ETV Bharat / state

ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ, ଜଳିଗଲା 10 ଲକ୍ଷ ଟଙ୍କାର ମୋବାଇଲ - ରାଜଧାନୀ ଉପକଣ୍ଠ ବାଳକାଟି ବଜାରରେ ଅଘଟଣ

ମୋବାଇଲ ଦୋକାନରେ ଭୟବହ ଅଗ୍ନିକାଣ୍ଡ । ଜଳିଗଲା 10 ଲକ୍ଷ ଟଙ୍କାର ମୋବାଇଲ । ଅଗ୍ନିକାଣ୍ଡରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

fire breaks out in balianta khordha
ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ, ଜଳିଗଲା 10 ଲକ୍ଷ ଟଙ୍କାର ମୋବାଇଲ
author img

By

Published : Sep 26, 2022, 4:21 PM IST

ନିଆଳି: ‌ରାଜଧାନୀ ଉପକଣ୍ଠ ବାଳକାଟି ବଜାରରେ ଅଘଟଣ । ମୋବାଇଲ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ମୋବାଇଲ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁରେ ପୋଡ଼ି ହୋଇ ଦୁଇ ଜଣ ଗୁରୁତର ଆହାତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ

ସୂଚନା ଅନୁଯାୟୀ, ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ବଜାରରେ ଅଘଟଣ । ଏକ ମୋବାଇଲ ଦୋକାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି । ରବିବାର ବିଳମ୍ବିତ ରାତିରେ ଦିଲ୍ଲୀପ ସାହୁଙ୍କର ବାଳକାଟି ବଜାରରେ ଥିବା ମୋବାଇଲ ଦୋକାନ ହଠାତ୍ ଜଳି ଉଠିଥିଲା । ଦୋକାନରେ ଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ମୋବାଇଲ ପୋଡି ପାଉଁଶ ହୋଇଯାଇଛି । ଏହି ସମୟରେ ଦୋକାନରେ ଥିବା ୨ କର୍ମଚାରୀ ମଧ୍ୟ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ । ଉଭୟଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ନିଆଯାଇ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବାଲିଅନ୍ତା ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଂଚ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ: BSNL କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ମୂଲ୍ୟର ଯନ୍ତ୍ରାଂଶ

ଅନ୍ୟପଟେ ଦୁଇ ଦିନ ତଳେ ନିଆଳି ବ୍ଲକ ଜଲ୍ଲାରପୁର ସ୍ଥିତ ବିଏସଏନଏଲ କାର୍ଯ୍ୟାଳୟ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜେନେରେଟର ଓ ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କର୍ମଚାରୀ କହୁଥିବା ବେଳେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ସେପଟେ କାର୍ଯ୍ୟାଳୟରେ ନିଆଁ ଲାଗିଥିବାରୁ ଅନେକ କାମ ମଧ୍ୟ ବନ୍ଦ ହୋଇଯାଇଛି । ଗତ କିଛିଦିନ ଧରି ଏହି BSNL କାର୍ଯ୍ୟାଳୟରେ ନାନା ଅଘଟଣ ଲାଗି ରହିଛି । ଗତ ଦୁଇ ମାସ ପୂର୍ବରୁ 48ଟି ବ୍ୟାଟେରୀ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ବେଳେ ଗୁରୁବାର ଅଗ୍ନିକାଣ୍ଡରେ BSNL କର୍ମଚାରୀଙ୍କ କାର୍ଯ୍ୟରେ ସନ୍ଦେହ ସୃଷ୍ଟି କରିଛି ।

ଅନ୍ୟପକ୍ଷରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟି ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା କ୍ଷତି ହେଉଥିବା ଅଭିଯୋଗ ହେଉଛି । ସୂଚନାନୁସାରେ ନିଆଳି ବ୍ଲକର ଜଲ୍ଲାରପୁର ସ୍ଥିତ ବିଏସଏନଏଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଏବଂ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ବିଭିନ୍ନ ସମୟରେ ବିଭିନ୍ନ ଅସୁବିଧା ହେଉଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.