ETV Bharat / state

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ନିଟ୍‌ ଓ ଜେଇଇ କୋଚିଂ

Free NEET and JEE Coaching: ରାଜ୍ୟର ସମସ୍ତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ନିଟ୍‌ ଓ ଜେଇଇ କୋଚିଂ । ନିର୍ଦ୍ଦେଶ ଦେଲା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 30, 2023, 7:10 AM IST

ରାଜ୍ୟରେ ମାଗଣା ନିଟ୍‌ ଓ ଜେଇଇ କୋଚିଂ
ରାଜ୍ୟରେ ମାଗଣା ନିଟ୍‌ ଓ ଜେଇଇ କୋଚିଂ

ଭୁବନେଶ୍ବର: ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ରାଜ୍ୟର ସମସ୍ତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ନିଟ୍‌ ଓ ଜେଇଇ କୋଚିଂ । ନିଟ୍ ଓ ଜେଇଇ ଆଶାୟୀଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ସ୍କୁଲରେ କୋଚିଂ ଦେବା ପାଇଁ ପଦକ୍ଷେପ ନେବାକୁ ଚିଠି ଲେଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଏହି ଚିଠି ହୋଇଛି । ଭର୍ଚୁଆଲ୍ କୋଚିଂ ପାଇଁ ବ୍ୟବସ୍ଥା କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଅଧ୍ୟକ୍ଷମାନେ ନିଜ ନିଜ ସ୍କୁଲରେ ସ୍ମାର୍ଟ ଟିଭି ସହ ସମସ୍ତ ବନ୍ଦୋବସ୍ତ କରିବେ ।

ରାଜ୍ୟରେ ମାଗଣା ନିଟ୍‌ ଓ ଜେଇଇ କୋଚିଂ
ରାଜ୍ୟରେ ମାଗଣା ନିଟ୍‌ ଓ ଜେଇଇ କୋଚିଂ
ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେଉଛନ୍ତି । ତେବେ ନିଟ୍ ଓ ଜେଇଇ ପାଇଁ ଅଧ୍ୟୟନ କରୁଥିବା ଆଶାୟୀଙ୍କୁ ସପ୍ଲିମେଣ୍ଟାରୀ ଭାବରେ ଅନ୍‌ଲାଇନ୍‌ କୋଚିଂ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଏହି ମାଗଣା କୋଚିଂ । ଯାହାଫଳରେ ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଠପଢାରେ ଅର୍ଥ ବାଧକ ସାଜିବ ନାହିଁ । ରାଜ୍ୟର ଅପଗ୍ରେଡ ହୋଇଥିବା ୧୦୧ ସ୍କୁଲରେ ମାଗଣା କୋଚିଂ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ଏହା ମଧ୍ୟ ପଢନ୍ତୁ: ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଂ

ଅନେକ ଅଞ୍ଚଳରେ ଯୁକ୍ତ ଦୁଇ କଲେଜ ବହୁ ଦୂରରେ ରହିଥିବାରୁ ଛାତ୍ରଛାତ୍ରୀ ମାଟ୍ରିକ ପରେ ଆଉ ପାଠ ପଢୁନଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲକୁ ଦଶମ ପରେ ଦ୍ୱାଦଶ ଯାଏଁ ଅପଗ୍ରେଡ୍‌ କରିଛନ୍ତି । ଯାହାଫଳରେ ଯେଉଁମାନେ ମାଟ୍ରିକ ପରେ ପଢୁନଥିଲେ ସେମାନେ ଆଜି ପାଠ ପଢିବାକୁ ଆଗକୁ ଆସୁଛନ୍ତି । ସ୍କୁଲରେ ପିଲାଙ୍କର ସଫଳତା ପାଇଁ ରାଜ୍ୟ ସରକାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି ।

ପ୍ରତିବର୍ଷ ଦଶମ ଶ୍ରେଣୀ ପରେ ହଜାର ହଜାର ଛାତ୍ରଛାତ୍ରୀ ଡ୍ରପ୍‌ ଆଉଟ୍ ହେଉଛନ୍ତି । ଏଭଳି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି ସ୍କୁଲ ଅପଗ୍ରେଡ ସହ ଜେଇଇ ଓ ନିଟ୍ କୋଚିଂ ବ୍ୟବସ୍ଥା ଲାଗୁ ହେବାକୁ ନିଷ୍ପତ୍ତି ହୋଇଛି । ଡ୍ରପ୍ଆଉଟ୍ କମାଇବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ଡ୍ରପଆଉଟ୍ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ସିଟିଟିସିରେ ଟ୍ରେନିଂ ଦେବା ପାଇଁ ମଧ୍ୟ ଯୋଜନା କରାଯାଇଛି । ଏହାଦ୍ବାରା ଯେପରି ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀ ନିଜେ ଟ୍ରେନିଂ ନେବା ସହିତ କୁଶଳୀ ହୋଇପାରିବେ ସେନେଇ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.