ETV Bharat / state

ରାଜଧାନୀରେ ସୀମା ଟପିଲା ବର୍ବରତା, ଦୁଷ୍କର୍ମ ପରେ 4ଵର୍ଷ ଶିଶୁକନ୍ୟାକୁ ଗଳାକାଟି ହତ୍ୟା ! - ଭୁବନେଶ୍ୱରରେ ଶିଶୁକନ୍ୟା ସହ ଦୁଷ୍କର୍ମ

ରାଜଧାନୀରେ ଅଭାବନୀୟ ଘଟଣା । 4ଵର୍ଷର ଶିଶୁକନ୍ୟାକୁ ଗଳା କାଟି ହତ୍ୟା କଲା ଦୁର୍ବୃତ୍ତ । ଅଧିକ ପଢ଼ନ୍ତୁ

four year old girl was strangled to death

author img

By ETV Bharat Odisha Team

Published : Nov 7, 2023, 8:56 AM IST

Updated : Nov 7, 2023, 8:29 PM IST

ରାଜଧାନୀରେ ସୀମା ଟପିଲା ବର୍ବରତା,

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । 4 ବର୍ଷର ଶିଶୁ କନ୍ୟାକୁ ଗଳାକାଟି ବୀଭତ୍ସ ହତ୍ୟା କଲା ଦୁର୍ବୃତ୍ତ । ଘରେ କେହି ନଥିବା ବେଳେ ଘଟିଲା ଏପରି ହତ୍ୟାକାଣ୍ଡ । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ସୋମବାର ବିଳମ୍ବିତ ରାତିରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୋଲିସ । ହତ୍ୟାକାରୀକୁ ଧରିବାକୁ ପୋଲିସ ଓ ସ୍ପେଶାଲ୍‌ ସ୍କ୍ବାର୍ଡ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ, ସୋମବାର ସନ୍ଧ୍ୟା ପ୍ରାୟ 7ଟା ପରେ କାମକୁ ଯାଇଥିବା ମୃତ ଶିଶୁକନ୍ୟାର ପରିବାର ଲୋକେ ଘରକୁ ଫେରିଥିଲେ । ଏହାପରେ ଶିଶୁକନ୍ୟାର ମୃତଦେହ କ୍ଷତାକ୍ତ ଅବସ୍ଥାରେ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ପଡ଼ୋଶୀ ଲୋକଙ୍କୁ ପଚାରିବାରୁ ନାବାଳିକାକୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ଜାଣିବାକୁ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଦୁଷ୍କର୍ମ ପରେ ତିନି ମାସର ଗର୍ଭବତୀ ଭିନ୍ନକ୍ଷମ ଯୁବତୀ, ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ

ପାଖରେ ଥିବା ଜଣେ ଦୋକାନି କହିଛନ୍ତି ଯେ, ଶେଷ ଥର ପାଇଁ ସେ ଶିଶୁକନ୍ୟାକୁ ଘରକୁ ଚକୋଲେଟ ନେଇ ଯାଇଥିବା ଦେଖିବାକୁ ପାଇଥିଲେ। ସେ କହିଛନ୍ତି, "ବସ୍ତିର ଘନିଆ ନାମକ ଯୁବକ ଦୁଇଟି ଚକଲେଟ ନେଇ ଯାଇଥିଲା । ଘନିଆ ଏଭଳି କାମ କରିଥାଇପାରେ । ଚକଲେଟ ଦେଇ ତା ସହିତ କୌଣସି ଖରାପ କାମ କରିବାକୁ ଯାଇ ଏଭଳି ଘଟଣା ଘଟାଇଥାଇପାରେ ।"

ଏହା ମଧ୍ୟ ପଢନ୍ତୁ-ଜଟଣୀରେ ଚାଞ୍ଚଲ୍ୟ, ଘରେ ପଢୁଥିବା ବେଳେ ନବମ ଶ୍ରେଣୀ ଛାତ୍ରକୁ ଗଳା କାଟି ହତ୍ୟା

ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହ ଜବତ ସହ ତଦନ୍ତ ଜାରି ରଖିଛି । ମୃତ ଶିଶୁକନ୍ୟାର ବାପା ଓ ମା ଦିନ ମଜୁରିଆ ହୋଇଥିବା ବେଳେ ଉଭୟ କାମକୁ ଯାଇଥିଲେ । ଏହି ସମୟରେ ଏପରି ଘଟଣା ଘଟାଇଛି ଦୁର୍ବୃତ୍ତ । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । ଏହି ଘଟଣାରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ କରିବ । ବସ୍ତି ବାସିନ୍ଦାଙ୍କୁ ପୋଲିସ ପଚରାଉଚରା ଜାରି‌ ରଖିଛି । ସେପଟେ ଘନିଆକୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରହିଛି । ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଶିଶୁକୁ ଦୁଷ୍କର୍ମ କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ହେବ ବୋଲି ଏସିପି ଗିରିଜା ଚକ୍ରବର୍ତ୍ତୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 7, 2023, 8:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.