ETV Bharat / state

ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ସ୍କୁଲ ୟୁନିଫର୍ମ

ବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ୟୁନିଫର୍ମ । ‘ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀ ପରିଧାନ’ ଯୋଜନାରେ ଛାତ୍ରଛାତ୍ରୀ ଏହି ସୁବିଧା ପାଇପାରିବେ । ଅଧିକ ପଢନ୍ତୁ

author img

By

Published : Jul 11, 2023, 6:51 AM IST

ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ସ୍କୁଲ ୟୁନିଫର୍ମ
ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ସ୍କୁଲ ୟୁନିଫର୍ମ

ଭୁବନେଶ୍ବର: ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ସ୍କୁଲ ୟୁନିଫର୍ମ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଭଳି ଏବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଲ ୟୁନିଫର୍ମ ଦିଆଯିବ । ଦୁଇ ହଳ ପୋଷାକ ସହ ଜୋତା ଓ ମୋଜା ବି ଯୋଗାଇ ଦିଆଯିବ । ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ’ ଯୋଜନାରେ ହାଇସ୍କଲର ସମସ୍ତ ଛାତ୍ରଛାତ୍ରୀ ଏହି ଯୋଜନାର ସୁବିଧା ପାଇପାରିବେ । ଏହି ଯୋଜନାକୁ ଚଳିତ ଶିକ୍ଷାବ‌ର୍ଷରୁ କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟ ରହିଛି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ସ୍କୁଲ ୟୁନିଫ

୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଗୋଟିଏ ପିଲା ପିଛା ୫୫୦ ଟଙ୍କା ମୂଲ୍ୟରେ ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା ଦିଆଯିବ । ଏହାସହ ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟ୍ରାକ ପ୍ୟାଣ୍ଟ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ । ପୂର୍ବରୁ କେବଳ ପ୍ରଥମରୁ ଅ‌ଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପୋ‌ଷାକ ଓ ଉଭୟ ଜୋତା ଓ ମୋଜା ପାଉଥିଲେ । ଏବେ ହାଇସ୍କୁଲ ପିଲାଙ୍କୁ ମଧ୍ୟ ଏହି ସୁବିଧା ମିଳିବାକୁ ଯାଉଛି । ହାଇସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ଓ ଜୋତା ମୋଜା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଏହାମଧ୍ୟ ପଢନ୍ତୁ: ଆମ ଓଡ଼ିଶା ନବୀନ ଓଡିଶା ଏକ ନୂଆ ଓଡ଼ିଶାର ସୂତ୍ରପାତ କରିବ: ମୁଖ୍ୟମନ୍ତ୍ରୀ

ପୋଷାକ, ଜୋତା ମୋଜା କ୍ରୟ ଓ ବିତରଣ ପାଇଁ ବ୍ଲକ ସ୍ତରରେ ଏକ କମିଟି ଗଠିତ ହୋଇଛି । ଏହି କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିଥିବା ବେଳେ ପାଖାପାଖି ୫ଟି ଅଧିକାରୀମାନେ ସଦସ୍ୟ ରହିଛନ୍ତି । ତେବେ ଏହି କମିଟି ନେତୃତ୍ବରେ ସ୍ବୀକୃତିପ୍ରାପ୍ତ ଏସଏଚଜିଙ୍କୁ ପୋଷାକ ଗୁଡ଼ିକ ବଣ୍ଟନ ଦାୟିତ୍ବ ଦିଆଯାଇଛି । ସେମାନେ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପୋଷାକ ସହିତ ଜୋତା ମୋଜା ଯୋଗାଡ଼ କରି ବଣ୍ଟନ କରିବେ । ଜଣେ ଛାତ୍ରଛାତ୍ରୀଙ୍କୁ ବର୍ଷକ ପାଇଁ ଦୁଇ ହଳ ପୋଷାକ ଓ ଏକ ହଳ ଯୋତା, ଏକ ହଳ ମୋଜା ପ୍ରଦାନ କରାଯିବ ।

ଛାତ୍ରଙ୍କ ପାଇଁ ଫୁଲ୍‌ ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ପାଇଁ ଚୁଡ଼ିଦାର ପଞ୍ଜାବୀ ପୋଷାକ ରହିଛି । ତେବେ ଏହା କିଭଳି ଭାବରେ ସମସ୍ତ ପିଲାଙ୍କ ନିକଟରେ ପହଞ୍ଚିବ ସେନେଇ ମଧ୍ୟ ଧ୍ୟାନ ଦିଆଯିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ୧୩ଟି ବ୍ଲକରେ ୪୫୩ଟି ସେକେଣ୍ଡାରୀ ସ୍କୁଲରେ ୪୮,୧୦୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.