ETV Bharat / state

ମାରଣାସ୍ତ୍ର ଦେଖାଇ କାରରୁ ଟଙ୍କା ଗହଣା ଲୁଟ, ଦୁର୍ବୃତ୍ତ ଫେରାର

ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥ ନିକଟସ୍ଥ ଏକ କାରରୁ ଟଙ୍କା ଓ ଗହଣା ଲୁଟି ନେଇଛନ୍ତି ଲୁଟେରା । ଖଣ୍ଡା ବନ୍ଧୁକ ଦେଖାଇ କାରରୁ ଟଙ୍କା ଗହଣା ଲୁଟି ଦୁର୍ବୃତ୍ତ ଫେରାର ।

ଖଣ୍ଡା ବନ୍ଧୁକ ଦେଖାଇ କାରରୁ ଟଙ୍କା, ଗହଣା ଲୁଟି ଦୁର୍ବୃତ୍ତ ଫେରାର

author img

By

Published : Dec 4, 2019, 2:34 PM IST

Updated : Dec 4, 2019, 3:11 PM IST

ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥରେ ଏକ କାରରୁ ସଶସ୍ତ୍ର ଡକାୟତି । ଚାନ୍ଦପୁର ଥାନା ଚମ୍ପାଗଡ ନିକଟରେ ଏକ କାରରୁ ଟଙ୍କା ଓ ଗହଣା ଲୁଟି ନେଇଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରର ଏକ ପରିବାର କାର ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ବର ଫେରୁଥିବା ବେଳେ ଘଟିଛି ଏପରି ଅଘଟଣ ।

ଖଣ୍ଡା ବନ୍ଧୁକ ଦେଖାଇ କାରରୁ ଟଙ୍କା, ଗହଣା ଲୁଟି ଦୁର୍ବୃତ୍ତ ଫେରାର

ସୂଚନା ଅନୁସାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାରଟି ଚମ୍ପାଗଡ ନିକଟରେ ଖରାପ ହୋଇଯାଇଥିଲା । କାର ଭିତରେ କାଚ ବନ୍ଦ କରି ମାଆ ପୁଅ ରହିଥିଲେ । ସେହି ସମୟରେ ଏକ ବୋଲେରୋ ଗାଡିରେ ୫ ଜଣ ଦୁର୍ବୃତ୍ତ ଆସି ଖଣ୍ଡା ବନ୍ଧୁକ ଦେଖାଇ ସେମାନଙ୍କଠାରୁ ଗୋଟିଏ ସୁନା ଚେନ୍, ମଙ୍ଗଳସୂତ୍ର ଓ ନଗଦ ୯୫୦୦ ଟଙ୍କା ଛଡାଇ ନେଇ ଯାଇଥିବା ଚାନ୍ଦପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରୁଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:୧୬ନଂ ଜାତୀୟ ରାଜପଥରୁ ସଶସ୍ତ୍ର ଡକାୟତିBody:ଖୋର୍ଦ୍ଧା : ୧୬ ନଂ ଜାତୀୟ ରାଜପଥରେ ଏକ କାର୍ ରୁ ହୋଇଛି ସଶସ୍ତ୍ର୍ତ ଡକାୟତି । ଚାନ୍ଦପୁର ଥାନା ଚଂପାଗଡ ନିକଟରେ ଏକ କାରରୁ ଟଙ୍କା ଓ ଗହଣା ଲୁଟି ନେଇଛନ୍ତି ଲୁଟେରା । ଗତ କାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ପରିବାର କାର୍ ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ୱର ଫେରୁଥିବା ବେଳେ କାର୍ ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାରଟି ଚଂପାଗଡ ନିକଟରେ ଖରାପ ହୋଇଯାଇଥିଲା । କାର୍ ଭିତରେ କାଚ ବନ୍ଦ କରି ମା ପୁଅ ରହିଥିଲେ । ସେହି ସମୟରେ ଏକ ବୋଲେରୋ ଗାଡିରେ ୫ ଜଣ ଦୁର୍ଵୁର୍ତ ଆସି ଖଣ୍ଡା ବନ୍ଧୁକ ଦେଖାଇ କାର୍ ଯାତ୍ରୀଙ୍କୁ ଭୟଭୀତ କରାଇ ଗୋଟିଏ ସୁନା ଚେନ୍ , ମଙ୍ଗଳ ସୂତ୍ର ଓ ନଗଦ ୯୫୦୦ ଟଙ୍କା ଛଡାଇ ନେଇଯାଇଥିବା ଚାନ୍ଦପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବାପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
Last Updated : Dec 4, 2019, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.