ଭୁବନେଶ୍ବର: ପଦ୍ମପୁର ଠାରେ ଜିଏସଟି କର୍ମଚାରୀଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣାରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ଫାଇନାନ୍ସ ସର୍ଭିସ ବିଭାଗ । ଦୁର୍ବ୍ୟବହାର ଓ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଫାଇନାନ୍ସ ସର୍ଭିସ ବିଭାଗ ସହ ଅନ୍ୟ ବିଭାଗ ତରଫରୁ ମିଳିତ ଭାବେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବି ପତ୍ର ଦିଆଯାଇଛି ।
ପଦ୍ମପୁର ଉପନିର୍ବାଚନ ଜାରି ରହିଥିବା ବେଳେ ଜିଏସଟି ରେଡ୍ ହୋଇଥିଲା । ଏହି ସମୟରେ ରେଡ କରିଥିବା ଅଧିକାରୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ହୋଇଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଏଭଳି ଘଟଣାକୁ ଏହାକୁ ନିନ୍ଦା କରିଛି ରାଜ୍ୟ ଫାଇନାନ୍ସ ସର୍ଭିସ ବିଭାଗ । ଖୁବଶୀଘ୍ର ଆକ୍ରମଣ କରିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଦାବିପତ୍ର ମୁଖ୍ୟ ଶାସନ ସଚିବଙ୍କୁ ଦିଆଯାଇଛି । ଏହାସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଡିଜିଙ୍କୁ ମଧ୍ୟ ଆଜି ଓଡିଶା ଫାଇନାସ ସର୍ଭିସ ବିଭାଗ ଓ ଅନ୍ୟ ବିଭାଗର ସଦସ୍ୟମାନେ ମିଳିତ ଭାବେ ଭେଟି ଦାବି ପାତ୍ର ଦେଇଛନ୍ତି । ଅଧିକାରୀମାନଙ୍କୁ ଆକ୍ରମଣ ସହ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରାଯାଇଥିଲା । ଫଳରେ ସରକାରୀ ଅଧିକାରୀମାନେ ଏବେ ଭୟଭୀତ ହୋଇଛନ୍ତି । ସେଥିପାଇଁ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର