ETV Bharat / state

Budget 2023: ମଧ୍ୟବିତ୍ତଙ୍କ ଉପରେ ମୁଦ୍ରାସ୍ଫୀତି ଓ ବର୍ଦ୍ଧିତ ଦରଦାମ ଚାପ, ଓଡ଼ିଶା ପାଇଲା କେତେ ହରାଇଲା କେତେ ? - ପୁଞ୍ଜିପତି

କେନ୍ଦ୍ର ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ଚଳିତ ବଜେଟରେ ପୁଞ୍ଜିପତିଙ୍କ ବ୍ୟତୀତ ବଜେଟରୁ ଆଉ କେହି କିଛି ପାଇନାହାନ୍ତି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

Panchanan Kanungo
Panchanan Kanungo
author img

By

Published : Feb 2, 2023, 4:24 PM IST

Updated : Feb 2, 2023, 6:10 PM IST

ମଧ୍ୟବିତ୍ତଙ୍କ ଉପରେ ମୁଦ୍ରାସ୍ଫୀତି ଓ ବର୍ଦ୍ଧିତ ଦରଦାମ ଚାପ

ଭୁବନେଶ୍ବର: ଫେବୃଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି । ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ଚଳିତ କେନ୍ଦ୍ର ବଜେଟରେ ପୁଞ୍ଜିପତିଙ୍କୁ ଛାଡି ଦେଲେ ଆଉ କେହି କିଛି ପାଇନାହାନ୍ତି । 'ପୋଖରୀ ସାରା ମାଛ, ବାବୁ ମଲେ ଖାଇବ' ନ୍ୟାୟରେ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ । ଅର୍ଥାତ ଯେଉଁ ଯୋଜନାଗୁଡିକ ହୋଇଛି ତାହାର ଅନ୍ତିମ ଫଳାଫଳ କଣ ହେବ ତାକୁ ଦେଖିବାକୁ କେହି ନଥିବେ ବୋଲି ସେ କହିଛନ୍ତି ।

ଉଦାହରଣ ଦେଇ ସେ କହିଛନ୍ତି, "କାର୍ବନ କମାଇବା ପାଇଁ ୨୦୭୦ ମସିହାକୁ ଟାର୍ଗେଟ ଦିଆଯାଇଛି । ଏଥିପାଇଁ ୩୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସେହିପରି ୨୦୪୭ ସୁଦ୍ଧା ସମୃଦ୍ଧଶାଳୀ ଭାରତ ଗଠନ, ଯାହାର ମୂଳଦୁଆ ଏବେଠାରୁ ପଡିଲା ବୋଲି କହିଛନ୍ତି । କିନ୍ତୁ ୨୦୭୦ ବେଳକୁ କେହି ପଚାରିବାକୁ ନଥିବେ, କି ଦେଖିବାକୁ ନଥିବେ କି କହିବାକୁ ନଥିବେ । ଯଦିଓ ଏହି ବଜେଟରେ ମଧ୍ୟବିତ୍ତ ଆୟକର ବାବଦକୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ ପାଇଛନ୍ତି କିନ୍ତୁ ସେମାନଙ୍କ ଉପରେ ୨ଟି ଚାପ ରହିଛି । ଗୋଟିଏ ହେଉଛି ମୁଦ୍ରାସ୍ଫୀତି ଏବଂ ଅନ୍ୟଟି ହେଉଛି ଦରଦାମ ବୃଦ୍ଧି । ଏହି ଦୁଇଟିରେ ସେମିତି କିଛି ସୁହାଇବା ଭଳି ପରିବର୍ତ୍ତନ ଆଶା କରାଯାଉନାହିଁ ।"

ଏହା ବି ପଢନ୍ତୁ- Parliament Budget Session: ହିଣ୍ଡନବର୍ଗ ରିପୋର୍ଟ ନେଇ କମ୍ପିଲା ସଂସଦ, ୨ଟା ଯାଏଁ ଉଭୟ ଗୃହ ମୁଲତବୀ

