ଭୁବନେଶ୍ବର: Eow ସ୍କାନରରେ ବଲିଓଡ଼ର ଲୋକପ୍ରିୟ ଅଭିନେତା ଗୋବିନ୍ଦା । ଏକ ହଜାର କୋଟି ରୁ ଅଧିକ ଅନଲାଇନ ପଞ୍ଜି ସ୍କାମ ମାମଲାରେ ଗୋବିନ୍ଦାଙ୍କୁ ଜେରା କରିବ eow । ପଞ୍ଜି ସ୍କାମ ମାମଲାରେ EOW ଅଭିନେତା ଗୋବିନ୍ଦାଙ୍କୁ ପଚରା ଉଚରା କରିବ ବୋଲି ସଜବାଜ ହେଉଛି । କିନ୍ତୁ ମୁମ୍ବାଇ ଯାଇ ଜେରା କରାଯିବ ବା ତାଙ୍କୁ ଓଡିଶାକୁ ଡକାଯାଇ ଜେରା କରାଯିବ ତାହା ସ୍ପଷ୍ଟ କରିନାହିଁ eow ।
ତେବେ ଗତ ଜୁଲାଇ ରେ ଗୋଆ ଠାରେ STA (ସୋଲାର ଟେକନୋ ଆଲିଆନ୍ସ) ର ଗ୍ରାଣ୍ଡ ଲଞ୍ଚ ରେ ଗୋବିନ୍ଦା ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ। ଏହି ପଞ୍ଜି ସ୍କିମ୍ ରେ ବିନିଯୋଗ କରିବାକୁ ମଧ୍ୟ ଉପସ୍ଥିତ ଲୋକଙ୍କୁ କହିଥିଲେ। ତେଣୁ ଏକ ହଜାର କୋଟି ରୁ ଅଧିକ ଅନଲାଇନ ପଞ୍ଜି ସ୍କାମ ମାମଲାରେ ଲୋକଙ୍କଠାରୁ ହରିଲୁଟ କରିବା ଘଟଣାରେ ଗୋବିନ୍ଦାଙ୍କୁ ଜେରା କରାଯିବ। ତେବେ ଗୋବିନ୍ଦାଙ୍କୁ ପଚାର ଉଚୁରା ପରେ ଜଣାପଡ଼ିବ ତାଙ୍କର ଏଥିରେ କଣ ଭୂମିକା ରହିଛି। ତାଙ୍କୁ କଣ କହି ଏଥିରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କେତେ ଟଙ୍କା ନେଇଥିଲେ ଗୋବିନ୍ଦା । ଏହା ଏକ ଠକେଇ ସଂସ୍ଥା ବୋଲି ସେ ଜାଣି ଥିଲେ କି ନାହିଁ । ସେ ସମ୍ୱନ୍ଧରେ ମଧ୍ୟ ତଥ୍ୟ ସଂଗ୍ରହ କରିବ eow । ତେବେ ବର୍ତ୍ତମାନ ସେ ଅଭିଯୁକ୍ତ ନୁହନ୍ତି ବୋଲି EOW IG ଜୟନାରାଣ ପଙ୍କଜ ସୂଚନା ଦେଇଛନ୍ତି । STA ଦେଶରୁ ଦୁଇ ଲକ୍ଷ ରୁ ଅଧିକ ଲୋକଙ୍କୁ ଠକି ଏକ ହଜାର ରୁ ଅଧିକ ଟଙ୍କା ହାତେଇ ଥିଲା। ଓଡ଼ିଶା ରେ ଏହି ଠକେଇ ପରିମାଣ ୩୦କୋଟିରୁ ଅଧିକ ରହିଛି।
ବଲିଉଡ ଲୋକପ୍ରିୟ ଅଭିନେତା ଗୋବିନ୍ଦା ଏକ ଖବର ସାମ୍ନାକୁ ଆସିଛି। ଏକ ସ୍କାମ ମାଲାରେ ଛନ୍ଦି ହୋଇଛନ୍ତି ଗୋବିନ୍ଦାଙ୍କୁ ଜେରା କରିବ ଓଡ଼ିଶା ଇଓଡବ୍ଲୁ। ରିପୋର୍ଟ ଅନୁସାରେ, 1000 କୋଟି ଟଙ୍କା ଅନଲାଇନ ପଞ୍ଜି ସ୍କାମ ମାମଲାରେ ଗୋବିନ୍ଦାଙ୍କୁ ପଚରାଉଚରା କରିବ ଓଡ଼ିଶା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ଏଥିପାଇଁ EOW ଅଧିକାରୀମାନେ ଶୀଘ୍ର ମୁମ୍ବାଇ ଯିବେ ବୋଲି ଜଣାପଡିଛି।
ରିପୋର୍ଟ ଅନୁଯାୟୀ, ଗୋବିନ୍ଦା ଜୁଲାଇରେ ଗୋଆରେ ଆୟୋଜିତ ସୋଲର ଟେକ୍ନୋ ଆଲାଏନ୍ସ (STA-Token)ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ କିଛି ଭିଡିଓରେ କମ୍ପାନୀକୁ ପ୍ରମୋସନ ମଧ୍ୟ କରିଥିଲେ ଅଭିନେତା। ତେବେ କମ୍ପାନୀ ସହ ଗୋବିନ୍ଦାଙ୍କ ସହ କ'ଣ ଲିଙ୍କ୍ ରହିଛି। ଗୋବିନ୍ଦାଙ୍କ କମ୍ପାନୀରେ ଭୂମିକା କଣ? ସେନେଇ ସବୁ ଦିଗରୁ ଖୋଳତାଡ କରିବ ଇଓଡବ୍ଲୁ। ଏନେଇ ଓଡ଼ିଶା ଇଓଡବ୍ଲୁ ଡିଏସପି ସସ୍ମିତା ସାହୁ କହିଛନ୍ତି, ଇଓଡବ୍ଲୁ ପକ୍ଷରୁ ଏକ ନୋଟିସ ପଠାଇ ଗୋବିନ୍ଦାଙ୍କୁ ଭୁବନେଶ୍ବର ଇଓଡବ୍ଲୁ ଅଫିସକୁ ଡକାଯିବ। କିମ୍ବା ମୁମ୍ବାଇକୁ ଏକ ଟିମ୍ ଯାଇ ତାଙ୍କୁ ପଚରାଉଚରା କରିବ।
