ETV Bharat / state

କାଲି ପୁରୀରୁ ତାଳଚେର ମଧ୍ୟରେ ହେବ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍‌ ରନ

author img

By ETV Bharat Odisha Team

Published : Sep 10, 2023, 9:27 PM IST

ଆସନ୍ତାକାଲି ପୁରୀରୁ ତାଳଚେର ରୋଡ ଷ୍ଟେସନ ମଧ୍ୟରେ ହେବ ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ । ଟ୍ରାଏଲ ରନ ବେଳେ ଏହା ଖୋର୍ଦ୍ଧା, ଭୁବନେଶ୍ଵର, କଟକ ଓ ଢେଙ୍କାନାଳ ଷ୍ଟେସନରେ ୨ ମିନିଟ ଲେଖାଏଁ ରହିବ । ଅଧିକ ପଢ଼ନ୍ତୁ

trial run of odisha 2nd vande bharat express
ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ

ଭୁବନେଶ୍ବର: ଆସନ୍ତାକାଲି ପୁରୀରୁ ତାଳଚେର ରୋଡ୍‌ ଷ୍ଟେସନ ମଧ୍ୟରେ ହେବ ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍‌ ରନ୍‌ । ଏହା ସକାଳ ୯ଟା ୩୦ରେ ପୁରୀ ଷ୍ଟେସନରୁ ଛାଡ଼ିବ ଏବଂ ଅପରାହ୍ନ ୧୨ଟା ୩୦ରେ ତାଳଚେର ରୋଡ୍‌ ଷ୍ଟେସନରେ ପହଞ୍ଚିବ । ଟ୍ରାଏଲ ରନ୍‌ ବେଳେ ଏହା ଖୋର୍ଦ୍ଧା, ଭୁବନେଶ୍ଵର, କଟକ ଓ ଢେଙ୍କାନାଳ ଷ୍ଟେସନରେ ୨ ମିନିଟ ଲେଖାଏଁ ରହିବ ।

ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ ୯ଟା ୩୦ ସମୟରେ ଛାଡ଼ିବାକୁ ଥିବା ବେଳେ ଖୋର୍ଦ୍ଧା ରୋଡ୍‌ରେ ୧୦ଟା ୧୦ରୁ ୧୦ଟା ୧୨ ପର୍ଯ୍ୟନ୍ତ ରହଣି କରିବ । ସେହିପରି ଭୁବନେଶ୍ୱର ରେଳ ଷ୍ଟେସନରେ ୧୦ଟା ୩୦ ସମୟରୁ ୧୦ଟା ୩୨ ପର୍ଯ୍ୟନ୍ତ ରହଣି କରିବ । କଟକ ରେଳ ଷ୍ଟେସନରେ ୧୧ଟାରୁ ୧୧ଟା ୦୨ ସମୟ ପର୍ଯ୍ୟନ୍ତ ରହଣି କରୁଥିବା ବେଳେ ଢେଙ୍କାନାଳରେ ୧୧ଟା ୪୫ରୁ ୧୧ଟା ୪୭ ପର୍ଯ୍ୟନ୍ତ ରହିବ । ତାଳଚେର ରେଳ ଷ୍ଟେସନଠାରେ ୧୨ଟା ୩୦ ମିନିଟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ପହଞ୍ଚିବ ।
ଏହା ମଧ୍ୟ ପଢ଼ନ୍ତୁ: ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ, ରାଉରକେଲାରୁ ଭୁବନେଶ୍ୱରକୁ ସଂଯୋଗ କରିବ

ପ୍ରକାଶ ଥାଉକି, ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବା ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଥିଲେ । ଦ୍ୱିତୀୟ ବନ୍ଦେ ଭାରତ ପାଇଁ ରୁଟ୍ ଚାର୍ଟ ପ୍ରସ୍ତୁତି ସରିଥିବା କହିଥିଲେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ ଓ ତାଳଚେରକୁ ଏହି ଟ୍ରେନ୍‌ ଯୋଡ଼ିବ । ଚଳିତ ବର୍ଷ ଗତ ମେ' ମାସ ୧୮ ତାରିଖରେ ରାଜ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗଡ଼ିଥିଲା । ଭର୍ଚ୍ଚୁଆଲ ମୋଡ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଶୁଭାରମ୍ଭ କରିଥିଲେ । ଏହି ସେମି ହାଇସ୍ପିଡ୍‌ ଟ୍ରେନ୍‌ଟି ପୁରୀରୁ ହାୱଡ଼ା ମଧ୍ୟରେ ଚଳାଚଳ ଆରମ୍ଭ କରିଥିଲା । ଏହି ବନ୍ଦେ ଭାରତ ଟ୍ରେନ୍‌ ରେଳଯାତ୍ରୀଙ୍କୁ ଦ୍ରୁତ, ଆରାମ ଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରୁଛି । ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ । ବନ୍ଦେ ଭାରତ ଟ୍ରେନ୍‌ ପାଖାପାଖି ୫୦୦ କିଲୋମିଟର ଦୂରତା ସାଢ଼େ ୬ ଘଣ୍ଟାରେ ଅତିକ୍ରମ କରିବାର ସାମର୍ଥ୍ୟ ରହିଛି । ସାଧାରଣ ଟ୍ରେନ୍‌ ତୁଳନାରେ ଏହା ବେଶ ଆରାମଦାୟକ ଅଟେ । ଟ୍ରେନ୍‌ର ସବୁ କୋଚ୍‌ ଏସି ରହିଛି । ଟ୍ରେନ୍‌ରେ ଜିପିଏସ୍‌ ଓ ଫାୟାର୍ ସେନ୍ସର ଲଗାଯାଇଛି । ୱାଇଫାଇ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଖାଦ୍ୟପାନୀୟ ପାଇଁ ଡିପ ଫ୍ରିଜର ରଖାଯାଇଛି । ଯାତ୍ରୀଙ୍କ ପାଖରେ ରହିଛି ମୋବାଇଲ ଚାର୍ଜିଂ ପଏଣ୍ଟ । ଲଗେଜ ରଖିବା ପାଇଁ ମଡ୍ୟୁଲାର ରାକ୍ ମଧ୍ୟ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.