ETV Bharat / state

କେନ୍ଦ୍ର ଦେଉଥିବା ଚାଉଳ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚୁ: ଧର୍ମେନ୍ଦ୍ର ପ୍ରଧାନ

author img

By

Published : Jan 5, 2023, 8:03 PM IST

ଧର୍ମେନ୍ଦ୍ର କହିଛନ୍ତି, ‘‘ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ପ୍ରଦାନ କରାଯାଉଛି । ଏହାର ଲାଭ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ମୋଦି ସରକାର ନୂଆ ବ୍ୟବସ୍ଥା କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଦେଶର ୯୦ ରୁ ୯୫ ସିଂହ ଭାଗ ଦେଉଛି କେନ୍ଦ୍ର ସରକାର । ଅବଶିଷ୍ଟ ରାଜ୍ୟ ସରକାର ଦେଉଥିଲେ । କିନ୍ତୁ ବିତରଣ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପାଖରେ ଥିଲା ।" ଅଧିକ ପଢନ୍ତୁ

କେନ୍ଦ୍ର ଦେଉଥିବା ଚାଉଳ ସଠିକ  ହିତାଧିକାରୀଙ୍କ ପାଖରେ ପହଞ୍ଚୁ: ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଦେଉଥିବା ଚାଉଳ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚୁ: ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଦେଉଥିବା ଚାଉଳ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚୁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ପ୍ରଦାନ କରାଯାଉଛି । ଏହାର ଲାଭ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ମୋଦି ସରକାର ନୂଆ ବ୍ୟବସ୍ଥା କରିଛନ୍ତି । ହିତାଧୀକାରିଙ୍କୁ ଆଉ ଗୋଟେ ବର୍ଷ ମିଳିବ ମାଗଣା ଚାଉଳ । ଗୋଟିଏ ବର୍ଷକୁ ମାଗଣ ରାସନ ସମ୍ପ୍ରସାରଣ ହେବା ପରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି, "ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ପ୍ରଦାନ କରାଯାଉଛି । ଏହାର ଲାଭ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ମୋଦି ସରକାର ନୂଆ ବ୍ୟବସ୍ଥା କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଦେଶର ୯୦ ରୁ ୯୫ ସିଂହ ଭାଗ ଦେଉଛି କେନ୍ଦ୍ର ସରକାର । ଅବଶିଷ୍ଟ ରାଜ୍ୟ ସରକାର ଦେଉଥିଲେ । କିନ୍ତୁ ବିତରଣ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପାଖରେ ଥିଲା । ଓଡ଼ିଶାରେ ସାଢେ ଚାରି କୋଟି ରୁ ୩ କୋଟି ୨୫ ଲକ୍ଷ ଲୋକ ସୁବିଧା ପାଉଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ ଲକ୍ଷ ୮୭ ହଜାର ମେଟ୍ରିକ ଟନ ଚାଉଳ ରାଜ୍ୟକୁ ମିଳୁଛି । ବର୍ତ୍ତମାନ କେଜି ପିଛା ୩୭ ଟଙ୍କା ୮୮ ପଇସା ଖର୍ଚ୍ଚ ହେଉଛି । ଏଥିପାଇଁ ମାସିକ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ଷକୁ ୮୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କେନ୍ଦ୍ର ସରକାର ।"

ରାଜ୍ୟ ସରକାର ଠିକ ଭାବେ ବିତରଣ କରନ୍ତୁ । କମ୍ପ୍ୟୁଟର, ଆଧୁନିକରଣ ପାଇଁ କେନ୍ଦ୍ର ସରକାର ସହଯୋଗ କରିଛନ୍ତି । ରାଜ୍ୟ ସରକାର ୯ ଲକ୍ଷ ହିତାଧିକାରୀଙ୍କ କଥା କହୁଛନ୍ତି ହୁଏତ ସେତିକି ବି ଦେଉନାହାଁନ୍ତି । ମୋଦି ଦେଉଥିବା ଚାଉଳକୁ ହେରଫେର ନ କରି ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚାନ୍ତୁ ରାଜ୍ୟ ସରକାର । ୮୪୦୦ କୋଟି ତୁଳନାରେ ୧୮୫ କୋଟି କେତେ ବିଚାର କରିବେ ଓଡିଶାବାସୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.