ETV Bharat / state

ଜଙ୍ଗଲ ନିଆଁ ଲିଭାଇ ପାରୁନି ବନବିଭାଗ, ପ୍ରଦୂଷଣ ସିଟି ତାଲିକାରେ ରାଉରକେଲା ଶୀର୍ଷରେ

author img

By

Published : Mar 6, 2023, 5:35 PM IST

ଜଙ୍ଗଲ ନିଆଁ ଲିଭାଇ ପାରୁନି ବନ ବିଭାଗ। ଦିନକୁ ଦିନକୁ ବଢ଼ିବାରେ ଲାଗିଛି ଜଙ୍ଗଲ ନିଆଁ। ଏଭଳି ନିଆଁ ଯୋଗୁଁ ରାଜ୍ୟରେ ପ୍ରଦୂଷଣ ସିଟି ଭାବରେ ରାଉରକେଲା ଆଗରେ ରହିଛି। ଅଧିକ ପଢନ୍ତୁ

jungle fire
jungle fire
ଜଙ୍ଗଲ ନିଆଁ ଲିଭାଇ ପାରୁନି ବନବିଭାଗ

ଭୁବନେଶ୍ବର: ରାଜ୍ୟରେ ଦୃତ ଗତିରେ ଜଙ୍ଗଲ ନିଆଁ ବଢିବାରେ ଲାଗିଛି । ନିଆଁ ଲିଭାଇ ପାରୁନି ବନ ବିଭାଗ । ଦିନକୁ ଦିନ ରାଜ୍ୟରେ ଦୃତ ଗତିରେ ବଢ଼ିବାରେ ଲାଗିଛି ଜଙ୍ଗଲ ନିଆଁ। । ଗତକାଲି ପର୍ଯ୍ୟନ୍ତ ୧୩୮୦ ପଏଣ୍ଟରେ ନିଆଁ ଲାଗିଥିଲା । ଆଜି(ସୋମବାର) ସକାଳ ୯ଟା ସୁଦ୍ଧା ୯୩ ପ୍ରତିଶତ ଆୟତ କରାଯାଇଛି । ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ବନ ବିଭାଗର ୨୭୮ଟି ଅଗ୍ନି ନିରାପତ୍ତା ସ୍କ୍ବାଡ୍‌ ଗଠନ କରାଯାଇଛି । ଏହି ଜଙ୍ଗଲ ନିଆଁ ଯୋଗୁଁ ପ୍ରଦୂଷଣ ସିଟି ତାଲିକାରେ ଓଡ଼ିଶାରେ ରାଉରକେଲା ଶୀର୍ଷରେ ରହିଛି ।

ଏନେଇ ବନ ବିଭାଗ ଆକଳନ କରିଛି ଯେ ଫେବୃଆରୀ ଆରମ୍ଭରୁ ମାର୍ଚ୍ଚ 5 ପର୍ଯ୍ୟନ୍ତ ଯେତିକି ସ୍ଥାନରେ ନିଆଁ ଲାଗିଛି ତାହା 97 ପ୍ରତିଶତ । ଶିମିଳିପାଳ କୋରାପୁଟ ସହ ପ୍ରାୟ ଅନେକ ସ୍ଥାନରେ ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭାଗ କର୍ମଚାରୀ, ଜଙ୍ଗଲ ପାଖାପାଖି ଅଞ୍ଚଳରେ ରହୁଥିବା ସ୍ବେଚ୍ଛାସେବୀ ମହିଳା , 278ଟି ଅଗ୍ନି ନିରାପତ୍ତା ସ୍କ୍ବାଡ୍‌ ନିୟୋଜିତ ରହିଛନ୍ତି । ଏହାସହ 4 ଚକିଆ ଗାଡିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କୁ ସଚେତନ କରିବା ପାଇଁ ବନ ସୁରକ୍ଷା ସମିତିର ସାହାଯ୍ୟ ନିଆଯାଉଛି । ଏସଏଚ୍‌ଜି ଗ୍ରୁପ୍ ମହିଳାଙ୍କର ମଧ୍ୟ ସାହାଯ୍ୟ ନିଆଯାଉଛି । ବିଭିନ୍ନ ପ୍ରକାରର ନାଟକ କରି ଲୋକଙ୍କୁ ସଚେତନ କରାଯାଉଛି । କାରଣ ୧୦୦ ପ୍ରତିଶତ ଜଙ୍ଗଲ ନିଆଁ ହେଉଛି ମନୁଷ୍ୟକୃତ । ଜଙ୍ଗଲରେ ପ୍ରାକୃତିକ ନିଆଁ ଲାଗିବା ବହୁତ କମ । କିଛି ଲୋକମାନେ ଜାଣିଶୁଣି ନିଆଁ ଲଗାଉଥିବା ବେଳେ ଆଉ କିଛି ପଶୁ ଶିକାର କରିବା ପାଇଁ ଲଗାଉଛନ୍ତି ।

