ETV Bharat / state

ରାଜଧାନୀରେ ବଢ଼ୁଛି କିନ୍ନରଙ୍କ ଉତ୍ପାତ, ଲୁଟ୍‌ ଅଭିଯୋଗରେ ୪ କିନ୍ନର ଗିରଫ - ଲୁଟ୍‌ ଅଭିଯୋଗରେ ୪ କିନ୍ନର ଗିରଫ

ରାଜଧାନୀରେ ବଢ଼ୁଛି କିନ୍ନରଙ୍କ ଉତ୍ପାତ । ଯୁବକଙ୍କୁ ଏକୁଟିଆ ଦେଖି ଲୁଟ୍‌ କରିବା ଅଭିଯୋଗରେ ୪ କିନ୍ନରଙ୍କୁ ଗିରଫ କଲା ବଡ଼ଗଡ଼ ପୋଲିସ । ଅଧିକ ପଢ଼ନ୍ତୁ

ରାଜଧାନୀରେ ବଢ଼ୁଛି କିନ୍ନରଙ୍କ ଉତ୍ପାତ, ଲୁଟ୍‌ ଅଭିଯୋଗରେ ୪ କିନ୍ନର ଗିରଫ

author img

By

Published : Nov 18, 2022, 9:11 PM IST

ଭୁବନେଶ୍ବର: ରାଜଧାନୀରେ ରାତି ବଢିଲେ ବଢୁଛି କିନ୍ନରଙ୍କ ଉତ୍ପାତ । ବିଭିନ୍ନ ସ୍ଥାନରେ ନିଛାଟିଆ ସ୍ଥାନରେ ଛକି ବସୁଛନ୍ତି ମାଳମାଳ କିନ୍ନର । କେତେବେଳେ ଲୋକଙ୍କୁ ଏକୁଟିଆ ଦେଖି ଅଟକାଇ ଲୁଟପାଟ କରୁଛନ୍ତି ତ କେତେବେଳେ ଲୋକଙ୍କଠୁ ଛଡ଼ାଇ ଛିନତାଇ କରୁଛନ୍ତି । କେହି କେହି ଲୋକ ଲଜ୍ଜା ଭୟରେ ସାମ୍ନାକୁ ଆସୁନାହାନ୍ତି ତ କେହି ଅଭିଯୋଗ କଲେ ତାଙ୍କ ଆଡ଼କୁ କାହିଁ ଯାଉଛ ବୋଲି ଓଲଟା ପୋଲିସ ପ୍ରଶ୍ନ କରୁଛି । ତେବେ ବର୍ତ୍ତମାନ ଏଭଳି ଘଟଣାରେ ୪ ଜଣ କିନ୍ନରକୁ ବଡ଼ଗଡ଼ ପୋଲିସ ଗିରଫ କରିବା ପରେ ଏମାନଙ୍କ ନୂଆ ଫଣ୍ଡା ସାମ୍ନାକୁ ଆସିଛି ।

ହୁସିଆର ନିଛାଟିଆରେ ଛକିଛି କିନ୍ନର, ରାଜଧାନୀରେ ମାୟାବିନିଙ୍କ ମାୟା ଜାଲ

ଏହାରି ଭିତରେ ପାର୍ଥ ମହାନ୍ତି ନାମକ ଜଣେ ଅଭିଯୋଗକାରୀ ବଡ଼ଗଡ଼ ଥାନାରେ ଅଭିଯୋଗ ପରେ ଏବେ ପୁରା ଘଟଣା ସାମ୍ନାକୁ ଆସିଛି । ଏକ ଛିନତାଇ ମାମଲାରେ ବଡ଼ଗଡ଼ ଥାନା ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୋଗକାରୀଙ୍କ ସୂଚନା ମୁତାବକ ସାଇ ମନ୍ଦିର ଛକରୁ ରବିଟକିଜ ଆଡକୁ ଯିବା ସମୟରେ ମେଘେଶ୍ଵର ମନ୍ଦିର ନିକଟରେ ଜଣେ କିନ୍ନର ତାଙ୍କୁ ଅଟକାଇ ଥିଲେ । ଅଭିଯୋଗକାରୀ ତାଙ୍କୁ ଅଟକାଇବାର କାରଣ ପଚାରିବା କ୍ଷଣି, କିନ୍ନର ଜଣକ ହଠାତ ତାଙ୍କୁ ମାରଧର କରିବା ଆରମ୍ଭ କରିଦେଇଥିଲେ । ପରେ ପରେ ଅନ୍ୟ ୨ଜଣ କିନ୍ନର ସହଯୋଗୀ ସେଠାରେ ଆସି ପହଞ୍ଚିବା ସହିତ ସମସ୍ତେ ମିଶି ତାଙ୍କ ନିକଟରେ ଥିବା ମୋବାଇଲ ଫୋନକୁ ଜୋର ଜବରଦସ୍ତ ଛଡାଇ ନେଇଯାଇଥିଲେ ।

ଅଭିଯୋଗକାରୀ ଜଣକ ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ୪ ଜଣ କିନ୍ନରଙ୍କୁ ବଡ଼ଗଡ଼ରୁ ଗିରଫ କରିଛି ପୋଲିସ ‌। ଅଭିଯୁକ୍ତମାନେ ହେଲେ ରିତୁ କିନ୍ନର, ଖୁସି କିନ୍ନର, ସୋନି କିନ୍ନର ଓ ସନ୍ଧ୍ୟାରାଣି କିନ୍ନର । ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ତେବେ କେବଳ ଏମାନେ ନୁହନ୍ତି, ପାହାଳ ଠାରୁ ଜଟଣି ପର୍ଯ୍ୟନ୍ତ, ଖଣ୍ଡଗିରିଠାରୁ ଗଣ୍ଡମୁଣ୍ଡା ଦେଇ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ, ଓୟୁଏଟିଠାରୁ ଆରମ୍ଭ କରି ମଞ୍ଚେଶ୍ବର କଳିଙ୍ଗ ଷ୍ଟୁଡିଓ ଛକ, ପଟିଆ ଓ ନନ୍ଦନକାନନ ଭଳି ବାରଙ୍ଗ ପର୍ଯ୍ୟନ୍ତ, ଭରତପୁର ଓ ବାଳକାଟି ଆଦି ରାଜଧାନୀର ଚାରିପଟେ ଏପରି ମାୟାଜାଲ ବିଛାଉଛନ୍ତି କିନ୍ନର । ଏନେଇ ସାଧାରଣ ଲୋକଙ୍କ ପାଇଁ ଏବେ ଚିନ୍ତା ବଢୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.