ETV Bharat / state

ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ କଡ଼ା ବିରୋଧ, ଆନ୍ଦୋଳନ ବେଳେ ବେହୋସ ହେଲେ ଏକାଧିକ ଛାତ୍ରୀ - ଚେତା ହରାଇଲେ ଅନେକ ଛାତ୍ରୀ

ଭୁବନେଶ୍ବର ୟୁନିଟ 9 ସରକାରୀ ବାଳିକା ବିଦ୍ୟାଳୟକୁ ମିଶ୍ରଣକୁ ଜୋରଦାର ବିରୋଧ ବେଳେ ଅଘଟଣ । ଚେତା ହରାଇଲେ ଅନେକ ଛାତ୍ରୀ । ଅଧିକ ପଢନ୍ତୁ

Unit 9 govt girls high school protest
Unit 9 govt girls high school protest
author img

By

Published : Jul 17, 2023, 6:24 PM IST

Updated : Jul 17, 2023, 7:47 PM IST

ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ କଡ଼ା ବିରୋଧ, ଆନ୍ଦୋଳନ ବେଳେ ବେହୋସ ହେଲେ ଅନେକ ଛାତ୍ରୀ

ଭୁବନେଶ୍ବର: ଆନ୍ଦୋଳନ ବେଳେ ଚେତାଶୂନ୍ୟ ହୋଇଗଲେ ଏକାଧିକ ଛାତ୍ରୀ । ୟୁନିଟ ୯ ବାଳିକା ବିଦ୍ୟାଳୟକୁ ମିଶ୍ରଣ ନିଷ୍ପତ୍ତି ବିରୋଧରେ କରୁଥିଲେ ଆନ୍ଦୋଳନ । ହେଲେ ବିରୋଧ ବେଳେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସ୍କୁଲ ମିଶ୍ରଣ ନିଷ୍ପତ୍ତି ବିରୋଧରେ ପ୍ରତିବାଦ ଚାଲିଥିବା ବେଳେ ପାଖାପାଖି 7 ଜଣ ଛାତ୍ରୀ ଚେତାଶୂନ୍ୟ ହୋଇଯାଇଥିବା ଜଣାପଡ଼ିଛି । ଏହାପରେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲେ ଭର୍ତ୍ତି କରାଯାଇଛି ।

ଏଥିରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀମାନଙ୍କ ସହ ଅଭିଭାବକମାନେ ମଧ୍ୟ ସାମିଲ ରହିଥିଲେ । ଏପଟେ ଡିଇଓ ବିଳମ୍ବରେ ଆସିଥିବାରୁ ସେମାନଙ୍କୁ କିଛି ଛାତ୍ରୀ ଘେରିଥିଲେ । ଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ ସମୟରେ କିଛି ଛାତ୍ରୀ ଚେତା ହରାଇଥିଲେ । ସେମାନଙ୍କୁ ସଙ୍ଗେସଙ୍ଗେ 108 ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଗାଡ଼ି ସହାଯ୍ୟରେ ଏପରିକି ସ୍କୁଲର ଶିକ୍ଷକ ମାନେ ନିଜ ସ୍କୁଟି ମାଧ୍ୟମରେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିବାର ଦେଖିବାକୁ ମିଳିଛି । ଏପଟେ ସମସ୍ତେ ସୁସ୍ଥ ରହୁଥିବା ବେଳେ 3 ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ବର୍ତ୍ତମାନ ସୁଦ୍ଧା ଚିକିତ୍ସିତ ହେଉଛନ୍ତି ।

ଏହା ବି ପଢନ୍ତୁ- ସ୍କୁଲ୍ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ, ୟୁନିଟ-9 ସ୍କୁଲରେ ତାଲା ପକାଇ ଆନ୍ଦୋଳନ କଲେ ଛାତ୍ରୀ

ଅନ୍ୟପଟେ ଆନ୍ଦୋଳନ ବେଳେ ବିଳମ୍ବରେ ବିଇଓ ପହଞ୍ଚିଥିବାରୁ ଅନେକ ଛାତ୍ରୀ ବିଇଓଙ୍କୁ ମଧ୍ୟ ଘେରିଥିଲେ । ଆନ୍ଦୋଳନରତ ଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିବାକୁ ଭୁବନେଶ୍ବରର ବିଇଓ ପ୍ରଜ୍ଞା ପରମିତା ଜେନା ସ୍କୁଲ ନିକଟକୁ ଆସିଥିଲେ । ହେଲେ ଏହି ସମୟରେ ଆମ ସ୍କୁଲ ଅନ୍ୟ କାହା ସହ ମିଶ୍ରଣ ହେବ ନାହିଁ ବୋଲି ନାରା ଦେଇଥିଲେ ଛାତ୍ରୀ । ଏହା ସତ୍ତ୍ବେ ସ୍କୁଲ ମଧ୍ୟରେ ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଆଲୋଚନା ହୋଇଥିବା ବେଳେ କଣ ଆଲୋଚନା ହେଲା ଏହାର ବିକଳ୍ପ କଣ ପ୍ରଶ୍ନର ଜବାବ ନଦେଇ ପଳାଇଥିଲେ ବିଇଓ ।

ସୂଚନା ଅନୁଯାୟୀ ଏହି ନିଷ୍ପତ୍ତିକୁ ବିରୋଧ କରି ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରୀ ଓ ଅଭିଭାବକ । ସ୍କୁଲକୁ ବନ୍ଦ କରି ନିକଟସ୍ଥ ବାଳକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ସରକାର ଯୋଜନା କରିଛନ୍ତି । ଏହାକୁ ତୀବ୍ର ବିରୋଧ କରି ଛାତ୍ରୀ ଓ ଅଭିଭାବକ ଶ୍ରେଣୀ ବର୍ଜନ କରି ଆନ୍ଦୋଳନରେ ବସିଛନ୍ତି । ୧୯୬୭ ମସିହାରେ ପ୍ରତିଷ୍ଠିତ ଏହି ସ୍କୁଲରେ ପାଖାପାଖି 500 ଛାତ୍ରୀ ଏଠାରେ ପଢୁଥିବା ବେଳେ କାହିଁକି ବନ୍ଦ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରୀ ଓ ଅଭିଭାବକ।

ରମାଦେବୀ ବିଶ୍ଵବିଦ୍ୟାଳୟରେ ଥିବା ଜୁନିଅର କଲେଜକୁ ଏହି ବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ କୁଳପତି ଗଣଶିକ୍ଷା ବିଭାଗ ଉପରେ ଚାପ ପ୍ରୟୋଗ କରୁଥିବା ନେଇ 2 ଦିନ ତଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପାଖରୁ ଚିଠି ଲେଖି ସରକାରଙ୍କୁ ଅବଗତ କରାଯାଇଛି । ତେବେ ଏହାରି ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ଏହି ପ୍ରସଙ୍ଗରେ ପଚାରିବାରୁ ଏହି ବିଷୟରେ କିଛି ଜାଣିନଥିବା ସହ କୌଣସି ଉତ୍ତର ନାହିଁ ବୋଲି ରୋକ୍‌ଠୋକ୍‌ ଭାବରେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 17, 2023, 7:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.