ETV Bharat / state

ଶିମିଳିପାଳରେ ମହାବଳ ଫାଇଟ୍, ଜିତିବା ପରେ ଏକାକୀ ବୁଲୁଛି T35; ଜାଣନ୍ତୁ କାହିଁକି ହେଲା ଲଢେଇ - ବାଘ ଲଢେଇ

Tiger Fight: ଶିମିଳିପାଳରେ ମହାବଳ ବାଘଙ୍କ ବିଗ୍ ଫାଇଟ । ଜିତିବା ପରେ T35 ଆଧିପତ୍ୟ ବିସ୍ତାର କରିଥିବା ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

tiger fight
ମହାବଳ ଲଢେଇ
author img

By ETV Bharat Odisha Team

Published : Dec 18, 2023, 5:04 PM IST

Updated : Dec 18, 2023, 10:27 PM IST

ଭୁବନେଶ୍ବର: ଶିମିଳିପାଳରେ ଦୁଇ ମହାବଳର ଲଢ଼େଇ । ଦୁଇ ମହାବଳ ହେଉଛନ୍ତି T31 ଓ T35। ତେବେ ଏହି ଦୁଇ ମହାବଳ ମଧ୍ୟରୁ T 35 ବାଘଟି T 31 ଅପେକ୍ଷା ଯୁବ ବୟସର । ତେବେ ଜଙ୍ଗଲରେ ଆଧିପତ୍ୟ ବିସ୍ତାର କରିବା ପାଇଁ ବାଘଙ୍କ ମଧ୍ୟରେ ହୋଇଥାଏ ଫାଇଟ୍ । ତେବେ ଫାଇଟ ପରେ T 35 ଏକାକୀ ବୁଲୁଥିବା କ୍ୟାମେରାରେ ନଜର ଆସିଛି । ଜଙ୍ଗଲରେ ନିଜର ଏକାକୀ ଆଧିପତ୍ୟ ବିସ୍ତାର କରିବା ପାଇଁ ବାଘ ବାଘ ମଧ୍ୟରେ ଲଢେଇ ହୋଇଥାଏ । ଯାହା ଶିମିଳିପାଳରେ ଦୁଇ ମହାବଳର ଲଢ଼େଇ ହୋଇଥିବା ଅନୁମାନ କରାଯାଉଛି । ଦୁଇ ମହାବଳ ମଧ୍ୟରେ ହୋଇଛି ବଡ ଧରଣର ଲଢେଇ ।

tiger fight
ମହାବଳ ଲଢେଇ

ଦୁଇ ମହାବଳ T31 ଓ T35ଙ୍କ ଲଢେଇକୁ ନେଇ ଜୋର ଧରିଛି ଚର୍ଚ୍ଚା । ତେବେ ଜଙ୍ଗଲରେ ଆଧିପତ୍ୟ ବିସ୍ତାର କରିବା ପାଇଁ ବାଘଙ୍କ ମଧ୍ୟରେ ଲଢେଇ ହେଉଥିବାର ନଜିର ରହିଛି । ତେବେ ଫାଇଟ ପରେ T 35 ଏକାକୀ ବୁଲୁଥିବା କ୍ୟାମେରାରେ ଦେଖିବାକୁ ମିଳିଥିଲା । ଏନେଇ ଶିମିଳିପାଳର କର୍ତ୍ତୃପକ୍ଷଙ୍କ ଏକ ଭିଡିଓ ଏବଂ ଫଟୋ ଜାରି କରିଛନ୍ତି । ଭିଡିଓରେ କିଛି ସମୟ ପରେ ଦେଖାଯାଇଛି ଯେ T 35 ଜଙ୍ଗଲରେ ଏକୁଟିଆ ବୁଲୁଛି । ଅର୍ଥାତ ଏହି T 35 ବାଘଟି ଲଢ଼େଇରେ ଜିତିଥିବାର ଅନୁମାନ କରାଯାଉଛି । 'T' ଅର୍ଥାତ୍ ଟାଇଗର କ୍ୟାମେରା ଲେନ୍ସରେ କଏଦ ହୋଇଥିବା ବାଘର ଗଣନା ଅନୁସାରେ T ଲେଟର ପରେ ନମ୍ବର ରହିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ଅନେକ ଜଙ୍ଗଲରେ ବାଘ ଗଣନା ଆରମ୍ଭ ହୋଇଛି । ଅନେକ ସ୍ଥାନରେ କ୍ୟାମେରା ମାଧ୍ୟମରେ ଗଣନା କରାଯାଉଛି । ଯାହା ଫଳରେ ଓଡିଶାରେ କେଉଁ ଜଙ୍ଗଲରେ କେତେ ବାଘ ରହିଛନ୍ତି ତାହା ଜଣାପଡିବ । ଏପରିକି ଅନେକ ସମୟରେ ଦେଖାଯାଉଛି ବାହାର ରାଜ୍ୟରୁ ମହାବଳ ବାଘ ମଧ୍ୟ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛନ୍ତି । ଏପରିକି ଗତ କିଛି ଦିନ ତଳେ ମହାରାଷ୍ଟ୍ରର ମହାବଳ ବାଘ ଓଡ଼ିଶାରେ ବୁଲୁଥିବାର ନଜରକୁ ଆସିଥିଲା ।

ଏହା ବି ପଢନ୍ତୁ...ସୁନାବେଡାରେ ବୁଲୁଛି କଲରାପତରିଆ ବାଘ; ଲୋକେ ଆତଙ୍କିତ

ଏହି ମହାବଳ ବାଘଟି ୪ଟି ରାଜ୍ୟ ଓ ୭୫୦ କିଲୋମିଟର ଅତିକ୍ରମ କରି ଓଡ଼ିଶାରେ ପହଞ୍ଚି ନିଜର ଏକ ସ୍ଥାନ ନିର୍ଦ୍ଧାରଣ କରି ରହିଥିବା ଜଣାପଡିଥିଲା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜଙ୍ଗଲରେ ବୁଲୁଥିବା ଜୀବ ଜନ୍ତୁଙ୍କ ସମେତ ଗାଈଗୋରୁ ମାରି ଖାଉଥିଲା । ସେହିପରି ରାଜ୍ୟରେ ଅନେକ ଜଙ୍ଗଲରେ କଲରାପତିଆ ବାଘ, ମହାବଳ ବାଘ ପରି ଅନେକ ପ୍ରଜାତିର ବାଘ ମଧ୍ୟ କ୍ୟାମେରାରେ ଚିହ୍ନଟ ହେଉଥିବା ସୂଚନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 18, 2023, 10:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.