ଖୋର୍ଦ୍ଧା: ବେଆଇନ କରତ କଳରେ ଚଢାଉ । ଖୋର୍ଦ୍ଧା ବନଖଣ୍ଡ ଡେଲାଙ୍ଗ ରେଞ୍ଜ ପାଣିଦୋଳ ଗାଁରେ ଥିବା କରତ କଳରେ ରେଡ । ଜେନେରେଟର, ଶାଗୁଆନ କାଠ ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ କରାଯାଇଛି ।
ସୂଚନା ଅନୁସାରେ, ଖୋର୍ଦ୍ଧା ପାଣି ଦୋଳ ଗାଁରେ ଏକ ବେଆଇନ କରତ କଳ ଦୀର୍ଘ ଦିନ ଧରି ଚାଲି ଆସୁଥିଲା । ଏନେଇ ବନ ବିଭାଗ ନିକଟରେ ଖବର ପହଞ୍ଚିବା ପରେ ଖୋର୍ଦ୍ଧା ଡିଏଫଓଙ୍କ ନିର୍ଦ୍ଧେଶରେ ଏସିଏଫ, ସ୍ଥାନୀୟ ତହସିଲଦାରଙ୍କ ଏକ ଟିମ ସମେତ ବିଭିନ୍ନ ରେଞ୍ଜର କର୍ମଚାରୀ ଓ ପୋଲିସ ଫୋର୍ସ କରତକଳରେ ଚଢାଉ କରିଥିଲେ । ସେଠାରୁ ଜବତ ହୋଇଥିବା କାଠ, ଜେନେରେଟର ସହ ଯନ୍ତ୍ରପାତି ଗୁଡିକୁ ଖୋର୍ଦ୍ଧା ମୁଖ୍ୟାଳୟକୁ ଅଣାଯାଇଛି । ତେବେ କାଠ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