ETV Bharat / state

ଜଙ୍ଗଲ ନିଆଁକୁ ନେଇ ତତ୍ପର ବନ ବିଭାଗ, 3ଟି ଜିଲ୍ଲାରେ ଅଧିକ ଜଳୁଛି ଜଙ୍ଗଲ

ରାଜ୍ୟରେ ବଢି ଚାଲିଛି ଜଙ୍ଗଲ ନିଆଁ ଏନେଇ ତତ୍ପର ହେଲା ବନ ବିଭାଗ। ଗତ କିଛି ଦିନ ଭିତରେ କନ୍ଧମାଳ, କୋରାପୁଟ ଓ କଳାହାଣ୍ଡି ରେ ଅଧିକ ନିଆଁ ଲାଗୁଛି। ଅଧିକ ପଢନ୍ତୁ

author img

By

Published : Apr 17, 2023, 9:25 PM IST

deal with forest fire
deal with forest fire
deal with forest fire

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ବଢି ଚାଲିଛି ଜଙ୍ଗଲ ନିଆଁ । ଜଙ୍ଗଲ ନିଆଁକୁ ନେଇ ତତ୍ପର ହେଲା ବନ ବିଭାଗ। ଗତ 7 ଦିନ ମଧ୍ୟରେ ଅଧିକ ଜଙ୍ଗଲରେ ନିଆଁ ଲାଗିଥିବା 12 ଡିଭିଜନର ଡିଏଫଓ ଏବଂ ଜିଲ୍ଲାପାଳ ଙ୍କୁ ନେଇ ଶନିବାର ବସିଥିଲା ଉଚ୍ଚ ସ୍ତରୀୟ ବୈଠକ। ଜଙ୍ଗଲରେ ନିଆଁ କିପରି ନ ଲାଗିବ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।

ଏନେଇ ଏସିଏସ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇଆସିଛନ୍ତି। ଜଙ୍ଗଲ ନିଆଁ ରୋକିବାକୁ ବର୍ଷାକୁ ଅପେକ୍ଷା ନକରି ବର୍ଦ୍ଧିତ ବନାଗ୍ନିକୁ ପ୍ରଶମିତ କରିବା ପାଇଁ ସାମୁହିକ ସହଯୋଗ ଦରକାର । ବ୍ୟାପକ ପ୍ରଚାର ପ୍ରସାର, ସଂପୃକ୍ତ ଅଞ୍ଚଳର ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏପଟେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ଜଙ୍ଗଲ ବାହିନୀର ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଘଟିଥିବା 29772 ବନାଗ୍ନି ମଧ୍ୟରୁ 98 ପ୍ରତିଶତରୁ ଅଧିକ ବନାଗ୍ନିକୁ ରୋକା ଯାଇପାରିଛି। ମୋ ଜଙ୍ଗଲ ଆପ ମାଧ୍ୟମରେ ସଦ୍ୟତମ ତଥ୍ୟ ମିଳିପାରୁଛି। ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇ ପ୍ରତ୍ୟେକ ଜିଲ୍ଲା ପାଇଁ ଜିଲ୍ଲା ଅଗ୍ନି ନିବାରଣ ଓ ପ୍ରଶମନ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯାଉଛି । ରାଜ୍ୟ ମୁଖ୍ୟାଳୟ ତଥା ବନଖଣ୍ଡ ସ୍ତରରେ ୨୪ ଘଣ୍ଟିଆ ନିରୀକ୍ଷଣ କକ୍ଷ କାର୍ଯ୍ୟ କରୁଛି । ବନଖଣ୍ଡ ସ୍ତରରେ ଅଗ୍ନି ନିର୍ବାପକ ଦଳ ନିୟୋଜିତ କରାଯାଇ ସେମାନଙ୍କୁ ଲିଫ ବ୍ଲୋଅର ଏବଂ ଟର୍ଚ୍ଚ ଓ ଅନ୍ୟାନ୍ୟ ସୁରକ୍ଷା ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି।

ଏହା ସହ ନିଆଁ ଲଗାଉଥିବା ବ୍ୟକ୍ତି ଙ୍କ ଉପରେ ନଜର ରଖି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଗତକାଲି 300 ରୁ ଅଧିକ ପଏଣ୍ଟ ରେ ନିଆଁ ଲାଗିଥିଲା ଗତ 13 ଓ଼ 14 ତାରିଖ ରେ 800 ରୁ 900 ପଏଣ୍ଟ ରେ ନିଆଁ ଲାଗିଥିଲା। ସମ୍ବଲପୁର କୁ ଛାଡି ବାକି ଜିଲ୍ଲା ରେ 98 ପ୍ରତିଶତ ରୁ ଅଧିକ ନିଆଁ ଲିଭା ଯାଇଛି। ଗତ କିଛି ଦିନ ଭିତରେ କନ୍ଧମାଳ, କୋରାପୁଟ ଓ କଳାହାଣ୍ଡି ରେ ଅଧିକ ନିଆଁ ଲାଗୁଛି ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ଙ୍କ ସୂଚନା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.