ETV Bharat / state

ମୋ କଲେଜ ଅଭିଯାନରେ ୧୫ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସାମିଲ, ଛାତ୍ରଛାତ୍ରୀଙ୍କୁ ଦିଆଯିବ ଜୀବନ ମୂଲ୍ୟବୋଧର ଶିକ୍ଷା

author img

By

Published : Feb 5, 2023, 5:17 PM IST

ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନରେ ଦୁଇଟି ବିଶ୍ବବିଦ୍ୟାଳୟ ଓ ୧୩ଟି ମହାବିଦ୍ୟାଳୟକୁ ୩ କୋଟି ୬୦ ଲକ୍ଷ ୩୪ ହଜାର ୫୫୪ ଟଙ୍କାର ଅର୍ଥ ରାଶି ଅନୁମୋଦିତ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ଜୀବନ ମୂଲ୍ୟବୋଧର ଶିକ୍ଷା ଦିଆଯିବା ଉପରେ ଗୁରୁତ୍ବ ଦେବ ମୋ କଲେଜ କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ

ମୋ କଲେଜ ଅଭିଯାନରେ ୧୫ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସାଢ଼େ ୩ କୋଟି ଅର୍ଥ ଅନୁମୋଦିତ

ଭୁବନେଶ୍ବର: ମୋ କଲେଜ ଅଭିଯାନରେ ୧୫ଟି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ମୋଟ ସାଢ଼େ ୩ କୋଟି ଟଙ୍କାର ଅର୍ଥରାଶି ଅନୁମୋଦିତ କରାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଜୀବନ ମୂଲ୍ୟବୋଧର ଶିକ୍ଷା ଦେବା ସହିତ ସେମାନଙ୍କୁ ପ୍ରତିଷ୍ଠିତ ଆଲୁମ୍‌ନିଙ୍କ ସହାୟତାରେ ଜୀବନର ଆହ୍ବାନକୁ କିପରି ଭାବରେ ସାମ୍ନା କରି ସଫଳ ହେବାକୁ ହେବ ତାହା ମଧ୍ୟ ମୋ କଲେଜ କାର୍ଯ୍ୟକ୍ରମର ଲକ୍ଷ୍ୟ ।

ମୋ କଲେଜ ଅଭିଯାନ ଅନ୍ତର୍ଗତ ପ୍ରକଳ୍ପ ଅନୁଦାନ କାର୍ଯ୍ୟକ୍ରମରେ ଦୁଇଟି ବିଶ୍ବବିଦ୍ୟାଳୟ ଓ ୧୩ଟି ମହାବିଦ୍ୟାଳୟକୁ ସମୁଦାୟ ୩ କୋଟି ୬୦ ଲକ୍ଷ ୩୪ ହଜାର ୫୫୪ ଟଙ୍କାର ଅର୍ଥ ରାଶି ଅନୁମୋଦିତ କରାଯାଇଛି । ଏଥିରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପ୍ରକଳ୍ପ ଗୁଡିକ ହେଲା - ଛାତ୍ରୀ ମାନଙ୍କ ପାଇଁ ରିପୋଗ୍ରାଫିକ ସେଣ୍ଟର ସଂସ୍ଥାପନ।, ହିନ୍ଦୀ ବିଭାଗର ୧୦୦ ଜଣ ଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ ଫର୍ନିଶ ସ୍ମାର୍ଟ କ୍ଲାସ୍‌ରୁମ ଓ ଦୃଷ୍ଟିବାଧିତ ଛାତ୍ରୀମାନଙ୍କ ପାଇଁ ଶିକ୍ଷା ସୁବିଧା ସୁଯୋଗର ବୃଦ୍ଧି । ସେହିଭଳି ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପ୍ରକଳ୍ପ ହେଉଛି ଡକ୍ଟର ନାରାୟଣୀ ପଣ୍ଡା ଆଇଟି କୌଶଳ ସେଣ୍ଟରର ନିର୍ମାଣ । ଯାଜପୁରର ଧର୍ମଶାଳା ମହାବିଦ୍ୟାଳୟ ପାଇଁ ରହିଥିବା ପ୍ରକଳ୍ପ ଗୁଡିକ ହେଉଛି, କଲେଜ କ୍ୟାଣ୍ଟିନ ନିର୍ମାଣ, ବାସ୍କେଟ ବଲ କୋର୍ଟର ନିର୍ମାଣ, ଭଳିବଲ କୋର୍ଟର ନିର୍ମାଣ ଓ ଲ୍ୟାଣ୍ଡସ୍କାପ୍ ଓ ବୃକ୍ଷ ରୋପଣ ।

