ETV Bharat / state

ଭୁବନେଶ୍ୱରରେ କ୍ରିକେଟ ବିଶ୍ବକପର ଫୁଡ୍ କ୍ରେଜ୍, ବଜାରରେ ମିଳୁଛି ଶାମି କବାବ ଓ ବୁମରା ବିରିୟାନି - ବୁମରା ବିରିୟାନି

ଭୁବନେଶ୍ୱରରେ କ୍ରିକେଟ ବିଶ୍ବକପର ଫୁଡ୍ କ୍ରେଜ୍ । ବଜାରରେ ମିଳୁଛି ସାମି କବାବ ଓ ବୁମରା ବିରିୟାନି । ଅଧିକ ପଢନ୍ତୁ

ଶାମି କବାବ ଓ ବୁମରା ବିରିୟାନି
ଶାମି କବାବ ଓ ବୁମରା ବିରିୟାନି
author img

By ETV Bharat Odisha Team

Published : Nov 19, 2023, 1:55 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ କ୍ରିକେଟ ବିଶ୍ବକପର ଫୁଡ୍ କ୍ରେଜ୍ । ବଜାରରେ ମିଳୁଛି ସାମି କବାବ ଓ ବୁମରା ବିରିୟାନି । ବିଶ୍ବ କପ୍ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଅଷ୍ଟ୍ରେଲିଆ । ଯେଉଁଥିପାଇଁ ସାରା ଦେଶରେ ଭରି ରହିଛି ବେଶ ଉତ୍ସାହ ଓ ଆଗ୍ରହ । ଏହାରି ଭିତରେ କ୍ରିକେଟ ପ୍ରେମୀଙ୍କ ପାଇଁ ବଜାରରେ ଅନ୍‌ଲାଇନରେ ମିଳୁଛି ପ୍ରିୟ ଖେଳାଳିଙ୍କ ପ୍ରିୟ ଖାଦ୍ୟ । ଅନଲାଇନ ଫୁଡ୍ ଡେଲିଭେରୀ ସଂସ୍ଥା ପ୍ରାଇମା ଫୁଡସ ଆଣି ଦେଇଛି ଭେରାଇଟି ଡିସ୍ । ମେନୁରେ ରହିଛି ଶାମି କବାବ ଓ ବୁମରା ବିରିୟାନି ଭଳି ୨୨ ପ୍ରକାର ଆଇଟମ ।

ବିଶ୍ବକପ ମ୍ୟାଚ ଦେଖି ଖାଇବାର ମଜା ନେବାକୁ ଏଭଳି‌ ଅଫର ଆଣିଛି ଏହି ସଂସ୍ଥା । ଅନ୍‌ଲାଇନ୍‌ରେ ଆପ୍‌ ବେସଡ କମ୍ପାନୀ ପ୍ରାଇମା ଫୁଡ୍‌ସ୍‌ ଭାରତୀୟ ଟିମର ପ୍ରିୟ ଖେଳାଳି ମାନଙ୍କର ପସନ୍ଦର ଖାଦ୍ୟକୁ ତିଆରି କରିଛି ଏକ ସ୍ପେଶାଲ ଫୁଡସ । ଘରେ ବସି ଖେଳ ଦେଖିବା ସହ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିବାକୁ ୨୨ଟି ମେନ୍ୟୁ ଅଫର୍ ରଖିଛନ୍ତି । ଯେଉଁଥିରେ ଆକର୍ଷଣ ପାଲଟିଛି ଶାମି କବାବ ଓ ବୁମରା ବିରିୟାନି । ଏଥିସହ ରୋହିତ ଛକେ ଓ ବିରାଟ ଚୋକେ ଆଇଟମ ବି ଲୋକମାନଙ୍କ ଆକର୍ଷଣ ସାଜିଛି ।

ଏହାମଧ୍ୟ ପଢନ୍ତୁ..ବିଶ୍ବକପ 2023 ଫାଇନାଲ: ଭାରତୀୟ ଦଳକୁ CRPF ଯବାନଙ୍କ ଚିୟରଅପ୍‌, କହିଲେ ଜିତେଗା ଭାଇ ଜିତେଗା...

