ଖୋର୍ଦ୍ଧା: ଦିନ ଦ୍ବିପହରରେ ଘର ସମ୍ମୁଖରୁ ସୁନାଚେନ୍ ଲୁଟି ନେଲେ ଦୁର୍ବୃତ୍ତ। ଘଟଣା ଘଟିଛି ଖୋର୍ଦ୍ଧା ଆଦର୍ଶ ଥାନା ଠାରୁ ମାତ୍ର ୨୦୦ ମିଟର ଦୂର ପୋଷ୍ଟ ଅଫିସ ନିକଟ ରାସ୍ତରେ ।
ଲୁଟର ଶିକାର ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ନମିତା ତ୍ରିପାଠୀ । କୌଣସି ଏକ କାମରେ ନମିତା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । କାମସାରି ସେଠାରୁ ଫେରୁଥିବା ସମୟରେ ଦୁଇଜଣ ଲୁଟେରା ବାଇକରେ ଆସି ନମିତାଙ୍କ ବେକରୁ ଚେନ ଝାମ୍ପିନେଇଛନ୍ତି । ଲୁଟର ସମ୍ପୂର୍ଣ୍ଣ ଚିତ୍ର ସିସିଟିଭି କ୍ୟାମେରରେ କଏଦ ହୋଇଛି । ଏନେଇ ଥାନାରେ ଏକ ଏତଲା ଦିଆଯିବା ସବ ସିସିଟିଭି ଫୁଟେଜ ମଧ୍ୟ ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