ଭୁବନେଶ୍ବର: ଜାତୀୟ ପଞ୍ଚାୟତ ପୁରସ୍କାର 2022ରେ ଓଡିଶାକୁ ବଡ଼ ସଫଳତା । ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର- 2022 ଘୋଷଣା କରାଯାଇଛି । ଗଞ୍ଜାମ ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ ରୂପେ ମାନ୍ୟତା ପାଇଛି । ସେହିପରି ହିଞ୍ଜିଳିକାଟୁ ଦେଶର ଶ୍ରେଷ୍ଠ ବ୍ଲକ ପଞ୍ଚାୟତ ଭାବେ ଘୋଷଣା ହୋଇଛି । ଓଡ଼ିଶାର ଏହି ଉଲ୍ଲେଖନୀୟ ସଫଳତା ପାଇଁ ଆସନ୍ତା 17 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ କରିବେ । ଏନେଇ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ସୃଜନାତ୍ମକ ଲିଖନ ପ୍ରତିଯୋଗିତାରେ କମାଲ କଲେ ଭଦ୍ରକ ଝିଅ, ପୁରସ୍କୃତ କରିବେ ପ୍ରଧାନମନ୍ତ୍ରୀ
ଜାତୀୟ ପଞ୍ଚାୟତ ପୁରସ୍କାର 2022ରେ ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ଓ ହିଞ୍ଜିଳି ବ୍ଲକକୁ ଶ୍ରେଷ୍ଠ ବ୍ଲକ ଭାବେ ଚୟନ କରାଯାଇଛି । ତୃଣମୂଳ ସ୍ତରରେ ନିରନ୍ତର ବିକାଶ ଲାଗି ଶ୍ରେଷ୍ଠ ସ୍ଥାନ ହାସଲ କରିଛି ଗଞ୍ଜାମ ଜିଲ୍ଲା । ସେହିପରି ଦେଶର ସମସ୍ତ 6612 ବ୍ଲକ ମଧ୍ୟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକ ଶୀର୍ଷ ସ୍ଥାନ ହାସଲ କରିଛି । କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ଏହି ତାଲିକା ରାଜ୍ୟ ତଥା ଗଞ୍ଜାମ ଜିଲ୍ଲାର ପଞ୍ଚାୟତିରାଜ ବ୍ୟବସ୍ଥାର ସଫଳତା ଦର୍ଶାଉଛି ।
ଏହା ମଧ୍ୟ ପଢ଼ନ୍ତୁ: ବିଦେଶରେ ପ୍ରବାସୀ ଓଡିଆଙ୍କ ମୃତ୍ୟୁ, ବାହାରିନ ଓଡ଼ିଆ ସମାଜ ସହାୟତାରେ ଜନ୍ମମାଟିକୁ ଫେରୁଛି ମୃତଦେହ
ହିଞ୍ଜିଳି ବ୍ଲକର କଣଚୁରା ପଞ୍ଚାୟତ ଦେଶର ଦ୍ବିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ଘୋଷିତ ହୋଇଛି । ସେହିପରି ଶାସନ ଆମ୍ବଗାଁ ଦ୍ବିତୀୟ ଶ୍ରେଷ୍ଠ ସ୍ବଚ୍ଛ ଓ ସବୁଜ ପଞ୍ଚାୟତ ହୋଇଛି । ସାମାଜିକ ସୁରକ୍ଷା ଦୃଷ୍ଟିରୁ ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ଦେଶର ଦ୍ବିତୀୟ ଶ୍ରେଷ୍ଠ ପଞ୍ଚାୟତ ଭାବେ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି । ସ୍ବତନ୍ତ୍ର ବର୍ଗର ପୁରସ୍କାର ତାଲିକାରେ ପାତ୍ରପୁର ବ୍ଲକ ଆଙ୍କୁଲି ଗ୍ରାମ ପଞ୍ଚାୟତ ଦ୍ଵିତୀୟ ଶ୍ରେଷ୍ଠ ଉର୍ଜା ସ୍ବରାଜ ବିକାଶ ପଞ୍ଚାୟତ ଭାବେ ବିବେଚିତ ହୋଇଛି । କାର୍ବନ ନେଚୁରାଲ ବିଶେଷ ପଞ୍ଚାୟତ ପୁରସ୍କାର ପାଇଁ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଗ୍ରାମ ପଞ୍ଚାୟତ ଚୟନ ହୋଇଛି । ଏହି ଜାତୀୟ ପଞ୍ଚାୟତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ପୁରସ୍କାର ସହ 10 କୋଟି 50 ଲକ୍ଷ ଟଙ୍କାର ଆର୍ଥିକ ରାଶି ପୁରସ୍କାର ଆକାରରେ ମିଳିବ ।
ଇଟିିଭି ଭାରତ, ଭୁବନେଶ୍ବର