ETV Bharat / state

Mission Aditya L1: 'ଲଞ୍ଚିଂର ପ୍ରଥମ ୧୫ମିନିଟ ଗୁରୁତ୍ବପୂର୍ଣ୍ଣ, ସୂର୍ଯ୍ୟରୁ ଆସୁଥିବା ଚାର୍ଜ କଣିକା ଓ ପ୍ଲାଜମା ଷ୍ଟଡି କରିବ ଆଦିତ୍ୟ L-1'

author img

By ETV Bharat Odisha Team

Published : Aug 30, 2023, 8:07 PM IST

ସେପ୍ଟେମ୍ବର ୨ ତାରିଖ ସକାଳ ୧୧ଟା ୫୦ ମିନିଟରେ ମହାକାଶ ଇତିହାସ ପୃଷ୍ଠାରେ ଆଉ ଏକ ସଫଳ ଅଧ୍ୟାୟ ଲେଖିବାକୁ ଯିବ ଆଦିତ୍ୟ L-1 । ସୂର୍ଯ୍ୟରୁ ଆସୁଥିବା ଚାର୍ଜ କଣିକା ଓ ପ୍ଲାଜମା ଷ୍ଟଡି କରିବ ଏହି ଆଦିତ୍ୟ L-1 । ତେବେ ଏହାର ଉତ୍‌କ୍ଷେପଣର ପ୍ରଥମ ୧୫ ମିନିଟ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଆଦିତ୍ୟ L-1 ଉତ୍‌କ୍ଷେପଣର ପ୍ରଥମ ୧୫ ମିନିଟ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ଚନ୍ଦ୍ରର ଦକ୍ଷିଣ ମେରୁରେ ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରଯାନ-3 ସଫଳ ଅବତରଣ କରିବା ପରେ ଭାରତ ମହାକାଶ ଜଗତରେ ଏକ ନୂଆ ଇତିହାସ ଲେଖିଛି । ଚନ୍ଦ୍ରଯାନ-3ର ସଫଳତା ପରେ ଏବେ ସାରା ବିଶ୍ବର ନଜର ଅଟକି ରହିଛି ଭାରତର ମିଶନ 'ଆଦିତ୍ୟ L-1' ଉପରେ, ଯାହା ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଲଞ୍ଚ ହେବାକୁଯାଉଛି । କାରଣ ଏହି ମିଶନ ପୂର୍ବରୁ ହୋଇଥିବା ଗବେଷଣାର ତର୍ଜମା କରିବ । ତେବେ ଆଦିତ୍ୟ L-1 ଲଞ୍ଚିଂ ହେବାର ପ୍ରଥମ ୧୫ ମିନିଟ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ।

ସେ କହିଛନ୍ତି, "ଏହି ୧୫ ମିନିଟରେ ଉତ୍‌କ୍ଷେପଣର ଦିଗ ନିର୍ଣ୍ଣୟ ହୋଇଥାଏ । ଦିଗ ନିର୍ଭର କରିଥାଏ ରକେଟ୍‌ର ଇଞ୍ଜିନରେ ବ୍ୟବହାର ହେଉଥିବା ଇନ୍ଧନ ଉପରେ । ଏହି ଇଞ୍ଜିନ୍‌ରେ ୩ ପ୍ରକାରର ଇନ୍ଧନ ବ୍ୟବହାର ହୋଇଥାଏ । ସଲିଡ ଲିକୁଇଡ୍‌ କ୍ରାୟୋଜେନିକ୍‌ । ଯଦି ସବୁକିଛି ଠିକଠାକ୍‌ ରହେ, ଲଞ୍ଚିଂ ପରେ ଆଦିତ୍ୟ L-1କୁ ପୃଥିବୀ ବାହାରେ କକ୍ଷ ପଥରେ ଅବସ୍ଥାପିତ କରାଯାଏ । ଧୀରେ ଧୀରେ କକ୍ଷପଥକୁ ବଡ଼ କରାଯାଏ । ଶେଷରେ ଏହା ଯାଇ ପହଞ୍ଚେ L-1 ପଏଣ୍ଟରେ । ଯେଉଁଠାରେ ସୂର୍ଯ୍ୟ ଏବଂ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି କ୍ୟାନସଲ ହୋଇଯାଇଥାଏ । ସେହି ପଏଣ୍ଟରେ ରହି ଏହା ସୂର୍ଯ୍ୟର ଅଧ୍ୟୟନ କରିବ ।"