ପିପିଲି ମହାବିଦ୍ୟାଳୟ ପାଇଁ ମୋ କଲେଜ ଅଭିଯାନ ଅଧିନରେ ରହିଥିବା ପ୍ରକଳ୍ପ ଗୁଡିକ ହେଉଛି, ସ୍ବୟଂଚାଳିତ ଲାଇବ୍ରେରୀ, ଶ୍ରେଣୀଗୃହ ପାଇଁ ପାରସ୍ପରିକ ପ୍ୟାନେଲ୍ ଓ ଭିଡିଓ କନଫରେନ୍ସିଂ ହଲ ପ୍ରତିଷ୍ଠା । ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଚାଳିତ ମହାବିଦ୍ୟାଳୟର ପ୍ରକଳ୍ପଟି ହେଲା ପ୍ରତିଷ୍ଠା କାର୍ଯ୍ୟାଳୟର ନିର୍ମାଣ । ସେହିଭଳି ମୟୂରଭଞ୍ଜ ରୋହିଦାସ ସୋରେନ ଡିଗ୍ରୀ ମହାବିଦ୍ୟାଳୟର ପ୍ରକଳ୍ପଗୁଡିକ ହେଲା ତଳ ତାଲାରେ ପାର୍କିଂ କ୍ଷେତ୍ର ନିର୍ମାଣ, ସିଡ଼ି ଘର ନିର୍ମାଣ ଓ ଶୌଚାଳୟ ନିର୍ମାଣ । ସମ୍ବଲପୁର ବୁର୍ଲାସ୍ଥିତ ବୁର୍ଲା N.A.C. (ଡିଗ୍ରୀ) ମହାବିଦ୍ୟାଳୟରେ ଷ୍ଟାଫ୍ ଶୌଚାଳୟ ନିର୍ମାଣ ପ୍ରକଳ୍ପ ମୋ କଲେଜ ଅଭିଯାନ ଅଧିନରେ କରାଯିବ । ସହିଭଳି ବରଗଡ ମହାତ୍ମା ଡିଗ୍ରୀ ମହାବିଦ୍ୟାଳୟର ପ୍ରକଳ୍ପଗୁଡିକ ହେଉଛି, ପୋର୍ଟିକୋ ନିର୍ମାଣ ଓ ଫ୍ଲାଗ୍ ପୋଷ୍ଟ ଫିଲ୍ଡର ଜମିସ୍ତରର ସମାନ୍ତରୀକରଣ ।

ଗଞ୍ଜାମ ଜିଲ୍ଲାରେ ଥିବା ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁରରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ଗୁଡିକ ହେଉଛି ସମ୍ମିଳନୀ କକ୍ଷ ପାଇଁ ବିଭିନ୍ନ ଉପକରଣର ମରାମତି, ପଠନ କକ୍ଷର ନବୀକରଣ, ଛାତ୍ରଛାତ୍ରୀ ସାଧାରଣ କୋଠରୀ ଏବଂ କର୍ମଚାରୀ କକ୍ଷର ନବୀକରଣ, ଆସବାବପତ୍ର, ଛାତ୍ର ଡେସ୍କ, ଶ୍ରେଣୀଗୃହ ଝରକା ଏବଂ କବାଟ ଗୁଡ଼ିକର ମରାମତି ଓ ସ୍ବୟଂଚାଳିତ ଲାଇବ୍ରେରୀ ନିର୍ମାଣ । କଟକ ଜିଲ୍ଲା ବାଙ୍କିର ରାଣୀ ସୁକଦେଇ ମହିଳା ଡିଗ୍ରୀ ମହାବିଦ୍ୟାଳୟ ପାଇଁ ରହିଥିବା ପ୍ରକଳ୍ପ ହେଉଛି, ଡିଓ ଭିଜୁଆଲ୍ ଏବଂ ସ୍ମାର୍ଟ କ୍ଲାସ୍ ପାଇଁ ଇଣ୍ଟରିୟର ଡିଜାଇନ୍ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସ୍ଥାପନ । ଗଞ୍ଜାମ ମହାବିଦ୍ୟାଳୟ ପ୍ରକଳ୍ପ ଗୁଡିକ ହେଉଛି ସ୍ମାର୍ଟ ଶ୍ରେଣୀଗୃହ ପାଇଁ ଉପକରଣ ଓ କମ୍ପ୍ୟୁଟର ଲ୍ୟାବ ପାଇଁ ୩ଟି ଡେସ୍କଟପ୍, ଗୋଟିଏ ପ୍ରିଣ୍ଟର୍, ୩ଟି ଡେସ୍କଟପ୍ ଟେବୁଲ୍ ଏବଂ ୩ଟି କମ୍ପ୍ୟୁଟର ଚେୟାର କ୍ରୟ କରାଯିବ । ଜଗତସିଂହପୁରର ଅଳକା ଡିଗ୍ରୀ ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍ ପାଇଁ ବିଭିନ୍ନ ଉପକରଣ କ୍ରୟ କରାଯିବ । ସେହିଭଳି କେନ୍ଦୁଝରର ଲକ୍ଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟ ପାଇଁ ରହିଥିବା ପ୍ରକଳ୍ପଗୁଡିକ ହେଲା, ୬୦ଟି ବେଞ୍ଚ ଏବଂ ଡେସ୍କ କ୍ରୟ, ୧୨ଟି ଆଲମିରାର କ୍ରୟ, ୩ଟି ରାକ କ୍ରୟ । ଅନୁଗୋଳ ଷୋଳପଡା ଯୁକ୍ତ ୩ ମହାବିଦ୍ୟାଳୟରେ ଛାତ ସହିତ ଏକ ଖୋଲା ପର୍ଯ୍ୟାୟ ବା ଷ୍ଟେଯର ନିର୍ମାଣ କରାଯିବ । ଅନୁଗୋଳ ବୋଇଣ୍ଡାର ଜନତା କଲେଜର ପ୍ରକଳ୍ପ ଗୁଡିକ ହେଉଛି ଲାଇବ୍ରେରୀ ନବୀକରଣ ଓ ବଗିଚାର ସୌନ୍ଦର୍ଯ୍ୟକରଣ ।

