ETV Bharat / state

ଅବସର ନେଲେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ, 2024 ସୁଧା ଆସିବ ଦୁଇ ଚକିଆ ନିଆଲିଭା ଗାଡ଼ି

author img

By

Published : Apr 30, 2023, 10:15 PM IST

୩୫ ବର୍ଷ କାର୍ଯ୍ୟ ଧାରା ଶେଷ ପରେ ଅବସର ନେଲେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ । ଅଧିକ ପଢ଼ନ୍ତୁ

୨୩-୨୪ ସୁଧା ଆସିବ ଦୁଇ ଚକିଆ ନିଆଲିଭା ଗାଡି
୨୩-୨୪ ସୁଧା ଆସିବ ଦୁଇ ଚକିଆ ନିଆଲିଭା ଗାଡି
୩୫ ବର୍ଷ କାର୍ଯ୍ୟ ଧାରା ଶେଷ ପରେ ଅବସର ନେଲେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ

ଭୁବନେଶ୍ବର: ୩୫ ବର୍ଷ କାର୍ଯ୍ୟ ଧାରା ପରେ ଅବସର ନେଲେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ । ୧୯୮୮ ବ୍ୟାଚ୍‌ର ଏହି ଅଧିକାରୀ ଓଡ଼ିଶା ଅଗ୍ନିଶମ ଓ ହୋମ୍‌ଗାର୍ଡ ଡିଜି ଦାୟିତ୍ବରୁ ଅବସର ଗ୍ରହଣ କରିଛନ୍ତି । ଅବସର ଶେଷ ଦିନରେ ନିଜ ବିଭାଗର ଦୁଇଟି ଅଗ୍ନିଶମ ସେବା କେନ୍ଦ୍ର ଉଦଘାଟନ କରି ନିଜ କର୍ମମୟ ଜୀବନରୁ ବିଦାୟ ନେଇଛନ୍ତି ।

ଅଗ୍ନିଶମ ଡିଜି ଭାବେ ଦାୟିତ୍ବରେ ଥିବା ସମୟରେ ରାଜ୍ୟ ସରକାର ଦୁଇଟି ଅଗ୍ନିଶମ ସେବା କେନ୍ଦ୍ର ଭୁବନେଶ୍ଵରରେ ପ୍ରତିଷ୍ଠା ପାଇଁ ନିଷ୍ପତି ନେଇଥିଲେ । ଚନ୍ଦକା ଅଗ୍ନିସେବା କେନ୍ଦ୍ର ଏବଂ ତମାଣ୍ଡୋ ଅଗ୍ନିସେବା କେନ୍ଦ୍ରର ଦୁଇଟିକୁ ଉଦଘାଟନ କରିଥିଲେ ଡିଜି । ଯାହାର ନିର୍ମାଣ କାମ ଖୁବଶୀଘ୍ର ଆରମ୍ଭ ହେବ । ଡିଜିଙ୍କୁ ବରମୁଣ୍ଡା ଅଗ୍ନିଶମ ତାଲିମ କେନ୍ଦ୍ରରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ବିଭାଗର କର୍ମଚାରୀ ଗ୍ରୁପ୍‌ ସଲାମ ଦେଇ ବିଦାୟୀ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ।

କେଉଁ କେଉଁ ବିଭାଗରେ କାର୍ଯ୍ୟ କରିଛନ୍ତି ଡିଜି ସନ୍ତୋଷ ଉପାଧ୍ୟାୟ: ସନ୍ତୋଷ ଉପାଧ୍ୟାୟ ନିଜ କାର୍ଯ୍ୟକାଳ ସମୟରେ ଜେଲ୍‌ ବିଭାଗର ଡିଜି ଭାବେ କାର୍ଯ୍ୟ କରିଛନ୍ତି । ଏହାସହ କ୍ରାଇମବ୍ରାଞ୍ଚର ଏଡିଜି ଓ ଓଡ଼ିଶା ପୋଲିସର ବହୁ ଗୁରୁତ୍ବପୂର୍ଣ୍ଣ ଵିଭାଗର ଦାୟିତ୍ବ ତୁଲାଇଛନ୍ତି । ଏପରିକି ଅଗ୍ନିଶମ ବିଭାଗର ଡିଜି ସମୟରେ ଅଗ୍ନିଶମ ବିଭାଗ ପାଇଁ ଅନେକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ।

ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, "ଓଡିଶାର ଅଗ୍ନିଶମ ବିଭାଗ ନିର୍ଭିକ । ସବୁ ବିପଦକୁ ସାମ୍ନା କରିବା ପାଇଁ ସର୍ବଦା ତତ୍ପର । ସର୍ବଭାରତୀୟ ସ୍ତରରେ ଓଡିଶା ଅଗ୍ନିଶମ ସେବା ଏକ ନମ୍ବର ଅଗ୍ନିଶମ ସହ ଆପତକାଳୀନ ସେବା ଭାବେ ନିଜର କାର୍ଯ୍ୟ ବଜାୟ ରଖିଛି । ତେଣୁ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ୍‌ ମୁକାବିଲା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଆଧୁନିକରଣକୁ ନେଇ ଅନେକ ପଦକ୍ଷେପ ସରକାର ନେଉଛନ୍ତି । ଏହାସହ ୨୦୨୩-୨୪ ସୁଧା ଓଡ଼ିଶା ଅଗ୍ନିଶମ ସେବାରେ ନିୟୋଜିତ ହେବ ଦୁଇ ଚକିଆ ନିଆଁଲିଭା ଗାଡି । ଯାହାକି ଗଳି କନ୍ଦି ଓ ପ୍ରଶସ୍ତିକରଣ ଅଞ୍ଚଳରେ ବେଶ୍‌ ସହାୟକ ହେବ । ବ୍ୟସ୍ତ ବହୁଳ ମାର୍କେଟରେ ନିଆଁ ଲିଭା ଭଳି ପରିସ୍ଥିତି ଉପୁଜିଲେ ମଧ୍ୟ ଯାଥା ଶୀଘ୍ର ସ୍ଥିତିର ମୁକାବିଲା କରିପାରିବ । ଗ୍ୟାସ୍‌ ପାଇପ୍‌ଲାଇନ୍‌, କେମିକାଲ ଫାୟାର ଯାହାକି ପାଣିରେ ଲିଭାଇବା ସମ୍ଭବ ନୁହେଁ । ସେନେଇ ଫେଣ ବା ଫୋମ ନିଆଁ ଲିଭା ମେସିନ ମଧ୍ୟ ମଗାଯାଇଛି ତାହା ମଧ୍ୟ ୨୩-୨୪ସୁଧା ମିଳିଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.