ଆଦିତ୍ୟ L-1ରେ ରହିଛି ୭ଟି ବୈଜ୍ଞାନିକ ଯନ୍ତ୍ରପାତି । ସେଥିମଧ୍ୟରୁ ୪ଟି ଦୂର ସମ୍ବେଦୀ । ଅର୍ଥାତ ଦୂରରେ ରହି ସୂର୍ଯ୍ୟର ଅଧ୍ୟୟନ କରିବ । ଏହି ଯନ୍ତ୍ରାଂଶ ଫଟୋ-ସ୍ପିୟର ଏବଂ କ୍ଲୋମୋ-ସ୍ପିୟରର ଷ୍ଟଡି କରିବ । ଏଥିସହ ସୂର୍ଯ୍ୟରେ ସୃଷ୍ଟି ହେଉଥିବା ଚୁମ୍ବକୀୟ ଝଡ ଏବଂ ଉତ୍ତାପ ପରିବର୍ତ୍ତନର ମଧ୍ୟ ଅଧ୍ୟୟନ କରିବ ବୋଲି କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ତେବେ ସବୁଠାରୁ ବଡ଼କଥା ସେ କହିଛନ୍ତି, "ସୂର୍ଯ୍ୟରେ ଝଡ଼ ଉଠେ । ଏହି ଝଡ ସମୟରେ କଣିକା ଗୁଡିକ ପୃଥିବୀ ପୃଷ୍ଠକୁ ଆସେ । ଏହି କଣିକା ଯୋଗାଯୋଗରେ ବାଧା ସୃଷ୍ଟି କରିଥାଏ । ଏଥିସହ ବିଦ୍ୟୁତ ସରବରାହରେ ବାଧା ସୃଷ୍ଟି କରେ । ଏହା ଉପରେ ଅଧ୍ୟୟନ କରିବ L-1 । ପୂର୍ବରୁ ଅନେକ ଦେଶ ଏହି ମିଶନରେ ଯାଇ ଅଧ୍ୟୟନ କରିଥିଲେ ମଧ୍ୟ ଭାରତର ମିଶନ ଉନ୍ନତ ଧରଣର ସାଇଣ୍ଟିଫିକ ଷ୍ଟଡି କରିବ । ବିଶେଷ କରି ସୂର୍ଯ୍ୟରୁ ଉତ୍ପନ୍ନ ହେଉଥିବା ଚାର୍ଜ କଣିକା ଓ ପ୍ଲାଜମା ଷ୍ଟଡି କରିବ ଆଦିତ୍ୟ L-1 ।"

ଏହା ମଧ୍ୟ ପଢ଼ନ୍ତୁ...Aditya-L1 Mission: 2ସେପ୍ଟେମ୍ବର ପୂର୍ବାହ୍ନ 11.50ରେ ଶ୍ରୀହରିକୋଟାରୁ ଉତକ୍ଷେପଣ

ଏବେ ନଜର ସେପ୍ଟେମ୍ବର ୨ ତାରିଖ ସକାଳ ୧୧ଟା ୫୦ ମିନିଟ ଉପରେ । ଯେତେବେଳେ ଶ୍ରୀହରିକୋଟାରୁ ଲଞ୍ଚ ହେବ ଆଦିତ୍ୟ L-1 । ଯଦି ଏହି 'ସନ୍‌ ମିଶନ' ସଫଳ ହୁଏ, ପୁଣିଥରେ ମହାକାଶ ଇତିହାସ ପୃଷ୍ଠାରେ ଆଉ ଏକ ଫର୍ଦ୍ଦ ଯୋଡ଼ିବ ଭାରତ । ତେବେ ମିଶନ ଚନ୍ଦ୍ରଯାନ-3 ଭଳି ଆଦିତ୍ୟ L-1 ମଧ୍ୟ ସଫଳ ହେବାନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । କାରଣ ପୂର୍ବରୁ ମଧ୍ୟ ଏହି ମିଶନରେ ସଫଳତା ହାସଲ କରିଛି ଭାରତ । ଯେଉଁଥିପାଇଁ ଏବେ ସାରା ବିଶ୍ବର ନଜର ଅଟକିଛି ମିଶନ ଆଦିତ୍ୟ L-1 ଉପରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.