ଛାତ୍ରଛାତ୍ରୀଙ୍କୁ ଜୀବନ ମୂଲ୍ୟବୋଧର ଶିକ୍ଷା ଦେବା ସହିତ ସେମାନଙ୍କୁ ପ୍ରତିଷ୍ଠିତ ଆଲୁମ୍‌ନିଙ୍କ ସହାୟତାରେ ଜୀବନର ଆହ୍ବାନକୁ କିପରି ଭାବରେ ସାମ୍ନା କରି ସଫଳ ହେବାକୁ ହେବ ତାହା ମଧ୍ୟ ମୋ କଲେଜ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷା ଦିଆଯାଉଛି । ପୁରାତନ ଛାତ୍ରଛାତ୍ରୀ ନିଜ ନିଜ ଶିକ୍ଷାନୁଷ୍ଠାନ ସହିତ ଯୋଡି ହୋଇ କିପରି ତାର ସାମଗ୍ରିକ ବିକାଶରେ ସହଯୋଗ କରିବେସ, ତଥା ନିଜର ମହାବିଦ୍ୟାଳୟକୁ କିଛି ଫେରାଇବା ଏବଂ ସେବା ଯୋଗାଇବାର ଜୀବନ୍ତ ଉଦାହରଣ ହେଉଛି ‘ମୋ କଲେଜ ଅଭିଯାନ’ । ବିଭିନ୍ନ ସିଏସଆର ପାଣ୍ଠିରୁ ଅନୁଦାନ ସଂଗ୍ରହ ସହିତ ମହାବିଦ୍ୟାଳୟମାନଙ୍କର ସାମୁହିକ ଉନ୍ନତି, ବିଭିନ୍ନ ଶିକ୍ଷାନୁଷ୍ଠାନରେ ସେମିନାର ଓ ୱେବିନାର ଗୁଡିକର ସଫଳ ପ୍ରସ୍ତୁତି, ଆଲୁମ୍‌ନିମାନଙ୍କର ମହାବିଦ୍ୟାଳୟଗୁଡିକରେ ନିଜର ବୌଦ୍ଧିକ ଯୋଗଦାନ ଦେବା ଏବଂ ବିଭିନ୍ନ ମହାବିଦ୍ୟାଳୟ ତଥା ବିଶ୍ବବିଦ୍ୟାଳୟରେ ଜୀବନ ପରିବର୍ତ୍ତନକାରୀ ଇଭେଣ୍ଟ କରିବା ଏହି କାର୍ଯ୍ୟକ୍ରମର ଏକ ଅଭିନ୍ନ ଅଙ୍ଗ । ‘ମୋ କଲେଜ ଅଭିଯାନ’ ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ସଫଳ ରୂପାୟନ ଏବଂ ବିଭିନ୍ନ ମହାବିଦ୍ୟାଳୟ ତଥା ବିଶ୍ବବିଦ୍ୟାଳୟରେ ବର୍ତ୍ତମାନର ଛାତ୍ରଛାତ୍ରୀ ତଥା ଯୁବପିଢିଙ୍କ ପାଇଁ ଏକ ପ୍ରେରଣାଦାୟକ କାର୍ଯ୍ୟକ୍ରମ ବୋଲି ଏହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.