ETV Bharat / state

ଜଳିଗଲା 3ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ - ଖୋର୍ଦ୍ଧା ବ୍ଲକର ବାଜପୁର ଗ୍ରାମ

ବିଳମ୍ବିତ ରାତିରେ ଚାଳ ଘରେ ନିଆଁ ଲାଗି 3 ବଖରା ଘର ଜଳିଯିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ଅଧିକ ପଢନ୍ତୁ

fire breaks out
fire breaks out
author img

By

Published : Jan 3, 2023, 6:39 PM IST

fire breaks out

ଖୋର୍ଦ୍ଧା: ନିଆଁରେ ଜଳିଗଲା 3 ବଖରା ଘର। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ବ୍ଲକର ବାଜପୁର ଗ୍ରାମର ଅଜୟ କୁମାର ବେହେରାଙ୍କ ଘରେ। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଅଜୟଙ୍କ ଚାଳଘରେ ନିଆଁ ଲାଗିଯାଇଥିଲା। ଏନେଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଓ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ନିଆଁ କବଳରେ ଅଜୟଙ୍କ 3 ବଖରା ଚାଳ ଘର ସହ ଏକ ଛୋଟ ଦୋକାନ ଜଳି ନଷ୍ଟ ହୋଇଯାଇଛି । ତେବେ ଅଜୟ ମୁଦ୍ରା ଋଣ ଆଣି ନିଜ ଘରେ ଏକ ଛୋଟ ଦୋକାନ କରି ପରିବାର ପୋଷଣ କରୁଥିଲେ ।

ସେହିଭଳି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ଖାଦ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଥିବା ଦେଖିବାକୁ ମିଳିଛି । ଅଜୟ ଗରିବ ପରିବାରର ହୋଇଥିବାରୁ ତାଙ୍କ ପରିବାର ଚାଳ ଛପର ଘରେ ରହୁଥିଲେ । ପ୍ରଶାସନକୁ ବାରମ୍ବାର ଅଭିଯୋଗ ସତ୍ତ୍ବେ ପକ୍କା ଘର ଟିଏ ମିଳି ନ ଥିବା ଅଭିଯୋଗ କରିଛନ୍ତି ଅଜୟ ।

ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ପହଞ୍ଚି ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ ଦ୍ଵାରା କ୍ଷୟକ୍ଷତିର ଆକଳନ କରିଛନ୍ତି ଏଥି ସହିତ ଅଜୟଙ୍କ ପରିବାରକୁ ଖୁବଶୀଘ୍ର ପକ୍କା ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏନେଇ ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ କହିଛନ୍ତି, ଏହି ଘଟଣା ବିଷୟରେ ତଦନ୍ତ କରି ଖୁବ ଶୀଘ୍ର ସରକାରଙ୍କ ତରଫରୁ ଇନ୍ଦିରାବାସର ବିଜୁ ପକ୍କା ଘର ଯୋଜନାରେ ଅନ୍ତର୍ଭୁକ୍ତ କରି ଦିଆଯିବ। ଏଥିସହ ଯେହେତୁ ମୁଁ ଆଗରୁ ଏହି ପଞ୍ଚାୟତର ସରପଞ୍ଚ ଥିଲି ଏଥିପାଇଁ ମୁଁ ତାଙ୍କୁ ବ୍ୟକ୍ତିଗତ ସାହାଯ୍ୟ ମଧ୍ୟ କରିବି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.