ତେବେ ଚଳିତ ବର୍ଷ ବିଶ୍ବକପ ସିଜିନରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଭାରତୀୟ ବୋଲର ମହମ୍ମଦ ଶାମୀ । ସର୍ବାଧିକ ଓ୍ବିକେଟ ନେଇ ଫ୍ୟାନ୍ସମାନଙ୍କ ଫେଭୋରେଟ ପାଲଟିବା ସହ ବେଶ ଚର୍ଚ୍ଚାରେ ରହିଛନ୍ତି । ତେବେ ଶାମିଙ୍କ ପ୍ରିୟ ଖାଦ୍ୟ କବାବ ହୋଇଥିବା ବେଳେ କବାବକୁ ନେଇ ପ୍ରାଇମା ଫୁଡ୍ସ ସଂସ୍ଥା ପକ୍ଷରୁ ଶାମିଙ୍କ ଫ୍ୟାନସ ପାଇଁ ଆଣିଦେଇଛନ୍ତି ଭେଜ ଓ ନନଭେଜ ୫ର ପ୍ରକାର ଆଇଟମ । ସେହିପରି ବୁମରାଙ୍କ ପ୍ରିୟ ବିରିୟାନି ହୋଇଥିବା ବେଳେ ଦର୍ଶକମାନଙ୍କ ପାଇଁ ବିରିୟାନିର ଦୁଇ ପ୍ରକାର ଆଇଟମ ଅନଲାଇନରେ ଉପଲବ୍ଧ କରିଛି ପ୍ରାଇମା ଫାର୍ମ ଫୁଡସ । ସେହିପରି ଛକାର ନାୟକ ଅର୍ଥାତ ରୋହିତ ଶର୍ମା, ରୋହିଟ ଭାବେ ଚର୍ଚ୍ଚିତ । ରୋହିତ ଶର୍ମାଙ୍କ ଫେଭରାଇଟ ଡିସ୍ ବଡାପାଓ, ପିନଟ ମସାଲା, କୋଥିମ୍ବିରି ଭାଡି ଓ ଚିଜବଲ, ଚିଲି ମସରୁମ, ଆଳୁ ପରଟା ମଧ୍ୟ ପ୍ରାଇମା ଫୁଡସ ଫ୍ୟାନ୍ସଙ୍କ ପାଇଁ ଭେଟି ଦେଉଛି । ସେହିପରି ବିରାଟ କୋହଲିଙ୍କ ଚୌକାକୁ ନେଇ କୋହଲି ଚୋକେ ମେନ୍ୟୁରେ ହରଭର କବାବ ଓ ପନିର ତନ୍ଦୁରି‌ ଟିକା, ଛୋଲେ ଭଟୁରେ, ପିନଟ ମସଲା ଭଳି ଖାଦ୍ୟ ମେନ୍ୟୁରେ ରହିଛି ।

ସେହିପରି କଭର ଡ୍ରାଇଭ ମାଷ୍ଟର ଭାରତୀୟ ପ୍ରିନ୍ସ ଶୁଭମନ ଗିଲସଙ୍କ ପସନ୍ଦର ଖାଦ୍ୟ ମଧ୍ୟ ଭେଟି ଦେଉଛି ପ୍ରାଇମା ଫାର୍ମ ଫୁଡସ । ଏଥିପାଇଁ ଚିକେନ ଏଗ୍‌ ଚପ୍‌, ଗୋଲ୍ଡେନ୍‌ ଫ୍ରେଣ୍ଡସ ପ୍ରନ୍‌ , ଚିକେନ ବଟର ମସାଲା ଓ ବଟର ନାନ୍‌ର ମଧ୍ୟ ଭେଟି ଦେଉଛନ୍ତି ଏହି ଅନଲାଇନ ଫୁଡ୍ ଡେଲିଭେରି ସଂସ୍ଥା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.