ETV Bharat / state

କୁହୁଡିରେ ଢାଙ୍କି ହୋଇଛି ରାଜଧାନୀ, ଦିଶୁନି ରାସ୍ତାଘାଟ

author img

By

Published : Jan 16, 2023, 9:30 AM IST

କୁହୁ଼ଡ଼ି ଚାଦରରେ ଢାଙ୍କି ହୋଇଛି ସ୍ମାର୍ଟିସିଟି । ଭୁବନେଶ୍ବରରେ ପାଗ ଶୁଖିଲା ଥିବାବେଳେ କୁହୁଡ଼ିରେ ଆଚ୍ଛାଦିତ ହୋଇଛି । ସକାଳୁ ସକାଳୁ ଘନ କୁହୁଡ଼ିର ଆସ୍ତରଣ ଥିବାରୁ ରାଜଧାନୀବାସୀ ପ୍ରଭାବିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

heavy fog in bhubaneswar
ଭୁବନେଶ୍ବରେ ଘନ କୁହୁଡ଼ି
ରାଜଧାନୀରେ ଘନ କୁହୁଡ଼ି ଆସ୍ତରଣ

ଭୁବନେଶ୍ବର: କୁହୁଡ଼ି ବଳୟରେ ରାଜଧାନୀ । ଆଜି ଭୁବନେଶ୍ୱରରେ ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । କୁହୁଡ଼ିର ଘନତା ଏତେ ଅଧିକା ରହିଛି ଯେ, ରାସ୍ତାଘାଟ କିଛି ଦୃଶ୍ୟମାନ ହେଉନାହିଁ । ଯାହାଫଳରେ ରାଜଧାନୀବାସୀ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଆଜି ସକାଳୁ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । 10 ମିଟର ଦୂରକୁ କିଛି ଦୃଶ୍ୟମାନ ହେଉନାହିଁ । କୁହୁଡି ଯୋଗୁଁ ବିଭିନ୍ନ ଛକ ଓ ଟ୍ରାଫିକରେ ସମସ୍ୟା ଦେଖା ଦେଇଛି ।

କୁହୁଡ଼ି ଯୋଗୁଁ ଦୁର୍ଘଟଣା ହେବାର ଭୟ ମଧ୍ୟ ରହିଛି । ତେବେ ପାଣିପାଗ ବିଭାଗ ପୂର୍ବରୁ ଏନେଇ ପୁର୍ବନୁମାନ କରିଥିଲା । ଆସନ୍ତା ୧୭ ତାରିଖରେ ୯ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି । ସେହିପରି ୧୮ ତାରିଖରୁ ୬ ଜିଲ୍ଲାରେ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । କୁହୁଡ଼ି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ: Hockey World Cup 2023: ଇଂଲଣ୍ଡକୁ କଡା ଟକ୍କର ଦେଲା ଭାରତ, ପ୍ରଶଂସକଙ୍କ ଗହଣରେ ଖୁସିର ମାହୋଲ

ତେବେ ଉଷ୍ଣ ଜଳୀୟ ବାଷ୍ପପୂର୍ଣ୍ଣ ସାମୁଦ୍ରିକ ବାୟୁ ପ୍ରଭାବ ଯୋଗୁଁ ରାଜ୍ୟରେ ରାତ୍ରିର ତାପମାତ୍ରା ବୃଦ୍ଧି ପାଇଛି । ଯାହା ଫଳରେ ଶୀତ ଆଂଶିକ କମିଥିବା ଜଣାପଡିଛି । ଗୁରୁଚାପ ପ୍ରଭାବ ହେତୁ ରାଜ୍ୟର ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଏହାରି ଭିତରେ ପୁଣି ଆସୁଛି ଏକ ପଶ୍ଚିମା ଝଡ଼ । ଯାହାର ପ୍ରଭାବରେ ଆସନ୍ତା ୧୭ ତାରିଖ ବେଳକୁ ଉତ୍ତର ଆଭ୍ୟନ୍ତର ଏବଂ ତାର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ଦ୍ବନ୍ଦ ଦୂର କଲେ ଏଫଆଇଏଚ ସଭାପତି, ବିର୍ସା ମୁଣ୍ଡା ବିଶ୍ବର ସବୁଠୁ ବଡ ହକି ଷ୍ଟାଡିୟମ

ଆକାଶ ମେଘାଚ୍ଛନ୍ନ ରହିବା ସହ ୧୭ ତାରିଖରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଢେଙ୍କାନାଳରେ ହାଲୁକା ବର୍ଷା ସମ୍ଭାବନା ଥିବା ବେଳେ ୧୮ ତାରିଖରେ କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜରେ ହାଲୁକା ବର୍ଷା ହେବାର ଆକଳନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି ଆଗାମୀ ୫ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଗୁରୁଚାପ ବଳୟ ପ୍ରଭାବରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶା ଓ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡିକରେ ଘନ କୁହୁଡି ସହ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି । ଘନ କୁହୁଡି ପାଇଁ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଢେ଼ଙ୍କାନାଳ, ଜଗତସିଂହପୁର, କଟକ,ପୁରୀ ଓ ଖୋର୍ଦ୍ଧା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.