ETV Bharat / state

Free Wifi: ରାଜ୍ୟର ସବୁ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ହେବ ୱାଇଫାଇ

ଦିନକୁ 1 GB ଡାଟାର ସୁବିଧା ପାଇବେ ଛାତ୍ରଛାତ୍ରୀ । ବୈଷୟିକ ମହାବିଦ୍ୟାଳୟ ଓ ଜେନେରାଲ କଲେଜ ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହାର ଲାଭ ନେଇ ପାରିବେ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ବା ଡାଟା ଯୋଗାଇବା ଲାଗି ଇଲିକ୍ଟ୍ରୋନିକ୍ସ ଓ ଆଇଟି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ନିରନ୍ତର ପ୍ରୟାସ ଜାରି ରହିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 1, 2023, 9:59 PM IST

ରାଜ୍ୟର ସବୁ ବିଶ୍ଵ ବିଦ୍ୟାଳୟ କ୍ୟାମ୍ପସ ହେବ  ୱାଇଫାଇ

ଭୁବନେଶ୍ବର: ରାଜ୍ୟର ସବୁ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ହେବ WiFi । ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା WiFi । ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସୁବିଧା ପାଇଁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଅଧିକାଂଶ ପାଠ୍ୟ ପୁସ୍ତକ ଅନ ଲାଇନରେ ରହିଛି । ମାଗଣା ଇଣ୍ଟରନେଟର ସୁବିଧା ଦ୍ଵାରା ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସହାୟକ ହେବ । ଯାହା ଫଳରେ ଶୈକ୍ଷିକ ବାତାବରଣରେ ଉନ୍ନତି ଆସି ପାରିବ । ଏଥିପାଇଁ କ୍ୟାମ୍ପସରେ WiFi ନେଟୱାର୍କ ଇନଷ୍ଟଲ ଲାଗି ବ୍ୟୟ ଅଟକଳ ଦେବାକୁ ସବୁ ବିଶ୍ଵବିଦ୍ୟାଳୟର କୁଳସଚିବ ମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ ।

ଅଧିକ ପଢନ୍ତୁ- ଦେଶର 6000 ରେଳ ଷ୍ଟେସନରେ ମାଗଣା Wi-Fi ସେବା

ଏହା ସହ ଦିନକୁ 1 GB ଡାଟାର ସୁବିଧା ପାଇବେ ଛାତ୍ରଛାତ୍ରୀ । ବୈଷୟିକ ମହାବିଦ୍ୟାଳୟ ଓ ଜେନେରାଲ କଲେଜ ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହାର ଲାଭ ନେଇ ପାରିବେ । ଏହାକୁ କାର୍ଯ୍ୟକାରୀ କରିବା ଲାଗି ବା ଡାଟା ଯୋଗାଇବା ଲାଗି ଇଲିକ୍ଟ୍ରୋନିକ୍ସ ଓ ଆଇଟି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ନିରନ୍ତର ପ୍ରୟାସ ଜାରି ରହିଛି । ରାଜ୍ୟର ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ କଳାତ୍ମକ ଭିତ୍ତିଭୂମିର ସୁବିଧା ପ୍ରଦାନ କରି ବିଭାଗର ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଛି । ଯାହାକି ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ବାତାବରଣରେ ଉତ୍କର୍ଷତା ଆଣିବାରେ ଉପଯୋଗୀ ହୋଇପାରିଛି ।

ଏହା ମଧ୍ୟ ପଢନ୍ତୁ: ଶିଶୁ ଅଧିକାର ସୁରକ୍ଷା ପାଇଁ ହାତ ମିଳେଇବାକୁ ଆହ୍ବାନ ଦେଲା ଓସିପିସିଆର

କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଉଚ୍ଚ ଶିକ୍ଷା ବିଭାଗ ଅନେକ ପଦକ୍ଷେପ ଗ୍ରହଣ କରିଛି । ତେବେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର 3 ଟି ପ୍ରକଳ୍ପ ପାଇଁ 2 କୋଟି 17 ଲକ୍ଷ 8 ହଜାର 300 ଟଙ୍କା ମଞ୍ଜୁର କରିଛି । ଏହି 3ଟି ପ୍ରକଳ୍ପ ହେଉଛି ପ୍ରଥମତଃ ଶ୍ରେଣୀଗୃହର ବିକାଶ ଏବଂ ବିଭିନ୍ନ ବିଭାଗ କୋଠା ନିର୍ମାଣ ପାଇଁ 76 ଲକ୍ଷ 22 ହଜାର 700 ଟଙ୍କା ରହିଥିବା ବେଳେ ଦ୍ଵିତୀୟରେ ଇଷ୍ଟ ହଷ୍ଟେଲର ପ୍ରଥମ ମହଲା ବିଲ୍ଡିଂର ମରାମତି ଏବଂ ନବୀକରଣ କାର୍ଯ୍ୟ ପାଇଁ 95 ଲକ୍ଷ 83 ହଜାର 200 ଟଙ୍କା ରହିଛି । ସେହିପରି ଭାବରେ କ୍ୟାମ୍ପସରେ ଆଲୋକୀକରଣ ପାଇଁ 45 ଲକ୍ଷ 2 ହଜାର 400 ଟଙ୍କା ଖର୍ଚ୍ଚ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.