ETV Bharat / state

କାର-ବାଇକ ମୁହାଁମୁହିଁ ଧକ୍କା, ଆଖି ବୁଜିଲେ ବାପା ଓ ପୁଅ

author img

By

Published : Jun 8, 2022, 11:15 AM IST

Updated : Jun 8, 2022, 1:49 PM IST

ଖୋର୍ଦ୍ଧା- ବଲାଙ୍ଗୀର 57 ନଂ ଜାତୀୟ ରାଜପଥ ନିକଟ ଚକାପଦା ଠାରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ବାଇକ ଆରୋହୀ ବାପା ପୁଅଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

severe road accident in khordha
କାର-ବାଇକ ମୁହାଁମୁହିଁ ଧକ୍କା, ଆଖି ବୁଜିଲେ ବାପା ଓ ପୁଅ

ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗୀର 57 ନଂ ଜାତୀୟ ରାଜପଥ ନିକଟ ଚକାପଦାଠାରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ବାଇକ ଆରୋହୀ ବାପା ପୁଅଙ୍କ ମୃତ୍ୟୁ ଘଟିଛି । ଦୁଇ ମୃତକ ବୋଲଗଡର ମଧୁସୂଦନ ଦାସ ଓ କ୍ଷୀରୋଦ ଦାସ ହୋଇଥିବା ଜଣାପଡ଼ିଛି ।

ଖବର ଅନୁଯାୟୀ, ମଧୁସୂଦନ ଓ ତାଙ୍କ ପୁଅ ବୋଲଗଡରୁ କୌଣସି କାର୍ଯ୍ୟରେ ବାଇକ ଯୋଗେ ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ । ଚକାପଦା ଠାରେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର ସେମାନଙ୍କ ସହ ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା ବାପାପୁଅଙ୍କ ମୃତ୍ୟୁ ହୋଇଛି । ଖବର ପାଇ ବେଗୁନିଆ ଥାନା ପେଲିସ ଘଟଣାସ୍ଥଳରେ ପହଞ୍ଚି କାର ଚାଳକକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jun 8, 2022, 1:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.