ETV Bharat / state

ଲବଙ୍ଗ ବାବାର ଖୋଲିବ କାରନାମା, ନିବସ୍ତ୍ର କରି ଯୁବତୀଙ୍କୁ ଭର୍ଚ୍ଚୁଆଲ ଝଡାଫୁଙ୍ଖା - ଲବଙ୍ଗ ବାବା

Fraud astrologer Nilambar pani: ଗିରଫ ଲବଙ୍ଗ ବାବାର ଖୋଲିବ କାରନାମା । ନିବସ୍ତ୍ର କରି ଯୁବତୀଙ୍କୁ ଭର୍ଚ୍ଚୁଆଲ ଝଡାଫୁଙ୍ଖା ନେଇ ମିଳିଲା ତଥ୍ୟ । ଅଧିକ ପଢନ୍ତୁ

Fraud astrologer Nilambar pani
Fraud astrologer Nilambar pani
author img

By ETV Bharat Odisha Team

Published : Jan 13, 2024, 8:55 PM IST

ଲବଙ୍ଗ ବାବାର ଖୋଲିବ କାରନାମା

ଭୁବନେଶ୍ବର: ଆଇଟି ଲେଡିଙ୍କ ଭବିଷ୍ୟ ଗଣନା ଆଳରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଭଣ୍ଡ ଲବଙ୍ଗ ବାବାଙ୍କ ଖୋଲୁଛି ଗୁମର । ନିବସ୍ତ୍ର କରି ଯୁବତୀଙ୍କୁ ଭର୍ଚ୍ଚୁଆଲରେ ଝଡାଫୁଙ୍ଖା କରୁଥିବା ମହିଳା ଜଣେ ଅଭିଯୋଗ କରିଛନ୍ତି । ଏପରି ଭର୍ଚ୍ଚୁଆଲ ମୋଡରେ ଝଡାଫୁଙ୍କା ସାଙ୍ଘାତିକ କାରନାମାର ସୁରାକ ପାଇଛି କମିସନରେଟ ପୋଲିସ । ଏନେଇ ଅଧିକ ତଦନ୍ତ ପାଇ ରିମାଣ୍ଡରେ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ପ୍ରକାଶ ପାଲ ।

ଲୋକ ଲଜ୍ଜା ଭୟରେ ବାବାଙ୍କ ବିରୋଧରେ ଅନେତ ଅଭିଯୋଗ କରିବାକୁ ଆସୁନଥିବା ଜଣାପଡ଼ିଛି । ଭଣ୍ଡ ଲବଙ୍ଗ ବାବା ଅନେକ ଲୋକଙ୍କ ମନରେ ଏହି ବିଶ୍ବାସ ଜନ୍ମାଇ ଏପରି କାମୁକ ଭାବନା ଚରିତାର୍ଥ କରୁଥିଲା । ନୟାପଲ୍ଲୀ ଥାନାର କେସରେ‌ ବାବା ଗିରଫ‌ ହେବା ପରେ ଏବେ ଫିଟୁଛି ଗୋଟିଏ‌ ପରେ‌ ଗୋଟିଏ‌ ଗୁମର । ନ୍ୟୁଡ କଲରେ‌ ଝଡାଫୁଙ୍କା ନେଇ ଯୁବତୀ ଜଣକ ପୋଲିସକୁ ଜଣାଇଛନ୍ତି । ବାବା ତାଙ୍କ ୫ ବର୍ଷର ପୁରୁଣା ସମ୍ପର୍କକୁ ହଠାତ ୧୫ଦିନରେ ଫାଟକୁ ଯୋଡିବାକୁ କରିଥିଲେ ଚକ୍ରାନ୍ତ । ଯୁବତୀ ଜଣଙ୍କ ମାନସିକ ଚାପରେ ଥିବାରୁ ବାବାଙ୍କ ଏପରି ଅନଲାଇନ ଭିଡିଓ ଦେଖି ଯୋଗାଯୋଗ କରିଥିଲେ ।

