ଖୋର୍ଦ୍ଧା: ଶଙ୍ଖ ବାଜୁଛି ହୁଳହୁଳି ପଡୁଛି ଆଉ ଗାଁ ଦାଣ୍ଡରେ ଫୁଲ ବର୍ଷା ହେଉଛି । ସତେ ଯେମିତି ଗାଁ ଦାଣ୍ଡରେ କୌଣସି ପଟୁଆର ଯାଉଛି । ଆଜି ଏପରି ଢଙ୍ଗରେ ଖୋର୍ଦ୍ଧା ଜିଲ୍ଲା ଗେଡିଆପଲି ଗ୍ରାମବାସୀ କୋରୋନା ଯୋଦ୍ଧା ସାଜିଥିବା ପୋଲିସ ବାହିନୀକୁ ସମ୍ବର୍ଦ୍ଧିତ କରିଥିବା ଦେଖା ଦେଇଛି ।
![ଶଙ୍ଖ,ହୁଳହୁଳି ଓ ଫୁଲ ବର୍ଷା କରି କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା](https://etvbharatimages.akamaized.net/etvbharat/prod-images/od-kud-corona-fighter-ready-to-uplode-od10017_21042020145120_2104f_01504_775.jpg)
ଏହି ବିପତ୍ତି ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ଯେପରି ଗାଁ ଗାଁ ବୁଲି ନିଜ ପରିବାର ଠାରୁ ଦୂରରେ ରହି ଲୋକମାନଙ୍କୁ କୋରୋନା ମହାମାରୀର ଭୟାବହତା ବିଷୟରେ ସଚେତନ କରୁଛନ୍ତି ତାଙ୍କର ଏହି କାର୍ଯ୍ୟକୁ ଗ୍ରାମବାସୀ ସ୍ୱାଗତ କରିଛନ୍ତି । ଏ ସମ୍ବର୍ଦ୍ଧନା ପୋଲିସର ମନୋବଳକୁ ଆହୁରି ବଢ଼େଇବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