ETV Bharat / state

ଲୁଟ୍ ଗହଣାରେ ମିଳୁଛି ଗୋଲ୍ଡଲୋନ, ଧରାପଡିଲେ ୪ ଲୁଟେରା

author img

By

Published : Nov 29, 2022, 9:15 AM IST

ମହିଳାଙ୍କ ସୁନା ଚେନ୍‌ ଛିଣ୍ଡାଇ ଫେରାର ହୋଇଯିବା ପରେ ୪ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ତେବେ ଏମାନେ ଚୋରୀ ଓ ଛିନତାଇ କରୁଥିବା ସୁନାକୁ ବିଭିନ୍ନ ଗୋଲ୍ଡ ଫାଇନାନ୍ସ କମ୍ପାନୀରେ ରଖି ଗୋଲ୍ଡ ଲୋନ ନେଇଥିବା କଥା ସ୍ଵୀକାର କରିଛନ୍ତି । ଅଧିକ ପଢ଼ନ୍ତୁ

ଲୁଟ୍ ଗହଣାରେ ମିଳୁଛି ଗୋଲ୍ଡଲୋନ, ଧରାହେଲେ ୪ ଲୁଟେରା

ଭୁବନେଶ୍ବର: ଲୁଟ୍ ପାଇଁ ଫାଇନାନ୍ସ କମ୍ପାନୀ ପ୍ରୋତ୍ସାହିତ କରୁଥିବା ଅଭିଯୋଗ । ଲୁଟ୍ ଗହଣାକୁ ବିନା ଯାଞ୍ଚରେ ମିଳୁଛି ଗୋଲ୍ଡ ଲୋନ । ଫଳରେ ଲୁଟେରାଙ୍କ ମନୋବଳ ସହ ବଢୁଛି ସହରରେ ଅପରାଧ । ଯାହାର କାରନାମା ଏବେ ସାମ୍ନାକୁ ଆସିଛି । କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି ୪ ଜଣ ଲୁଟେରା । ଜଣେ ମହିଳାଙ୍କ ସୁନା ଚେନ୍‌ ଛିଣ୍ଡାଇ ଫେରାର ହୋଇଯିବା ପରେ ଅଭିଯୋଗ ଆଧାରରେ ଏମାନଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ ।

ଗିରଫ ହୋଇଥିବା ଲୁଟେରାମାନେ ରାସ୍ତାରେ ଲୋକଙ୍କୁ ଡରାଇ ଧମକାଇ ଲୁଟୁଥିଲେ ଟଙ୍କା ଓ ଗହଣା । ୪ ଲୁଟେରାଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଲୁଟେରାଙ୍କ ନିକଟରୁ ୧୭୧ ଗ୍ରାମ ସୁନାଗହଣା ଜବତ କରାଯାଇଛି । ଏହାସହ ଲୁଟ୍‌ରେ ବ୍ୟବହାର ହେଉଥିବା ଦୁଇଟି ପଲ୍‌ସର ବାଇକକୁ ଜବତ କରିଛି ପୋଲିସ । ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ବହୁ ଅପରାଧିକ ମାମଲା ରହିଥିବା ଜଣାପଡିଛି । ଏମାନେ ବିଶେଷ କରି ସକାଳ ସମୟରେ ଫୁଲ ତୋଳୁଥିବା ମହିଳା ବା ମର୍ଣ୍ଣିଂୱାକ୍‌ କରୁଥିବା ଲୋକଙ୍କୁ ଟାର୍ଗେଟ କରିଥାନ୍ତି ।

ଏହିପରି ଢଙ୍ଗରେ ଲିଙ୍ଗରାଜ ଥାନା କାଚରାପିଣ୍ଡି ଛକ ନିକଟରେ ୩ ଜଣ ଅଭିଯୁକ୍ତ ଏକ ମୋଟର ସାଇକେଲ ଜରିଆରେ ଜଣେ ମହିଳାଙ୍କ ପଛ ପାଖରୁ ଆସି ତାଙ୍କ ବେକରୁ ହଠାତ ସୁନା ଚେନ ଛିଣ୍ଡାଇ ନେଇଯାଇଥିଲେ । ଘଟଣାସ୍ଥଳରୁ ପଲସର ଯୋଗେ ଫେରାର ହୋଇଯାଇଥିଲେ । ଘଟଣାର ଅଭିଯୋଗ ପରେ ଲିଙ୍ଗରାଜ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାର ତଦନ୍ତ ବେଳେ ସିସିଟିଭି ଫୁଟେଜ ପାଇଥିଲା । ପରେ ଗାଡ଼ିର ନମ୍ବରକୁ ଟ୍ରାକ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ସେମାନେ ସମସ୍ତେ ପୂର୍ବରୁ ବହୁ ଚୋରୀ ଓ ଛିନତାଇ ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ଜଣା ପଡିଛି ।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏମାନେ ଚୋରୀ ଓ ଛିନତାଇ କରୁଥିବା ସୁନାକୁ ବିଭିନ୍ନ ଗୋଲ୍ଡ ଫାଇନାନ୍ସ କମ୍ପାନୀରେ ରଖି ଗୋଲ୍ଡ ଲୋନ ନେଇଥିବା କଥା ସ୍ଵୀକାର କରିଛନ୍ତି । ହେଲେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ଫାଇନାନ୍ସ କର୍ମଚାରିଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇନାହିଁ । ଏନେଇ ପୁଣି ବେଲ୍‌ରେ ଆସି ଅନେକ ଅପରାଧି ଏପରି ଲୁଟ କରି ଲୋନ କରୁଛନ୍ତି । କିନ୍ତୁ ଫାଇନାନ୍ସ କମ୍ପାନୀ ଅପରାଧ‌ ଲୁଚାଉଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.