ଖୋର୍ଦ୍ଧା: ଜିଲ୍ଲାର ବେଗୁନିଆ ବ୍ଲକ ଅଧିନସ୍ଥ ଦେଉଳି ପଞ୍ଚାୟତର କୋଚିଆଖାଲ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ବଲ୍ଲଭ ପାଇକରାୟଙ୍କ ଦୁଇ ବଖରା ଘର ସମେତ ଆସବାବପତ୍ର , ଦରକାରୀ କାଗଜପତ୍ର , ଟଙ୍କାପଇସା ପୋଡି ପାଉଁଶ ହୋଇଯାଇଛି। ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ କରାଯାଇଛି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡିନାହିଁ।
ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