ETV Bharat / state

ଋଷର ଲୁନା-୨୫ ବିଫଳତାର କାରଣ ଚନ୍ଦ୍ରଯାନ-୩ରେ ଦେଖାଯିବ ନାହିଁ ! 'କ୍ରିଟିକାଲ ଟାଇମ ଗୁରୁତ୍ବପୂର୍ଣ୍ଣ'

author img

By ETV Bharat Odisha Team

Published : Aug 22, 2023, 5:26 PM IST

ଅଗଷ୍ଟ ୨୩ ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଯାହାକୁ ଅପେକ୍ଷା କରିଛି ସାରା ବିଶ୍ବ । ତେବେ ନିକଟରେ ଋଷିଆର ମୁନ୍‌ ମିଶନ୍‌ ଯେଉଁ କାରଣ ପାଇଁ ଫେଲ୍‌ ମାରିଲା, ଚନ୍ଦ୍ରଯାନ-୩ରେ ସେଭଳି କୌଣସି ବିପତ୍ତି ନଥିବା କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଋଷିଆର ଲୁନା-୨୫ ବିଫଳତାର କାରଣ ଚନ୍ଦ୍ରଯାନ-୩ରେ ଦେଖାଯିବ ନାହିଁ

ଭୁବନେଶ୍ବର: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ଓହ୍ଲାଇବାକୁ ଅପେକ୍ଷା କରିଛି ସାରା ବିଶ୍ବ । ଯେଉଁ ମିଶନରେ ନିକଟରେ ଫେଲ ମାରିଛି ଋଷିଆ । ଏହାପରେ ସମସ୍ତଙ୍କ ମନରେ ଡର, ଋଷିଆ ଯେଉଁ କାରଣ ପାଇଁ ଫେଲ ମାରିଲା ବା ଫେଲ ମାରିବା ପାଇଁ ଯାହା ଦାୟୀ, ସେହି ସ୍ଥିତି ଚନ୍ଦ୍ର।ଯାନ-୩ରେ ଦେଖାଯିବ ନାହିଁ ତ ? ତେବେ ଋଷିଆର ମୁନ ମିଶନ ଫେଲ ହେବା ପରି ସ୍ଥିତି ଚନ୍ଦ୍ରଯାନ-୩ରେ ଦେଖାଯିବ ନାହିଁ ବୋଲି କହିଛନ୍ତି ପଠାଣୀ ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ।

'ବିପଦ ସ୍ଥିତି ଅତିକ୍ରମ କରିସାରିଲାଣି ଚନ୍ଦ୍ରଯାନ-୩': ସେ କହିଛନ୍ତି, "ଋଷିଆ ମୁନ ମିଶନରେ ପ୍ରପଲ୍‌ସନ୍‌ ମଡ୍ୟୁଲଠାରୁ ଲ୍ୟାଣ୍ଡ ଅଲଗା ହେବାପରେ ନିର୍ଦ୍ଦିଷ୍ଟ କକ୍ଷପଥରେ ଅବସ୍ଥାପିତ କରାଯାଇପାରିଲା ନାହିଁ । ଫଳରେ ଏହାର ବେଗ ନିୟନ୍ତ୍ରଣ କରାଯାଇପାରିଲାନାହିଁ । ତେଣୁ ଚନ୍ଦ୍ର ଆଡକୁ ଆକର୍ଷିତ ହୋଇ ବା ଟାଣି ହୋଇ ଏହା ପଡିଲା ଏବଂ ରିପୋର୍ଟ ଅନୁସାରେ ଏହା ଧ୍ବଂସ ହୋଇଗଲା । କିନ୍ତୁ ଚନ୍ଦ୍ରଯାନ-3 ସେସବୁ ସ୍ଥିତି ଅତିକ୍ରମ କରିସାରିଲାଣି । ତେଣୁ ସେପରି ବିପତ୍ତି ଆଉ ନାହିଁ । ଏବେ ଶେଷ କକ୍ଷପଥରେ ୨୫/୧୩୪ କିଲୋମିଟରରେ ଲ୍ୟାଣ୍ଡର ଘୂରିବୁଲୁଛି । ୨୫ କିଲୋମିଟରରୁ ଏହାକୁ ଓହ୍ଲାଇବା ପ୍ରକ୍ରିୟା ଆରମ୍ଭ ହେବ ।"