ଏହାବ୍ୟତୀତ ଆୟକାରୀଙ୍କ ମଧ୍ୟ ତାରତମ୍ୟ ବୃଦ୍ଧି ପାଇଛି । ବଡ଼ କଥା ହେଲା ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତି ୩୫ ପ୍ରତିଶତ ବଦଳରେ ଦେବ ୨୭ ପ୍ରତିଶତ । ଯାହାକି ୮ ପ୍ରତିଶତ ରିହାତି ସେମାନଙ୍କୁ ମିଳିଛି । ଯଦି ଓଡ଼ିଶା କଥା ଦେଖାଯାଏ ତେବେ ଓଡ଼ିଶା ପାଇଛି କଣ ଏବଂ ହରାଇଛି କଣ ? ଓଡ଼ିଶା ଡିଭୋଲ୍ୟୁସନରୁ ଲାଭ ପାଇପାରେ । ଅର୍ଥାତ ଯଦି କେନ୍ଦ୍ର ସରକାରଙ୍କ ଟିକସ ଆୟ ବୃଦ୍ଧି ଘଟେ ତେବେ ଓଡ଼ିଶା ପାଖାପାଖି ୭ ହଜାର କୋଟି ଟଙ୍କା ପାଇବ । ଅନ୍ୟ ରାଜ୍ୟ ଭଳି ୪୧ ପ୍ରତିଶତ ବଣ୍ଟନର ଭାଗିଦାର ହେବ । କିନ୍ତୁ ଆବାସ ଯୋଜନାରେ ଲାଭ ପାଇବ । ଆରଡି ଏବଂ ମନରେଗାରେ ଓଡ଼ିଶା ହରାଉଛି ବୋଲି ପଞ୍ଚାନନ କହିଛନ୍ତି ।

ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, "ମନରେଗାରେ ଗତଥର ୮୯ ହଜାର କୋଟି ମିଳିଥିବା ବେଳେ ଏଥିରେ ୩୩ ପ୍ରତିଶତ ହ୍ରାସ ଘଟି ୬୦ ହଜାର କୋଟିରେ ପହଞ୍ଚିଛି । ଯାହା ଦ୍ବାରା ଲୋକଙ୍କୁ ୧୦୦ ଦିନର କାମ ଯୋଗାଇବା କଷ୍ଟକର ହେବ । ଆର୍ଥିକ ଚାପଗ୍ରସ୍ତ ହୋଇ ଲୋକେ ରାଜ୍ୟ ବାହାରକୁ କାମ କରିବା ପାଇଁ ଯିବେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଅଧିକ ଅନୁଦାନ ମିଳିଥିବାରୁ ଓଡ଼ିଶା ଲାଭବାନ ହେବ । ବିଶେଷ କରି ଏକଲବ୍ୟ ସ୍କୁଲରେ ନିଯୁକ୍ତି । ସେହିପରି ମିଲେଟ ମିଶନର ମୁଭମେଣ୍ଟକୁ ଗତିଶକ୍ତି ମିଳିବ । ତେବେ ଇଣ୍ଟରନେଟ ଅଫ ଥିଙ୍ଗସ ଓଡ଼ିଶାବାସୀଙ୍କ ଅର୍ଥନୀତିକୁ ସୁହାଇବ । ସରକାରଙ୍କ ପ୍ରତିଟି ଯୋଜନା ସହିତ ଇଣ୍ଟରନେଟ ଯୋଡ଼ି ହେବ । ଆଧୁନିକୀକରଣ ପ୍ରକ୍ରିୟାରେ କାମ ହେବା ଦ୍ବାରା ଏହା ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହେବ । ଟେକ୍ନୋଲୋଜିଯୁକ୍ତ ସରକାରୀ ସେବା ଲୋକଙ୍କୁ ମିଳିପାରିବା ନେଇ ବଜେଟରେ ବ୍ୟବସ୍ଥା ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 2, 2023, 6:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.