ETV Bharat / state

ନାରୀଶକ୍ତିର ପ୍ରଗତିରେ ଦେଶର ପ୍ରଗତି:ରାଜ୍ୟପାଳ

author img

By ETV Bharat Odisha Team

Published : Dec 10, 2023, 11:27 AM IST

Centurion University Convocation Ceremony: ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର 11ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ ରଘୁବର ଦାସ । ଏହି ଅବସରରେ ସେ ନାରୀଶକ୍ତିର ବିକାଶ ଦିଗରେ ମତବ୍ୟକ୍ତ କରିଥିଲେ । ଅଧିକ ପଢନ୍ତୁ

ନାରୀଶକ୍ତିର ପ୍ରଗତିରେ ଦେଶର ପ୍ରଗତି
ନାରୀଶକ୍ତିର ପ୍ରଗତିରେ ଦେଶର ପ୍ରଗତି

ନାରୀଶକ୍ତିର ପ୍ରଗତିରେ ଦେଶର ପ୍ରଗତି

ଖୋର୍ଦ୍ଧା: ନାରୀଶକ୍ତିର ପ୍ରଗତିରେ ଦେଶରେ ହେବ ପ୍ରଗତି । ରାଜ୍ୟ ଓ ଦେଶର ପ୍ରଗତି ପାଇଁ ବିଭିନ୍ନ କ୍ଷେତ୍ରରେ ନାରୀଶକ୍ତିକୁ ଆଗକୁ ନେବାକୁ ପଡ଼ିବ । ଖୋର୍ଦ୍ଧା ଜିଲ୍ଲା ଜଟଣାସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର 11ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ ରଘୁବର ଦାସ ଏଭଳି ମତବ୍ୟକ୍ତ କରିଛନ୍ତି । ମହିଳାଙ୍କ ବିକାଶ ସହିତ ଦେଶର ବିକାଶ ଜଡିତ ବୋଲି ମତପୋଷଣ କରିଛନ୍ତି ରାଜ୍ୟପାଳ ।

ଖୋର୍ଦ୍ଧା ଜିଲ୍ଲା ଜଟଣାସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର 11ତମ ସମାବର୍ତ୍ତନ ଉତ୍ସବ ପାଳନ ହୋଇଯାଇଛି । ଏହି ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ରାଜ୍ୟପାଳ ରଘୁବର ଦାସ । ଏହି ଉତ୍ସବରେ ଯୋଗଦେଇ ସେ କହିଛନ୍ତି ଯେ, ଛାତ୍ରଛାତ୍ରୀ ଓ ବିଶ୍ବବିଦ୍ୟାଳୟ ପାଇଁ ସମାବର୍ତ୍ତନ ଉତ୍ସବ ସ୍ମରଣୀୟ ଦିବସ ଅଟେ । ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ସେ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏହାମଧ୍ୟ ପଢନ୍ତୁ...ଭିସୁଟ ଛାତ୍ରଛାତ୍ରୀଙ୍କୁ ମହାମହିମଙ୍କ ମନ୍ତ୍ର; ଝଡଝଞ୍ଜାକୁ ପାର କର ଭଲ କାମ କରିବାକୁ ଅମାନିଆ ହୁଅ

ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କ ବେଟି ବଚାଓ ବେଟୀ ପଢ଼ାଓ ଯୋଜନା ଉପରେ ମଧ୍ୟ ଆଲୋକପାତ କରିଥିଲେ । ଦେଶରେ ଖେଳକୁଦ ଓ ଶିକ୍ଷା କ୍ଷେତ୍ରରେ ମହିଳାମାନେ ନାମ ଉଜ୍ବଳ କରିଛନ୍ତି । ନାରୀଶକ୍ତି ଆଗକୁ ବଢ଼ିଲେ ଦେଶର ପ୍ରଗତି ସମ୍ଭବ ବୋଲି କହିଥିଲେ ରାଜ୍ୟପାଳ । ଦେଶରେ ଜି-20 ସମ୍ମିଳନୀ ବିଶ୍ୱକୁ ଏକ ପରିବାର ଓ ଏକ ଭବିଷ୍ୟତ ଉପରେ ବାର୍ତ୍ତା ଦେଇଛି । ନୂତନ ଶିକ୍ଷାନୀତି ଅନୁସାରେ ଛାତ୍ରଛାତ୍ରୀ ଭଲ ପାଠ ପଢ଼ିବା, ବୌଦ୍ଧିକ ବିକାଶ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ... ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଶୀର୍ଷରେ: ରାଜ୍ୟପାଳ

ସେହିପରି ଓଡ଼ିଶାରେ ଜାତୀୟ ଅପରାଧ ରେକର୍ଡ଼ ଅନୁସାରେ ପ୍ରତି ଘଣ୍ଟାରେ 17 ଜଣ ଆତ୍ମହତ୍ୟା କରୁଥିବା ସୂଚନା ଦେଇ ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ବୋଲି ରାଜ୍ୟପାଳ ଚିନ୍ତା ପ୍ରକଟ କରିଥିଲେ । ପିଲାମାନେ ସ୍ବଇଚ୍ଛାରେ ଯାହା ପଢ଼ିବାକୁ ଚାହୁଁଛନ୍ତି, ଅଭିଭାବକମାନେ ସେମାନଙ୍କୁ ସେ ଦିଗରେ ନେବା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ଏଥିପ୍ରତି ବିଶ୍ବବିଦ୍ୟାଳୟ ଏବଂ ଅଧ୍ୟାପକମାନେ ଧ୍ୟାନ ଦେବାକୁ ଗୁରୁତ୍ବାରୋପ କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ବିଚାରପତି ସି ଟି ରବି କୁମାର, ଏଚପିସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ମୁଷ୍ପ କୁମାନ, ପୂର୍ବତନ ଅଧ୍ୟକ୍ଷ ମୋହନ ରେଡ୍ଡୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମବର୍ତ୍ତନ ଉତ୍ସବରେ 36 ଜଣ ଗବେଷକଙ୍କୁ ଉପାଧି ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.