'କ୍ରିଟିକାଲ ଟାଇମ ଗୁରୁତ୍ବପୂର୍ଣ୍ଣ': ସେ ଆହୁରି ମଧ୍ୟ କହିଛନ୍ତି, "ଗୁରୁତ୍ବପୂର୍ଣ୍ଣ ହେଉଛି କ୍ରିଟିକାଲ ଟାଇମ । ଓହ୍ଲାଇବା ପ୍ରକ୍ରିୟା ଆରମ୍ଭ ହେବାର ଶେଷ ୧୯ ମିନିଟ, ଅର୍ଥାତ ୫ଟା ୪୫ ମିନିଟରୁ ୬ଟା ୦୫ ମିନିଟ । ଏହାକୁ କ୍ରିଟିକାଲ ଟାଇମ ବୋଲି କୁହାଯାଏ । ଏହି କ୍ରିଟିକାଲ ଟାଇମରେ ଲ୍ୟାଣ୍ଡରର ବେଗ କମାଇବା ପ୍ରକ୍ରିୟା ଆରମ୍ଭ ହୋଇଥାଏ । କ୍ରିଟିକାଲ ଟାଇମରେ ଯଦି ବେଗ ନିୟନ୍ତ୍ରଣ ନକରାଇପାରେ ତେବେ ସଫ୍ଟ ଲ୍ୟାଣ୍ଡିଂ ହୋଇପାରିବନି । ବର୍ତ୍ତମାନ ଲ୍ୟାଣ୍ଡରର ବେଗ ରହିଛି ଘଣ୍ଟା ପ୍ରତି ୬ ହଜାର ୬୫୦ କିଲୋମିଟର । ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ବେଳକୁ ଏହା ଜିରୋକୁ ଆସିବା ଦରକାର । ୨୫ କିଲୋମିଟରରୁ ଖସି ଏହା ଯେତେବେଳେ ୮ କିଲୋମିଟରକୁ ଆସିବ ସେତେବେଳେ ଘଣ୍ଟାପ୍ରତି ବେଗ ହେବ ୧୫୦୦ କିଲୋମିଟର । ଏପରିକି ମାତ୍ର ୧୫୦ ମିଟର ଦୂରରେ ଥିବା ସମୟରେ ବେଗ ୨ କିଲୋମିଟରକୁ ଖସି ଆସିବ । ଆଉ ବେଗ ଯେତେବେଳେ ଘଣ୍ଟା ପ୍ରତି ୦ କିଲୋମିଟର ହୋଇଯିବ, ସେତେବେଳେ ହେବ ସଫ୍ଟ ଲ୍ୟାଣ୍ଡିଂ ।"

ଏହା ମଧ୍ୟ ପଢ଼ନ୍ତୁ...Chandrayaan 3: ଘୁଞ୍ଚି ପାରେ ଚନ୍ଦ୍ରଯାନ -3 ଲ୍ୟାଣ୍ଡିଂ, ଏମିତି କହିଲେ ISRO ବୈଜ୍ଞାନିକ

ଭର୍ଟିକାଲ ଲ୍ୟାଣ୍ଡିଂ ପାଇଁ ହୋଇଛି ସମସ୍ତ ବ୍ୟବସ୍ଥା: ଚନ୍ଦ୍ରଯାନ-୨ କ୍ଷେତ୍ରରେ ସବୁକିଛି ଠିକଠାକ ଚାଲିଥିବା ବେଳେ ଶେଷ ୧୫ ମିନିଟ କ୍ରିଟିକାଲ ଟାଇମରେ ଅସୁବିଧା ହୋଇଥିଲା । ଲ୍ୟାଣ୍ଡର ସହିତ ଯୋଗସୂତ୍ର କଟିଯାଇଥିଲା । କିନ୍ତୁ ଚନ୍ଦ୍ରଯାନ-୩ କ୍ଷେତ୍ରରେ ସେପରି ହେବ ନାହିଁ । ସ୍ପିଡ୍‌, ଦିଗ ଓ ଓରିଏଣ୍ଟେସନ୍‌କୁ ନିୟନ୍ତ୍ରଣରେ ରଖିବା ପାଇଁ ସ୍ବୟଂ ଚାଳିତ ବ୍ୟବସ୍ଥା କରାଯାଇଛି । ଯାହାକି ଲ୍ୟାଣ୍ଡରକୁ ଭର୍ଟିକାଲ ଲ୍ୟାଣ୍ଡିଂ କରିବାରେ ସହାୟକ ହେବ । ଏବେ ଅପେକ୍ଷା ୨୩ ତାରିଖ ସନ୍ଧ୍ୟା ସମୟକୁ । ଯାହାକୁ ସାରା ବିଶ୍ବ ଅପେକ୍ଷା କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.