ETV Bharat / state

ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ହଡପ ଘଟଣା: ବ୍ୟାଙ୍କ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ

ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ହଡପ ଘଟଣା । ଦେଢ଼ କୋଟି ଟଙ୍କା ଆତ୍ମସାତ କରିଥିବା ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ରୁଜୁ ହେଲା ମାମଲା । ଅଧିକ ପଢନ୍ତୁ

ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ହଡପ ଘଟଣା:ବ୍ୟାଙ୍କ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ

author img

By

Published : Apr 28, 2022, 3:19 PM IST

ଖୋର୍ଦ୍ଧା : ବହୁ ଚର୍ଚ୍ଚିତ ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ହଡପ ଘଟଣା । ଦେଢ଼ କୋଟି ଟଙ୍କା ଆତ୍ମସାତ କରିଥିବା ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ରୁଜୁ ହେଲା ମାମଲା । ବେଗୁନିଆ ଥାନାରେ ବୁଦ୍ଧିରାମ ଦାସ, ଶାନ୍ତିଲତା ଓଝା ଓ ପ୍ରସନ୍ନ ତୋଷଙ୍କ ନାମରେ ବ୍ୟାଙ୍କ ମୁଖ୍ୟ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

ଅଭିଯୁକ୍ତଙ୍କ ବିରୋଧରେ 409 ଓ 34 ଆଇପିସିରେ ସଙ୍ଗୀନ ଦଫା ଲଗାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଥାଉକି ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ସମ୍ପ୍ରସାରିତ ଶାଖାରେ ଜମାକାରୀଙ୍କ ସଞ୍ଚୟ ଖାତା ଓ ସ୍ଥାୟୀ ଜମା ଖାତାରୁ ଦେଢ଼ କୋଟି ଟଙ୍କାର ଚୁନା ଲଗାଇଛନ୍ତି ବ୍ୟାଙ୍କ କର୍ମଚାରୀ । ଟଙ୍କା ଫେରି ପାଇବା ପାଇଁ ଗତ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ ଜମାକାରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.