ଖୋର୍ଦ୍ଧା: ଲକଡାଉନରେ ବି ବନ୍ଦ ନାହିଁ ଗଞ୍ଜେଇ ବେପାର । ଏବେ ପୁଣି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ପାଟ୍ରୋଲିଂ କରିବା ସମୟରେ ଟାଙ୍ଗୀ ଅବକାରୀ ବିଭାଗ ୧୬ ନଂ ଜାତୀୟ ରାଜପଥର ନାଚୁଣୀ ପେଟ୍ରୋଲ ପମ୍ପ ନିକଟରୁ ଗଞ୍ଜେଇ ଜବତ କରିଛି ।
ଏହାସହ ଗୋଟିଏ ସ୍କୁଟି ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଏହି ଘଟଣାରେ ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରାଯିବା ସହ ପଚରାଉଚୁରା ଜାରି ରଖିଛି ଅବକାରୀ ବିଭାଗ । ଗିରଫ ଗଞ୍ଜେଇ ବେପାରୀ ଜଣକ ଟାଙ୍ଗୀ ଥାନା ଉଜୁଡା ଗ୍ରାମରେ ନବ କିଶୋର ପରିଡା । ଜବତ ଗଞ୍ଜେଇ ୫ କେଜି ୨୦୦ ଗ୍ରାମ ହୋଇଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