ETV Bharat / state

Train Mishap: ବାପା ପହଞ୍ଚିବା ଆଗରୁ ଆଉ କେହି ନେଇଗଲା ପୁଅର ମୃତଦେହ - ଫଟୋ ଧରି ବାପା ଖୋଜୁଛି ପୁଅର ମୃତଦେହ

ଫଟୋ ଧରି ବାପା ଖୋଜୁଛି ପୁଅର ମୃତଦେହ । ହେଲେ ବାପା ପହଞ୍ଚିବା ପୂର୍ବରୁ ଆଉ କେହି ମୃତଦେହ ନେଇଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

balasore train accident
ବାହାନଗା ରେଳ ଦୁର୍ଘଟଣା
author img

By

Published : Jun 8, 2023, 8:01 AM IST

ବାହାନଗା ରେଳ ଦୁର୍ଘଟଣା

ଭୁବନେଶ୍ବର: "ସାର୍ ୧୪ ନମ୍ବର ମୃତଦେହଟି ମୋ ପୁଅର । ତିନି ଦିନ ଧରି ପୁଅର ମୃତଦେହ ଖୋଜି ଖୋଜି ନୟାନ୍ତ ହେଲିଣି । ଶେଷରେ ଜାଣିବାକୁ ପାଇଁ ତାକୁ ଅନ୍ୟ କେହି ନେଇ ଯାଇଛନ୍ତି । ନିତି ହସ୍ପିଟାଲରୁ ହସ୍ପିଟାଲକୁ ