ETV Bharat / state

ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରୟାସ: ୪ ଓଡିଆ ଶିକ୍ଷାଧିକାରୀଙ୍କୁ ଜାତୀୟ ପୁରସ୍କାର - ମହେଶ୍ଵର ସାହୁ

ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରୟାସ ପାଇଁ ଓଡ଼ିଶାର ୪ ଶିକ୍ଷାଧିକାରୀଙ୍କୁ ଜାତୀୟ ପୁରସ୍କାର । ଅଧିକ ପଢନ୍ତୁ

୪ ଓଡି଼ଆ ଶିକ୍ଷାଧିକାରୀଙ୍କୁ ଜାତୀୟ ପୁରସ୍କାର
୪ ଓଡି଼ଆ ଶିକ୍ଷାଧିକାରୀଙ୍କୁ ଜାତୀୟ ପୁରସ୍କାର
author img

By ETV Bharat Odisha Team

Published : Dec 6, 2023, 12:01 PM IST

ଭୁବନେଶ୍ବର: ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରୟାସ ପାଇଁ ଓଡ଼ିଶାର ୪ ଶିକ୍ଷାଧିକାରୀଙ୍କୁ ମିଳିଛି ଜାତୀୟ ପୁରସ୍କାର । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ସ୍ତରରେ କାର୍ଯ୍ୟରତ ୪ ଜଣ ଶିକ୍ଷା ଅଧିକାରୀଙ୍କୁ ଏହି ସମ୍ମାନଜନକ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ଏହି ତାଲିକାରେ ଅଛନ୍ତି କଟକର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତ, ବାଲିପାଟଣାର ପ୍ରାକ୍ତନ ବ୍ଲକ ଶିକ୍ଷା ଅଧିକାରୀ ତଥା ବର୍ତ୍ତମାନର ଉପନିର୍ଦ୍ଦେଶକ ମହେଶ୍ଵର ସାହୁ, ଭୁବନେଶ୍ବରର ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ବ୍ଲକ ଶିକ୍ଷା ଅଧିକାରୀ ପ୍ରଜ୍ଞା ପରମିତ ଜେନା ଏବଂ ଗଞ୍ଜାମର ବ୍ଲକ ଶିକ୍ଷା ଅଧିକାରୀ ଭାଗୀରଥି ବେହେରା । ବିଭିନ୍ନ ବର୍ଷ (୨୦୨୦-୨୦୨୧ ଓ ୨୦୨୧ -୨୦୨୨) ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଯାହାକି ଜାତୀୟ ସ୍ତରରେ ଓଡ଼ିଶାର ସମ୍ମାନ ବୃଦ୍ଧି କରିଛି ।

୪ ଓଡି଼ଆ ଶିକ୍ଷାଧିକାରୀଙ୍କୁ ଜାତୀୟ ପୁରସ୍କାର
୪ ଓଡି଼ଆ ଶିକ୍ଷାଧିକାରୀଙ୍କୁ ଜାତୀୟ ପୁରସ୍କାର

ଏହା ମଧ୍ୟ ପଢନ୍ତୁ: ଜିଲ୍ଲାକୁ ପଠାଗଲା ମାଟ୍ରିକ ନମୁନା ପ୍ରଶ୍ନପତ୍ର, ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ

ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ଅନୁଷ୍ଠାନ (ଏନଆଇଇପିଏ) ଦ୍ଵାରା ନୂଆଦିଲ୍ଲୀର ୧୫ ଜନପଥ ଅନ୍ତର୍ଗତ ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ର ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପରୋକ୍ତ ଶିକ୍ଷା ଅଧିକାରୀମାନଙ୍କୁ ଏହି ସମ୍ମାନଜନକ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି । ଓଡ଼ିଶା ଶିକ୍ଷାଧିକାରୀମାନେ ଏହି ପୁରସ୍କାର ଗ୍ରହଣ କରି ଜାତୀୟ ସ୍ତରରେ ଓଡିଶାର ସମ୍ମାନ ବୃଦ୍ଧି କରିଛନ୍ତି । ମହେଶ୍ବର ସାହୁଙ୍କୁ ସୁନ୍ଦର ବିଦ୍ୟାଳୟ ପରିବେଶରେ ଆନନ୍ଦଦାୟକ ଶିକ୍ଷା ଦିଗରେ ଅଭିନବ ପ୍ରୟାସ ପାଇଁ ଜାତୀୟ ପୁରସ୍କାର ମିଳିଛି ।

୪ ଓଡି଼ଆ ଶିକ୍ଷାଧିକାରୀଙ୍କୁ ଜାତୀୟ ପୁରସ୍କାର
୪ ଓଡି଼ଆ ଶିକ୍ଷାଧିକାରୀଙ୍କୁ ଜାତୀୟ ପୁରସ୍କାର

ଏହା ମଧ୍ୟ ପଢନ୍ତୁ: CBSE ବୋର୍ଡ ମୂଲ୍ୟାଙ୍କନ ଢାଞ୍ଚାରେ ପରିବର୍ତ୍ତନ, ୧୦ମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କୁ ମିଳିବନି ଡିଭିଜନ

ଏହା ମଧ୍ୟ ପଢନ୍ତୁ: ‘ଜାତୀୟ ଶିକ୍ଷା ନୀତି ଭାରତୀୟଙ୍କୁ ଭାରତର ଆତ୍ମାର ପରିଚୟ ଦେବ’

ସେହିପରି ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ା ପାଇଁ ଶିକ୍ଷଣ ସାମଗ୍ରୀ ସୃଷ୍ଟି ଓ ତାହାର ଉପଯୋଗ ଉପରେ ଡକ୍ଟର ସନ୍ତୋଷ କୁମାର ରାଉତ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଅନ୍ୟପକ୍ଷରେ ଡକ୍ଟର ପ୍ରଜ୍ଞା ପରମିତା ଜେନାଙ୍କୁ ବଗିଚାରେ ପାଠପଢା ଓ ଅନ୍ୟ ଅଭିନବ ପ୍ରୟାସ ପାଇଁ ଏବଂ ଭାଗୀରଥୀ ବେହେରାଙ୍କୁ ବିଦ୍ୟାଳୟ ସ୍ତରରେ ଶିଶୁ ଲେଖକ ସୃଷ୍ଟି ଦିଗରେ ପ୍ରଚେଷ୍ଟା ପାଇଁ ଜାତୀୟ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.