ ଉପନିର୍ଦ୍ଦେଶକ କହିଛନ୍ତି । ସେହିପରି ୨୦୨୨ ମାର୍ଚ୍ଚ ରୁ ବୈଜ୍ଞାନିକ ମାନେ ଏହାକୁ ଦେଖିବା ସହ ଏହାର ନାମକରଣ କରାଯାଇଥିବା କହିଛନ୍ତି ଉପନିର୍ଦେଶକ।
ଅନ୍ୟପଟେ ଧୂମକେତୁର କୌଣସି ପ୍ରଭାବ ପଡିବ ନାହିଁ । ଏହା ମଧ୍ୟ ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୋଇଥାଏ । ପୃଥିବୀରୁ ଏହା ଅନତି ଦୂରରେ ରହୁଥିବାରୁ ଏହାର ଆଲୋକ ସେତେଟା ନାହିଁ । କାରଣ ଧୂମକେତୁର ନିଜର ଆଲୋକ ନ ଥାଏ । ସେ ସୂର୍ଯ୍ୟର ଆଲୋକରେ ଆଲୋକିତ ହୁଏ । ପୂର୍ଣ୍ଣମୀ ଚନ୍ଦ୍ର ଠାରୁ ଅଧିକ ଆଲୋକ କେହି ଦେଇପାରିବେ ନାହିଁ । ତେଣୁ ଧୂମକେତୁ ଆଲୋକରେ ରାତିରେ ଦିନ ହେବା ନେଇ ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚକୁ ଖଣ୍ଡନ କରିଛନ୍ତି ପଠାଣୀ ସାମନ୍ତ ପ୍ଳାନେଟୋରିୟମ୍ ଉପନିର୍ଦ୍ଦେଶକ । ଏହାସହ ଗୁଜବରେ ବିଶ୍ବାସ ନ କରିବା ପାଇଁ କୁହାଯାଇଛି ।
ତେବେ ପ୍ରତିବର୍ଷ ୨୦ ରୁ ୨୫ ଟି ଧୂମକେତୁ ସୂର୍ଯ୍ୟ ନିକଟରେ ରହିଥାଏ ଏବଂ ପୃଥିବୀ ପାଖ ଦେଇ ଯାଇଥାଏ। ବୈଜ୍ଞାନିକ ମାନେ ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟ ରେ ଧୂମକେତୁ ଗୁଡିକର ଗତିବିଧି ଲକ୍ଷ କରନ୍ତି। ସୂଚନା ମୁତାବକ ପୂର୍ବରୁ ୧୭୭୭ ମସିହାରେ ଏଭଳି ଏକ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା ।୧୯୯୭ ରେ ଏହିଭଳି ଏକ ଧୂମକେତୁ ଆଲବକ ଆସିଥିଲା । ୨୦୧୯ ରେ ନ୍ୟୁୟ ଏଜ ଧୂମକେତୁ ଦେଖିଥିଲେ ଲୋକେ । ଧୂମକେତୁ ଏକ ଛୋଟ ପିଣ୍ଡ ହୋଇଥିବା ବେଳେ ସେଗୁଡିକର ନାଭି ୧୦ କିମି ହୋଇଥାଏ । କିନ୍ତୁ ଧୂମକେତୁ C/2022 E3j ନାଭି ମାତ୍ର ୨ କିମି ରହିଛି ।
ସେପଟେ ଧୂମକେତୁ C/2022 E3jର ଚିତ୍ର ଉତ୍ତୋଳନ କରିବା ପାଇଁ ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଅଞ୍ଚଳକୁ ଯାଇ ୩ ରାତି ଅନିଦ୍ରା ହେବାକୁ ପଡିଥିଲା ବୋଲି କହିଛନ୍ତି ଫଟୋଗ୍ରାଫର ରାକେଶ ରାଉଳ । ସେ ଏହି ଆଷ୍ଟ୍ରୋ ଫୋଟୋ ଗ୍ରାଫି ୨ ବର୍ଷ ହେବ କରୁଥିବା ବେଳେ ପ୍ରଦୂଷଣ ମୁକ୍ତ ସ୍ଥାନକୁ ଯାଇ ପ୍ରତିବର୍ଷ ନିଜ କ୍ୟାମେରାରେ ଏହି ଫୋଟୋ ଉଠାଇଥାନ୍ତି। ଯାହା ଖାଲି ଆଖିରେ ଦେଖିପାରୁନଥିବା ଧୂମକେତୁ କିଭଳି ଦୃଶ୍ୟମାନ ହୋଇଥାଏ ତାହା ରାକେଶ ଙ୍କ ଫୋଟୋ ଉତ୍ତୋଳନ ରୁ ହିଁ ଜଣାପଡେ । ତେଣୁ ମହାଜାଗତିକ ର ଏଭଳି ବିରଳ ଦୃଶ୍ୟକୁ ଅବଲୋକନ ସହ ଉତ୍ତୋଳନ ପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡିଥାଏ ବୋଲି ସେ କହିଛନ୍ତି।
ଇଟିଭି ଭାରତ, ଭୁବନେଶ୍ବର