ETV Bharat / state

Naba Das Murder Case: ସହଜରେ ଖସିଯାଇପାରେ ଗୋପାଳ, FBI ତଦନ୍ତ ରିପୋର୍ଟ ହୋଇପାରେ ସହାୟକ ! - ନବ ଦାସ ହତ୍ୟା ତଦନ୍ତ ପାଇଁ FBIର ସହାୟତା

ନବ ଦାସ ହତ୍ୟା ମାମଲାରେ ସହଜରେ ଖସି ଯାଇପାରେ କି ଗୋପାଳ ? FBI ତଦନ୍ତ ରିପୋର୍ଟ ହୋଇପାରେ ସହାୟକ । ଶୁଣନ୍ତୁ ଏନେଇ କଣ କହୁଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ । ଅଧିକ ପଢ଼ନ୍ତୁ

ନବ ଦାସ ହତ୍ୟା ମାମଲା
naba das murder case
author img

By

Published : Feb 22, 2023, 8:31 PM IST

ଗୋପାଳକୁ ଦୋଷୀ ସାବ୍ୟସ୍ତ କରିବାରେ କେତେ ସହାୟକ ହେବ FBI ତଦନ୍ତ ରିପୋର୍ଟ

ଭୁବନେଶ୍ବର: ଓଡ଼ିଶା ପୋଲିସକୁ ଘାରିଛି ଗୋପାଳକୁ ଦୋଷୀ ସାବ୍ୟସ୍ତ କରିବା ଟେନସନ୍ । କୋର୍ଟରେ ଦୋଷୀ ପ୍ରମାଣିତ କରିବାରେ ପୋଲିସ ହୋଇପାରେ ବିଫଳ ! ମାନସିକ ରୋଗୀର କାରଣ ଦର୍ଶାଇ ହତ୍ୟାକାଣ୍ଡରୁ ଆଇନଗତ ଦିଗରେ ଖସିଯାଇପାରେ ଗୋପାଳ ଦାସ । ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ(FBI)ରେ ଗୋପାଳର ଆଚରଣ ତର୍ଜମା ରିପୋର୍ଟ ଦୋଷମୁକ୍ତ କରିବାରେ ସହାୟକ ହୋଇପାରେ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ।

ସଞ୍ଜୀବ ମାରିକ କହିଛନ୍ତି, "ନବଦାସ ହତ୍ୟାକାଣ୍ଡ ପରେ ଏୟାରପୋର୍ଟରେ ଗୋପାଳ ଯେଉଁଭଳି ଆଚରଣ ଦେଖାଇଥିଲା, ଯେପରିକି ସେ କୌଣସି ଚାପରେ ନାହିଁ, ନା କୌଣସି ଚିନ୍ତା ଏବଂ ନା କୌଣସି ପଶ୍ଚାତାପ । ଜଣେ ସ୍ବଭାବିକ ମଣିଷ ଭାବେ ସେ ବ୍ୟବହାର କରୁଛି । ଏଭଳି ଆଚରଣ ସାଧାରଣ ମାନସିକ ରୋଗୀର ରହିବ ନାହିଁ । ସେଥିପାଇଁ FBI ଭଳି ବିଶେଷଜ୍ଞଙ୍କ ଦ୍ବାରା ପ୍ରସ୍ତୁତ ରିପୋର୍ଟ କୋର୍ଟରେ ଯୁକ୍ତି ବାଢିବା ପାଇଁ ସହାୟକ ହେବ । ଗୋପାଳ ଦାସକୁ ହାଇପ୍ରୋଫାଇଲ ମାମଲାର ହତ୍ଯାକାରୀ ଭାବେ ପ୍ରମାଣିତ କରା ଯାଇପାରିବ ! FBIରେ ଯେଉଁଭଳି ବିଶେଷଜ୍ଞ ରହିଛନ୍ତି, କୌଣସି ରାଜ୍ୟର ବା CBI ଭଳି ଟିମରେ ମଧ୍ୟ ଏପରି ବିଶେଷଜ୍ଞ ନାହାନ୍ତି । ତେଣୁ ଦେଶ-ଦେଶ ଭିତରେ ଏକ ବୁଝାମଣା ରହିଛି । ଚାହିଁଲେ ଆମ ପୋଲିସ ଆମେରିଆ FBIର ବିଶେଷଜ୍ଞ ସହାୟତା ନେଇପାରିବ ।" କିନ୍ତୁ ଏଥିପାଇଁ ଗୃହ ମନ୍ତ୍ରାଳୟର ଅନୁମତି‌ ହିଁ ଆବଶ୍ୟକ ବୋଲି ପୋଲିସ ଡିଜି ସଞ୍ଜୀବ ମାରିକ କହିଛନ୍ତି ।

ସେ ଆହିରୁ ମଧ୍ୟ କହିଛନ୍ତି ନବ ଦାସ ହତ୍ୟା ଘଟଣାରେ ପୂର୍ବରୁ ଅଭିଯୁକ୍ତ ଗୋପାଳର ସାଇକୋ ଆନାଲିସିସ ଟେଷ୍ଟ ସରିଛି । ସେହିପରି ଲାଏ ଡିଟେକ୍ଟିଭ ଟେଷ୍ଟ, ନାର୍କୋ ଟେଷ୍ଟ ମଧ୍ୟ ସରିଛି । ମାତ୍ର କ୍ରାଇମବ୍ରାଞ୍ଚ ହାତରେ ସେଭଳି କୌଣସି ଠୋସ ପ୍ରମାଣ ଲାଗିପାରିନାହିଁ । ଯେହେତୁ FBIର ବିଶେଷଜ୍ଞଙ୍କ ଅଭିଜ୍ଞତା ରହିଛି, ସେମାନେ ଏଦିଗରେ କାମ କରୁଛନ୍ତି । ତେବେ ଗୋପାଳର ଆଚରଣ ଟେଷ୍ଟ ପରେ କିଛି ତଥ୍ୟ ବାହାର କରିପାରିବେ । ଯାହାକୁ ଚାହିଁଲେ କୋର୍ଟରେ ମଧ୍ୟ ପ୍ରମାଣ ଭାବେ ଉପସ୍ଥାପନା କରା ଯାଇପାରିବ ।

ଆବଶ୍ୟକ ପଡିଲେ FBIର ଅଧିକାରୀ ମଧ୍ୟ ପ୍ରମାଣ ଭାବେ କୋର୍ଟରେ ଉପସ୍ଥାପନ କରିପାରିବେ । ତେଣୁ ଏହା ଆଇନଗତ ଦିଗରେ ଗୋପାଳକୁ ଦୋଷୀ ସାବସ୍ତ୍ୟ କରିବାରେ ସହାୟକ ହୋଇପାରିବ ବୋଲି କହିଛନ୍ତି । ସେପଟେ ମାନସିକ ବିଶେଷଜ୍ଞଙ୍କ କହିବା କଥା, "ଯେହେତୁ ଗୋପାଳ ତାର ମିଶନ ପୂରା କରିଛି ସେଥିପାଇଁ ସେ ଖୁସି ଅନୁଭବ କରୁଛି । ସେ ମାନସିକ ରୋଗୀ ହୋଇଥିବାରୁ ତାକୁ ଲାଗୁଛି ସେ ଯାହା ଚାହୁଁଥିଲା ତାହା କରିଛି । ସେ ଜେଲରେ ମଧ୍ୟ ନିଜକୁ ରାଜାପରି ଅନୁଭବ କରୁଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.