ETV Bharat / state

Budget 2023: ବଜେଟ ଦେଶର ବ୍ୟାପକ କ୍ଷତି କରିବ କହିଲେ ପୂର୍ବତନ ଅର୍ଥମନ୍ତ୍ରୀ - କଂଗ୍ରେସ ନେତା ପଞ୍ଚାନନ କାନୁନଗୋ

ଆର୍ଥିକ ବର୍ଷ 2023-24 ବଜେଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଏହି ବଜେଟ ଭାରତର ବ୍ୟାପକ କ୍ଷତି କରିବ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ବଜେଟକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ପୂର୍ବତନ ଅର୍ଥମନ୍ତ୍ରୀ

author img

By

Published : Feb 1, 2023, 10:58 PM IST

ବଜେଟକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ପୂର୍ବତନ ଅର୍ଥମନ୍ତ୍ରୀ

ଭୁବନେଶ୍ବର: ଆସିଲା 2023-24 କେନ୍ଦ୍ରୀୟ ଆର୍ଥିକ ବଜେଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆର୍ଥିକ ବର୍ଷ 2023-24 ବଜେଟ ଉପସ୍ଥାପନ କରିଛନ୍ତି । ତେବେ ଏହି ବଜେଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଏହି ବଜେଟ ଭାରତର ବ୍ୟାପକ କ୍ଷତି କରିବ ବୋଲି ସେ କହିଛନ୍ତି ।

ବଜେଟକୁ ନେଇ ପଞ୍ଚାନନ କହିଛନ୍ତି, "ଏ ସରକାରର ଲକ୍ଷ୍ୟ ହେଉଛି ସାଧାରଣ ଲୋକେ, ମଧ୍ୟବିତ୍ତ ଶ୍ରେଣୀର ଲୋକେ ନିଷ୍ପେସିତ ହେବେ ଏବଂ ଯେତେ ବଡ଼ ଲୋକ ଅଧିକ ବିତଶାଳୀ ହେବେ । ଅନ୍ତର୍ଜାତୀୟ ଅକ୍ସଫାର୍ମ ରିପୋର୍ଟ ଅନୁସାରେ ମାତ୍ର 3 ପ୍ରତିଶତ ଆୟ 50 ପ୍ରତିଶତ ଲୋକଙ୍କ ପାଖରେ ଅଛି । ଅଥଚ ମାତ୍ର 100 ଲୋକଙ୍କ ପାଖରେ 78 ପ୍ରତିଶତ ସମ୍ପତ୍ତି ଠୁଳ ହେବାରେ ଲାଗିଲାଣି । ଏ ବଜେଟ ଭାରତ ବର୍ଷର ବହୁ କ୍ଷତି କରିବ । ଅର୍ଥନୈତିକ ତାରତମ୍ୟ ବଢି ବଢି ଯିବ । ଯେତେବେଳେ ସେମାନେ ଡୁବିଯିବେ ଭାରତର ଅର୍ଥନୀତି ଶୋଚନୀୟ କ୍ଷତିଗ୍ରସ୍ତ ହେବ । ଏ ବଜେଟ ମୁଦ୍ରାସ୍ଫୀତି ରୋକିପାରିବ ନାହିଁ । ଏ ବଜେଟ ଦରଦାମ ହ୍ରାସ କରିପାରିବ ନାହିଁ । ଏ ବଜେଟ ସାମଗ୍ରିକ ବିକାଶ କରିପାରିବ ନାହିଁ ।" ସଂସଦରେ 2023-24 ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ।

