ETV Bharat / state

ଶିବାଳୟରେ ଗଞ୍ଜେଇକୁ ନା; ପଦକ୍ଷେପ ନେବାକୁ ନିର୍ଦ୍ଦେଶ - ଶିବାଳୟରେ ଗଞ୍ଜେଇ ବାରଣ

ରାଜ୍ୟର ସମସ୍ତ ଶୈବପୀଠରେ ନିଷେଧ ହେଲା ଗଞ୍ଜେଇ । ଚିଠି ଲେଖିଲା ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ଅଧିକ ପଢନ୍ତୁ

ଶୈବପୀଠରେ ନିଷେଧ ହେଲା ଗଞ୍ଜେଇ
ଶୈବପୀଠରେ ନିଷେଧ ହେଲା ଗଞ୍ଜେଇ
author img

By

Published : May 23, 2023, 1:32 PM IST

Updated : May 23, 2023, 4:44 PM IST

ଭୁବନେଶ୍ବର: ଶୈବପୀଠରେ ନିଷେଧ ହେଲା ଗଞ୍ଜେଇ । ଏଣିକି ଶୈବପୀଠରେ ଗଞ୍ଜେଇ ବ୍ୟବହାର ଓ ସେବନ ମନା । ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ସଂସ୍କୃତି ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଏନେଇ ଚିଠି ଲେଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର ପରିସରରେ ପ୍ରସାଦ ବାହାନାରେ ଆଉ ଚଳିବ ନାହିଁ ଚିଲମରେ ଗଞ୍ଜେଇ ଟାଣିବା । ରାଜ୍ୟର ସମସ୍ତ ଶୈବପୀଠରେ ଗଞ୍ଜେଇ ବ୍ୟବହାରକୁ ଓଡ଼ିଶା ସରକାର ବ୍ୟାନ୍‌ କରିଛନ୍ତି । ନିଜ ଅଞ୍ଚଳରେ ଥିବା ଶୈବପୀଠରେ ଗଞ୍ଜେଇ ବ୍ୟବହାରରେ ରୋକ ଲଗାଇବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

କିଛି ଦିନ ପୂର୍ବରୁ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ରାଜ୍ୟର ପ୍ରମୁଖ ଶୈବପୀଠ ଓ ପର୍ଯ୍ୟଟନ ସ୍ଥଳୀରେ ବହୁଳ ଭାବେ ଗଞ୍ଜେଇ ବ୍ୟବହାର ନେଇ ସଂସ୍କୃତି ବିଭାଗ ନିକଟରେ ଅଭିଯୋଗ କରିଥିଲେ । ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ଶିବ ଭଗବାନ କେବେ ଗଞ୍ଜେଇ ସେବନ କରନ୍ତି ନାହିଁ । କିନ୍ତୁ ଏବେ ଏହା ସମୟ କ୍ରମେ ଅନ୍ଧବିଶ୍ବାସରେ ପରିଣତ ହୋଇଛି । ତେଣୁ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଶୈବପୀଠକୁ ନିଶାମୁକ୍ତ କରିବାକୁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା ।

ଶୈବପୀଠ ପରିସରକୁ ଗଞ୍ଜେଇ ଓ ଭାଙ୍ଗ ଭଳି ନିଶାଦ୍ରବ୍ୟକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ଅନୁରୋଧ କରାଯାଇଛି । ଅଭିଯୋଗ ମିଳିବା ପରେ ପଦକ୍ଷେପ ନେଇଛି ସଂସ୍କୃତି ବିଭାଗ । କିନ୍ତୁ ନିର୍ଦ୍ଦେଶନାମା ଅବମାନନା କଲେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ କୌଣସି ସୂଚନା ଦିଆଯାଇନାହିଁ । ଶୈବକ୍ଷେତ୍ରରେ ଗଞ୍ଜେଇ ବ୍ୟବହାର ଉପରେ କଟକଣା ନେଇ ପ୍ରତିକ୍ରିୟା ରଖିଛନ୍ତି ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ମନ୍ଦିର ଗୁଡିକରେ ବଳି ପ୍ରଥା ବନ୍ଦ କରାଯାଇଛି । ସେହିପରି ମନ୍ଦିରରେ ନିଶା ବ୍ୟବହାର ଓ ସେବନକୁ ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଛି ।

ମନ୍ଦିର ପରିସରରେ ନିଶା ସେବନ ଉଚିତ ନୁହେଁ । କେବଳ ଶୈବପୀଠ ନୁହେଁ ଯେକୌଣସି ଧର୍ମପୀଠରେ ନିଶା ସେବନ ଉଚିତ ନୁହେଁ ବୋଲି ସେ କହିଛନ୍ତି । ତେବେ ଏହି ନିର୍ଦ୍ଦେଶନାମା କେତେଦୂର ପାଳନ ହେବ ଏବଂ ମନ୍ଦିର ପରିଚାଳନା କମିଟି କେମିତି ଗ୍ରହଣ କରିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ଦ୍ଦେଶନାମା ପାଳନ ହେବନା ଶୀତଳ ଭଣ୍ଡାରକୁ ଯିବ ତାହା ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 23, 2023, 4:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.