ETV Bharat / state

ଆସୁଛନ୍ତି ପାର୍ବତୀନନ୍ଦନ, 8 ପ୍ରକାର ମଞ୍ଜିରେ ନିର୍ମିତ ହୋଇଛନ୍ତି ଗଜାନନ - ଗଣେଶ ପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ । ଗଜାନନଙ୍କ ଧରାବତରଣ ପାଇଁ ବିଭିନ୍ନ କମିଟି ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଅଧିକ ପଢନ୍ତୁ

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ
ଗଣେଶ ପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ
author img

By ETV Bharat Odisha Team

Published : Sep 17, 2023, 8:15 PM IST

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ

ଭୁବନେଶ୍ବର: ଆସୁଛନ୍ତି ପାର୍ବତୀନନ୍ଦନ । ଚଳଚଞ୍ଚଳ ହେଲାଣି ପୂଜାମଣ୍ଡପ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନିଆରା ଢଙ୍ଗରେ ଅଗ୍ରପୂଜ୍ୟଙ୍କୁ ଆବାହନ ପାଇଁ ଚାଲିଛି ପ୍ରତିଯୋଗିତା । କେଉଁଠି ଦୀର୍ଘକାୟ ମୂର୍ତ୍ତୁି ପ୍ରସ୍ତୁତ ହେଉଛି ତ କେଉଁଠି ବିଭିନ୍ନ ଥିମ୍‌କୁ ନେଇ ପ୍ରସ୍ତୁତ ହୋଇଛି ପୂଜା ମଣ୍ଡପ । ଚଳିତବର୍ଷ ଷ୍ଟେସନ୍‌ ବଜାରରେ ପରିବଶ ସୁରକ୍ଷାର ବାର୍ତ୍ତା ଦେଇ ଆକର୍ଷିତ କରିବ ୭ ପ୍ରକାର ମଞ୍ଜିରେ ପ୍ରସ୍ତୁତ ୮ ଫୁଟର ଗଣେଷ ମୂର୍ତ୍ତି । ପୂଜା ପାଇଁ ତୋରଣ ସାଜସଜ୍ଜା ଚାଲିଥିବା ବେଳେ ଶେଷ ସ୍ପର୍ଶ ଦେଉଛନ୍ତି ମୂର୍ତ୍ତି କାରିଗର ।

ମା ମଙ୍ଗଳା ୟୁଥ୍ କ୍ଲବ୍ ସଭାପତି ସୂଜିତ କୁମାର ପାତ୍ର କହିଛନ୍ତି, "ନିଜ ନିଜ ପୂଜା ମଣ୍ଡପକୁ ଅନ୍ୟଠାରୁ ନିଆରା କରିବାକୁ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ମା ମଙ୍ଗଳା ୟୁଥ୍ କ୍ଳବ୍ ପକ୍ଷରୁ ମଞ୍ଜିରେ ସଜେଇ ହୋଇଛନ୍ତି ଗଜାନନ । ମକା, କାକୁଡି, କଖାରୁ , କଲରା, ବିନ୍, ଧାନ, ଜହ୍ନି ଆଦି ମଞ୍ଜିରେ ଗଣେଷଙ୍କ ମସ୍ତକରୁ ଶୁଣ୍ଢ ଯାଏଁ ସବୁ ନିର୍ମାଣ କରାଯଇଛି । ପେଟ ଠାରୁ ପାଦ ଯାଏଁ 8 ପ୍ରକାର ମଞ୍ଜିରେ ଖଞ୍ଜିତ ହୋଇଛନ୍ତି ପାର୍ବତୀ ନନ୍ଦନ । ଭୁବନେଶ୍ବର ଷ୍ଟେସନ ବଜାରରେ ୩ ଲକ୍ଷ ମଞ୍ଜିରେ ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଛି । ଏହାର ମୁଖ୍ୟ ଆକର୍ଷଣ ହେଲା ୧ ଫୁଟର ମୂଷା । ଯାହାକୁ ୧୫ ଦିନ ଧରି କେନ୍ଦ୍ରାପଡ଼ାର କାରିଗର ମାନେ ତିଆରି କରିଛନ୍ତି । ୨୧ ତାରିଖରେ ୫ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ୭ଦିନ ଧରି ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ । ଆଉ ଚଳିତ ବର୍ଷ ଏକ ଗରିବ ପିଲାର ପାଠପଢା ଖର୍ଚ୍ଚ ଉଠାଇବ ପୂଜା ମଣ୍ଡପ ।"
ଏହା ମଧ୍ୟ ପଢନ୍ତୁ..ଆସୁଛନ୍ତି ବିଘ୍ନ ବିନାଶକ: ଉଠିବ ପଡିବ କଟକ, ମେଲୋଡି ଟିମ୍‌ ବି ପ୍ରସ୍ତୁତ

ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମେଲୋଡି ନାଇଟ ଓ ମିନା ବଜାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ । ମେଲୋଡି ନାଇଟ ପାଇଁ ବିଭିନ୍ନ କଳାକାର ମଞ୍ଚ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ନୂଆ ପୁରୁଣା ଗୀତ ସହ ଟ୍ରେଣ୍ଡିଂ ଗୀତର ସମ୍ଭାରକୁ ନେଇ ଅଭ୍ୟାସ କରୁଥିବା ବେଳେ ସବୁବର୍ଗର ଦର୍ଶକଙ୍କୁ ମନ ମୋହିବେ କଣ୍ଠଶିଳ୍ପୀ । ତେବେ ଗଣେଶଙ୍କ ଆଗମନକୁ ନେଇ ପୂଜା ମଣ୍ଡପଗୁଡ଼ିକ ପ୍ରସ୍ତୁତି ଜୋରଦାର କରିଥିବା ବେଳେ ଶୃଙ୍ଖଳିତ ଓ ସୁରକ୍ଷିତ ପୂଜା ପାଇଁ ପ୍ରସ୍ତୁତ ରହିଛି କମିଶନରେଟ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.