ଖୋର୍ଦ୍ଧା: କୋଭିଡ କେୟାର ସେଣ୍ଟରରେ ଅଗ୍ନିସୁରକ୍ଷା ଯାଞ୍ଚ କଲେ ଅଗ୍ନିଶମ ଅଧିକାରୀ । ଖୋର୍ଦ୍ଧାରେ ଥିବା ଦୁଇଟି କୋଭିଡ କେୟାର ସେଣ୍ଟରର ଅଗ୍ନି ସୁରକ୍ଷା ଯାଞ୍ଚ କରିଛନ୍ତି ।
ପୁରୀର ଅଗ୍ନିଶମ ବାହିନୀ ଅଧିକାରୀ ଏବଂ ଖୋର୍ଦ୍ଧା ଅଗ୍ନିଶମ ବିଭାଗ ଅଧିକାରୀ ଉଭୟ କେନ୍ଦ୍ର ବୁଲି ଦେଖିଥିଲେ। ଜାମୁଝରି ୫୦୦ ଶଯ୍ୟା ବିଶିଷ୍ଟ କେନ୍ଦ୍ର ଏବଂ ପ୍ରାଣନାଥ ମହାବିଦ୍ୟାଳୟରେ ୧୪୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲାଯାଇଛି। ଉଭୟ କେନ୍ଦ୍ର ସୁରକ୍ଷିତ ରହିଛି ବୋଲି ତଦାରଖ ପରେ କହିଛନ୍ତି ଅଗ୍ନିଶମ ଅଧିକାରୀ। କେବଳ ପ୍ରାଥମିକ ଅଗ୍ନିଶମ ସୁରକ୍ଷା ସରଞ୍ଜାମ ରଖିବାକୁ ପରାମର୍ଶ ଦିଆଯିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