ETV Bharat / state

ରୋଷେଇ ବେଳେ ଫାଟିଲା ସିଲିଣ୍ଡର, ଗୋଟିଏ ପରିବାରର 7 ଆହତ - ଖୋର୍ଦ୍ଧା ଖବର

ତରକାରୀ ଗରମ କରୁଥିବା ବେଳେ ଅଘଟଣ । ସିଲିଣ୍ଡର ଫାଟି 7 ଗୁରୁତର । ସମସ୍ତ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ....

gas cylinder blast in khordha
ଗ୍ୟାସ ସିଲିଣ୍ଡର ଫାଟି 7ଗୁରୁତର
author img

By

Published : Sep 27, 2020, 8:24 AM IST

Updated : Sep 27, 2020, 8:50 AM IST

ଖୋର୍ଦ୍ଧା: ଗ୍ୟାସ ସିଲିଣ୍ଡର ଫାଟି 7 ଗୁରୁତର । ସମସ୍ତଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି ।

ରୋଷେଇ ବେଳେ ଫାଟିଲା ସିଲିଣ୍ଡର, ଗୋଟିଏ ପରିବାରର 7 ଆହତ

ସୂଚନା ଅନୁସାରେ, ଶନିବାର ରାତିରେ ସମସ୍ତେ ଖାଇବାକୁ ବସିଥିଲେ । ଗ୍ୟାସରେ ତରକାରୀ ଗରମ କରୁଥିବା ବେଳେ ହଠାତ ସିଲିଣ୍ଡରଟି ଫାଟି ଯାଇଥିଲା । ବିସ୍ଫୋରଣର ଭୟାବହତା ଏତେ ଥିଲା ଯେ, ଛାତ ଫାଟି ଯାଇଥିଲା । ନିଆଁର ଧାସ ଅନ୍ୟ ଘରକୁ ବ୍ୟାପି ଯାଇଥିଲା । ଫଳରେ ୩ ବଖରା ଘର ଜଳି ଯାଇଥିବା ବେଳେ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି । ପରିବାର ଲୋକେ ନିଜ ଜୀବନ ବଞ୍ଚାଇ ବାହାରକୁ ଚାଲି ଆସିଥିଲେ। ଖବରପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କ ଶରୀରର ଅଧିକାଂଶ ଅଂଶ ପୋଡ଼ି ଯାଇଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Sep 27, 2020, 8:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.