ଆଜି ବଜେଟ ଉପସ୍ଥାପନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ବେଳ ବୋଲି କହିଥିଲେ । ଦେଶର ଦ୍ରୁତ ବିକାଶ ପାଇଁ ଏ ବଜେଟ ଅତ୍ୟନ୍ତ ସହାୟକ ହେବ ବୋଲି ମୋଦି କହିଥିଲେ । ତେବେ ଆଜିର ବଜେଟ ଅନୁସାରେ ପ୍ରଧାନମନ୍ତ୍ରୀ ଅବଲୁପ୍ତପ୍ରାୟ ଜନଜାତି ଉନ୍ନୟନ ମିଶନ ଆରମ୍ଭ ହେବ । ଏହି ମିଶନ ପାଇଁ 3 ବର୍ଷରେ ଖର୍ଚ୍ଚ ହେବ 15 ହଜାର କୋଟି ଟଙ୍କା । ଆକାଂକ୍ଷୀ ଜିଲ୍ଲା ଭଳି 500 ବ୍ଲକ ହେବ ‘ଆକାଂକ୍ଷୀ ବ୍ଲକ’ । ଏକଲବ୍ୟ ସ୍କୁଲ ପାଇଁ 38, 800 ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ମତ୍ସ୍ୟଚାଷକୁ ଅଧିକ ପ୍ରୋତ୍ସାହନ ପାଇଁ 6 ହଜାର କୋଟି ବ୍ୟବସ୍ଥା । 157 ମେଡିକାଲ କଲେଜରେ 157 ନର୍ସିଂ କଲେଜ ସ୍ଥାପନ ହେବ । ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଟ୍ରେନିଂ ଦିଆଯିବ । 500 ଆକାଂକ୍ଷୀ ବ୍ଲକ ଚିହ୍ନଟ ହୋଇଛି, ସରକାର ସେଠାରେ ସମସ୍ତ ଭିତ୍ତିଭୂମି ଯୋଗାଇଦେବେ । 157 ନୂତନ ନର୍ସିଂ କଲେଜ୍ ସ୍ଥାପନ ହେବ । ମତ୍ସ୍ୟଚାଷ ବିକାଶ ଲାଗି 6 ହଜାର କୋଟିର ବ୍ୟୟ ବରାଦ । ପିଏମ୍ ଆବାସ ଯୋଜନାର ବ୍ୟବବରାଦ 66% ବଢ଼ିବ, ବ୍ୟୟବରାଦ 79 ହଜାର କୋଟିକୁ ବୃଦ୍ଧି । ଭାରତୀୟ ରେଳ ପାଇଁ 2.4 ଲକ୍ଷ କୋଟିର ବ୍ୟୟବରାଦ ।

ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟୟ ବରାଦ 79 ହଜାର କୋଟିକୁ ବୃଦ୍ଧି । ଶିଶୁ ଓ କିଶୋରମାନଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ । ବଜେଟରେ ରେଳ ପାଇଁ 2.40 ଲକ୍ଷ କୋଟି ଟଙ୍କା ଘୋଷଣା କଲେ ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଖର୍ଚ୍ଚ ହେବ 79 ହଜାର କୋଟି । କ୍ୟାପିଟାଲ ଇନଭେଷ୍ଟମେଣ୍ଟ 10 ଲକ୍ଷ କୋଟିକୁ ବୃଦ୍ଧି ଘୋଷଣା । 50ଟି ନୂଆ ଏୟାରପୋର୍ଟ ଓ ହେଲି ପୋର୍ଟ ପ୍ରତିଷ୍ଠା କରାଯିବ। KYC ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ । ଫେଜ୍ 3 ଇ-କୋର୍ଟ ବ୍ୟବସ୍ଥା ପାଇଁ ବଜେଟରେ 7 ହଜାର କୋଟି ଟଙ୍କାର ବ୍ୟବସ୍ଥା । କ୍ୟାପିଟାଲ ଇନଭେସ୍ଟମେଣ୍ଟ 10 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ । 33%ରୁ 10 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି, ଏହା GDPର 3.3%। 5Gର ବିକାଶ ପାଇଁ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟରେ 100 ଲ୍ୟାବ୍ ହେବ । ହାଇଡ୍ରୋଜେନ୍ ଇନ୍ଧନକୁ ପ୍ରୋତ୍ସାହନ ପାଇଁ 9 ହଜାର 7 ଶହ କୋଟି ବ୍ୟବସ୍ଥା । ସେହିଭଳି ଲଦାଖରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ନିବେଶ ହେବ 20 ହଜାର 7 ଶହ କୋଟି । କୃଷି ଷ୍ଟାର୍ଟଅପ୍ ଖୋଲିବାକୁ ସ୍ଥାପିତ ହେବ ଏଏଏଫ୍। ଅର୍ବାନ ଇନଫ୍ରା ପାଇଁ ପ୍ରତିବର୍ଷ 10 ହଜାର କୋଟି ଖର୍ଚ୍ଚ ହେବ । ପରିଚୟ ପତ୍ରରେ ସାମିଲ ହେଲା 'ପାନ୍ କାର୍ଡ' । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ 6 ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ । 50ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.