ETV Bharat / state

ମନ୍ତ୍ରଧ୍ବନିରେ ପ୍ରକମ୍ପିତ ଏକାମ୍ର କ୍ଷେତ୍ର, ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

author img

By

Published : Jun 28, 2023, 11:21 AM IST

Updated : Jun 28, 2023, 1:36 PM IST

ଏକାମ୍ର ପ୍ରକଳ୍ପର ଭୂମିପୂଜନ ଉତ୍ସବ ଅନୁଷ୍ଠିତ । ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Ekamra Prakalp
Ekamra Prakalp
Ekamra Prakalp

ଭୁବନେଶ୍ବର: ଏକାମ୍ର କ୍ଷେତ୍ରର ଗୌରବମୟ ଐତିହ୍ୟର ସଂରକ୍ଷଣ ପାଇଁ ଏକାମ୍ର ପ୍ରକଳ୍ପ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ । ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ, ଭକ୍ତଙ୍କ ପାଇଁ ଅଧିକ ସୁବିଧା ସୁଯୋଗର ବିକାଶ କରିବା ଲାଗି ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ସୋମବାର ଠାରୁ ଭୂମିପୂଜନ ଆରମ୍ଭ ହୋଇଥିବା ବେଳେ ଆଜି ଭୂମି ପୂଜନରେ ଯୋଗଦେଇ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଁ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହେଉଛି ଏକାମ୍ର କ୍ଷେତ୍ର । ବେଦପାଠ ଓ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ମୁଖରିତ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣ ।

ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବୈଦିକ ବ୍ରାହ୍ମଣ ଓ ପଣ୍ଡିତ ମାନେ କରୁଛନ୍ତି ହୋମ ଯଜ୍ଞ । ଫୁଲ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ଝଟକୁଛି ଏକାମ୍ର କ୍ଷେତ୍ର । ଏକାମ୍ର କ୍ଷେତ୍ରର ଗୌରବମୟ ଐତିହ୍ୟର ସଂରକ୍ଷଣ ପାଇଁ ଏକାମ୍ର କ୍ଷେତ୍ର ପ୍ରକଳ୍ପର ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା । ଦେଢ଼ ବର୍ଷରେ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ତେବେ ପ୍ରଥମ ଦିନରେ ଅଙ୍କୁରୋପଣ ପୂଜାରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଲିଙ୍ଗରାଜ ମନ୍ଦିର ସାମ୍ନାରେ ଥିବା ଉଦ୍ୟାନରେ ଏହି ଭବ୍ୟ ପୂଜାର ମାଙ୍ଗଳିକ କାର୍ଯ୍ୟ ଚାଲିଥିବା ବେଳେ ୨୫ରୁ ଊର୍ଦ୍ଧ୍ବ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ସେହିପରି ଦ୍ବିତୀୟ ଦିନରେ ଯଜ୍ଞରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗଦେଇ ଥିବା ବେଳେ ସନ୍ଧ୍ୟାରେ ଭଜନ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରକଳ୍ପ ଭୂମି ପୂଜନ ପାଇଁ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ମୁକ୍ତେଶ୍ବର ଓ ପାର୍ଶ୍ବବର୍ତ୍ତୀ ଅନ୍ୟାନ୍ୟ ସମସ୍ତ ମନ୍ଦିର ଆଲୋକମାଳାରେ ସଜ୍ଜିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଏକାମ୍ର ପ୍ରକଳ୍ପ ଭୂମି ପୂଜନ ଉତ୍ସବ ଆରମ୍ଭ, ଆଜି ଯଜ୍ଞରେ ସାମିଲ ହେବେ ଗଜପତି ମହାରାଜା

ପ୍ରକାଶ ଥାଉକି, ଏକାମ୍ର ଯୋଜନାରେ ସ୍ଥାନୀୟ ଅଞ୍ଚଳର ୮ ଛକର ରୂପରେଖ ବଦଳିବ । ୨ଟି ପର୍ଯ୍ୟାୟରେ ଏହାର ବିକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମୁଖ୍ୟତଃ ଶ୍ରୀଲିଙ୍ଗରାଜ ତଥା ପାର୍ଶ୍ବବର୍ତ୍ତୀ ମନ୍ଦିର ଓ ଅଞ୍ଚଳର ସୌନ୍ଦର୍ଯ୍ୟକରଣ କରାଯିବା ସହ ରାସ୍ତା ଚଉଡା ହେବ । ପଥଚାରୀଙ୍କ ପାଇଁ ଚଉଡ଼ା ଚଲାପଥ ଏବଂ ପାର୍କିଂ ବ୍ୟବସ୍ଥା କରାଯିବ । ଏଥିସହ ଲିଙ୍ଗରାଜ ମନ୍ଦିର ଆଖପାଖରେ ଥିବା ଅନ୍ୟ ମନ୍ଦିର ଏବଂ ପୁଷ୍କରିଣୀର ମଧ୍ୟ ରୂପାନ୍ତରଣ ହେବ । ତେବେ ପ୍ରକଳ୍ପ ସରିବା ପରେ ମନ୍ଦିର ଓ ଏହା ଆଖପାଖ ଅଞ୍ଚଳ କିପରି ଦିଶିବ ତାହାର ଏକ ନକଲ ବା ପ୍ରୋଜେକ୍ଟ ମଡେଲ ଦର୍ଶକଙ୍କ ପାଇଁ ରଖାଯାଇଛି । ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଏକାମ୍ର ପ୍ରୋଜେକ୍ଟ ମଡେଲ ଓ ସୂଚନା ପ୍ରଦର୍ଶନୀ ଜରିଆରେ ଏକାମ୍ର କ୍ଷେତ୍ରର ବିକାଶ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଯାଉଛି । ଏହାସହ ବଡ଼ LED ମାଧ୍ୟମରେ ମଧ୍ୟ ଦର୍ଶକଙ୍କୁ ଏକାମ୍ର ପ୍ରକଳ୍ପରେ ହେବାକୁ ଥିବା କାମ ସମ୍ପର୍କରେ ଜଣାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 28, 2023, 1:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.