ଏହା ବି ପଢନ୍ତୁ- ବାସ୍ତୁ ପୂଜା ଆଳରେ ଆଇଟି ଲେଡିଙ୍କୁ ଦୁଷ୍କର୍ମ, ଭଦ୍ରକରୁ ଭଣ୍ଡବାବା ଗିରଫ

ହେଲେ ବାବା ଏହି ଯୁବତୀଙ୍କର ନିରୀହତାର ସୁଯୋଗ ନେଇ ଏପରି ଭର୍ଚ୍ଚୁଆଲ ସମାଧାନ ଦେବା ଆଳରେ ନ୍ୟୁଡ ଫଟୋକୁ ଆଧାର କରି ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ । ତେବେ ଏନେଇ ଅଧିକ ତଦନ୍ତ କରିବାକୁ ପୋଲିସ ବାବାଙ୍କ ଆର୍ଥିକ କାରବାର ଉପରେ ନଜର ପକାଇଛି । ଭଣ୍ଡ ବାବାର ବିଭିନ୍ନ‌ ଆକାଉଣ୍ଟରେ କେଉଁଠି କେଉଁଠି ଟଙ୍କା ଆଣିଛି, କାହାକୁ ଠକେଇ କରି ବା ଡରାଇ ଧମକାଇ ଏପରି ଟଙ୍କା ଲୁଟ କରିଛି ନା ନାହିଁ ? ସେ ନେଇ ପୋଲିସ ତନାଘନା କରିବ । ଏଥିସହ ବାବା ଆଉ କେଉ ଲୋକଙ୍କୁ ଏପରି ଠକେଇ କରିଛନ୍ତି । ନିଜକୁ ଇଞ୍ଜିନିୟର ଜ୍ୟୋତିଷ ସହ ବାସ୍ତୁ ବିଷାରଦ ଭାବେ ବେଶ ଅନଲାଇନରେ ନିଜର‌ ପ୍ରଚାର କରୁଥିଲା ଭଣ୍ଡବାବା ।

ଏନେଇ‌ ପୋଲିସ ତାକୁ ରିମାଣ୍ଡରେ ନେବ କୋର୍ଟରେ ଆବେଦନ କରିବ । ତେବେ ଗତ ୧୪ ଡିସେମ୍ବରରେ ଜଣେ ଆଇଟି ପ୍ରଫେସନାଲ ମହିଳାଙ୍କୁ ତାଙ୍କ ଘରର ବାସ୍ତୁ ସମାଧାନ ଆଳରେ ପ୍ରଥମେ ଦେଖା ସାକ୍ଷାତ ସହ ୮୩ ହଜାର‌ ଟଙ୍କା ଫୋନ ପେ ନେଇ ପରେ ତାଙ୍କ ପରିବାରରେ କିଛି ସମାଧାନର ପ୍ରତିଶୃତି ଦେଇ ଠକିଥିଲା ଏହି ଠକ । ଲେଡି ସଫ୍ଟୱେର ଇଞ୍ଜିନିୟର ସହ ତାଙ୍କ ସ୍ବାମୀଙ୍କ ମଧ୍ୟରେ ଥିବା ସମ୍ପର୍କର ଫାଟ ଯୋଡିବାକୁ ଏକ ଲବଙ୍ଗ ଖୁଆଇବା ଆଳରେ ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ‌ ହୋଇଥିଲା । ଏନେଇ‌ ଗତକାଲି ଭଣ୍ଡ ବାବାକୁ ଗିରଫ କରି‌ କୋର୍ଟ ଚାଲାଣ କରିଛି ପୋଲିସ । କିଭଳି ବିଶ୍ବାସ ଆଳରେ‌ ଲୋକଙ୍କ ବିଶ୍ବାସକୁ ଅସ୍ତ୍ର କରି ନିଜର ଖଳ ପ୍ରକୃତିକୁ ଚରିତାର୍ଥ କରୁଥିଲା ସେନେଇ ଗୁମର ଫିଟାଇଥିଲା କମିସନରେଟ ପୋଲିସ । ଭଣ୍ଡବାବାକୁ ଖୁବଶୀଘ୍ର ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.