ସୂଚନା ଅନୁଯାୟୀ, ସୋଲାର ଟେକ୍ନୋ ଆଲାଇନ୍ସ (STA-Token) ଏକ କମ୍ପାନୀ ଯାହା କ୍ରିପ୍ଟୋକରେନ୍ସି ବିନିଯୋଗ ଆଳରେ ବେଆଇନ ଅନଲାଇନ ପଞ୍ଜି ସ୍କାମ ଚଳାଉଥିବା ଅଭିଯୋଗ ହୋଇଛି। ଏହି କମ୍ପାନୀର ଦୁନିଆର ଅନେକ ଦେଶରେ ରହିଛି। ଅଭିଯୋଗ ହୋଇଛି ଯେ ଏହି ଯୋଜନା ମାଧ୍ୟମରେ କମ୍ପାନୀ ଭାରତର ଅନେକ ସହରରେ 1000 କୋଟି ଟଙ୍କା ଠକେଇ କରିଛି। ଏହି ଅନଲାଇନ୍ ପଞ୍ଜି ସ୍କିମ୍ ମାଧ୍ୟମରେ କମ୍ପାନୀ 2 ଲକ୍ଷରୁ ଅଧିକ ଲୋକଙ୍କ ଠାରୁ ପ୍ରାୟ 1000 କୋଟି ଟଙ୍କାର ଠକେଇ କରିଛି।
ଇଓଡବ୍ଲୁ ଇନ୍ସପେକ୍ଟର ଜେନେରାଲ ଜେ.ଏନ୍ ପଙ୍କଜଙ୍କ ଅନୁଯାୟୀ, ବର୍ତ୍ତମାନ ଗୋବିନ୍ଦା ଏହି ମାମଲାରେ ଅଭିଯୁକ୍ତ ନୁହଁନ୍ତି କିମ୍ବା ତାଙ୍କୁ ସନ୍ଦେହ କରାଯାଉ ନାହିଁ। କିନ୍ତୁ ଏଥିପାଇଁ ତାଙ୍କୁ ଜେରା କରାଯିବା କାରଣ ଗୋବିନ୍ଦା ଏହି କମ୍ପାନୀ ପାଇଁ ପ୍ରଚାର କରିବା ସହ କିଛି ପ୍ରମୋସନ ଭିଡିଓ କରିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଅଧିକାରୀମାନେ ଗୋବିନ୍ଦାଙ୍କୁ ପଚରାଉଚରା କରିବେ ବୋଲି ସେ କହିଛନ୍ତି। ଫଳରେ ଏହି ମାମଲାରେ ତାଙ୍କର ଭୂମିକା କଣ ରହିଛି ତାହା ସ୍ପଷ୍ଟ ହେବା ସହ ତାଙ୍କ ବୟାନ ଆଧାରରେ ଅଧିକାରୀଙ୍କ ହାତରେ କିଛି ପ୍ରମାଣ ଲାଗିପାରେ ବୋଲି ଆଶା କରାଯାଉଛି।ଏବଂ ଏଥିପାଇଁ ଖୁବଶୀଙ୍ର ଏକ ଟିମ୍ ମୁମ୍ବାଇ ଯିବ ବୋଲି ସେ କହିଛନ୍ତି।
ଏହା ମଧ୍ୟ ପଢନ୍ତୁ: ଗୋବିନ୍ଦା କହିଲେ ରାଜନୀତିକୁ ଫେରିବାକୁ ଟ୍ବିଟର୍ ଆବଶ୍ୟକ ନାହିଁ
ସୂଚନା ଥାଉ କି, ଏହି ଠକ କମ୍ପାନୀ ଭଦ୍ରକ, କେଉଁଝର, ବାଲେଶ୍ବର, ମୟୂରଭଞ୍ଜ ଏବଂ ଭୁବନେଶ୍ୱରର ପ୍ରାୟ 10 ହଜାର ଲୋକଙ୍କଠାରୁ 30 କୋଟି ଟଙ୍କା ସଂଗ୍ରହ କରିଛି। ଏହା ବ୍ୟତୀତ ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଆସାମ, ମଧ୍ୟପ୍ରଦେଶ ଏବଂ ଝାଡଖଣ୍ଡ ଭଳି ରାଜ୍ୟରେ ମଧ୍ୟ ଲୋକଙ୍କୁ ଟାର୍ଗେଟ କରିଛି। କମ୍ପାନୀ ଲୋକଙ୍କୁ ଟଙ୍କା ନିବେଶ କରିବାକୁ କହୁଥିଲା ଏବଂ ନିବେଶକମାନଙ୍କୁ ସେମାନଙ୍କ ସହ ଅନ୍ୟ ଲୋକଙ୍କୁ ଯୋଡିବାକୁ ମଧ୍ୟ କହିଥଲା। ଯଦି ଲୋକମାନେ ଯୋଡି ହୁଅନ୍ତି, ତେବେ ସେ କମିଶନ ମଧ୍ୟ ଦେବେ ବୋଲି ପ୍ରତିଶୃତି ଦେଇଥିଲା।
ଇଟିଭି ଭାରତ, ଭୁବନେଶ୍ୱର