ଏହାସହ ଜଙ୍ଗଲ ପୋଡ଼ି ଯେଉଁ ଚାଷ କରୁଛନ୍ତି ତାହାଦ୍ଵାରା ମଧ୍ୟ ନିଆଁ ଉଡ଼ି ଜଙ୍ଗଲର ଅନ୍ୟ ଆଡ଼େ ଲାଗିଯାଉ ଥିବାର ନଜର ରହିଛି । ପାଖାପାଖି ୧୦ ପ୍ରତିଶତ ଜଙ୍ଗଲ ବାହାରେ ନିଆଁ ଲାଗୁଛି । ୨୦୨୧ ମସିହାରେ ଯେଉଁଭଳି ଭାବରେ ପାଣିପାଗରେ ପରିବର୍ତ୍ତନ ହୋଇଥିଲା ବର୍ତ୍ତମାନ ସ୍ଥିତି ସେମିତି ରହିଛି । ବର୍ତ୍ତମାନ ଅକ୍ଟୋବର ମାସ ଠାରୁ ରାଜ୍ୟରେ ବର୍ଷା ନାହିଁ । ଦୀର୍ଘ ୬ ମାସ ଧରି ରାଜ୍ୟରେ ବର୍ଷା ହୋଇନାହିଁ । ଯଦି ବର୍ଷା ହୁଏ ତେବେ ରାଜ୍ୟରେ ଜଙ୍ଗଲ ନିଆଁ କମିଯିବ । ନହେଲେ ଯେଭଳି ଭାବରେ ଜଙ୍ଗଲ ନିଆଁକୁ ନେଇ ସଜାଗ ରହି କାମ କରାଯାଉଛି ସେହିଭଳି କାର୍ଯ୍ୟ କରାଯିବ ।

ଅନ୍ୟପଟେ ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ସଦସ୍ୟ ସଚିବ ଡ. କେ. ମୁରୁଗେଶନ କହିଛନ୍ତି, "ଜଙ୍ଗଲରେ ନିଆଁ ଲାଗିଲେ ସିଟି ଉପରେ ତାର ବେଶୀ ପ୍ରଭାବ ପଡ଼ୁନାହିଁ । କିନ୍ତୁ ଓଡ଼ିଶାରେ ରାଉରକେଲା ସିଟି ଉପରେ ମଝିରେ ମଝିରେ ଅଧିକ ପ୍ରଦୂଷଣ ହେଉଛି । ରାଉରକେଲା ସିଟି ଅଞ୍ଚଳରେ ନିକଟରେ ରହିଛି ବୀରମିତ୍ରପୁର ଓ ରାଜଗାଙ୍ଗପୁର ଆଦି ଅଞ୍ଚଳ। ଯେଉଁଠି କି ଅଧିକ ପରିମାଣର ଜଙ୍ଗଲ ରହିଛି । ବିଶେଷ ଭାବରେ ସେଠାରେ ବେଶୀ ନିଆଁ ଲାଗୁଛି । ଭୁବନେଶ୍ୱରକୁ ଲାଗି ଚନ୍ଦକା ରହିଛି । କିନ୍ତୁ ତାହାର ଏତେଟା ପ୍ରଭାବ ସିଟି ଉପରେ ପଡୁନାହିଁ । ଆମ ରାଜ୍ୟରେ କେବଳ ସିଟିକୁ ଦେଖିଲେ ରାଉରକେଲାରେ ବେଶୀ ନିଆଁ ଲାଗୁଛି। କେବଳ ସହର ପ୍ରଦୂଷଣ ମାମଲାରେ ରାଉରକେଲା ଆଗରେ ରହିଛି। ଗତବର୍ଷ ପ୍ରଦୂଷଣ ମାତ୍ରା 160 AQI ରହିଥିବା ବେଳେ ଚଳିତ ବର୍ଷ ଏହା ବୃଦ୍ଧି ଘଟି 200 AQI ହୋଇଥିଲା । ତେବେ କିଭଳି ଜଙ୍ଗଲ ନିଆଁକୁ ରୋକାଯାଇ ପାରିବ ସେନେଇ ବନ ବିଭାଗ ପକ୍ଷରୁ ସ୍କ୍ୱାଡ୍‌ ଗଠନ କରାଯାଇଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ଦୃତ ଗତିରେ ଜଙ୍ଗଲରେ ନିଆଁ ଲାଗିବାର ଲାଗିଛି । ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, କନ୍ଧମାଳ, ସମ୍ବଲପୁର, ଗଜପତି, ଗଞ୍ଜାମ, ଅନୁଗୋଳ, ଦେବଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର ର ଆଦି ଅନେକ ଅଞ୍ଚଳରେ ନିଆଁ ଲାଗିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.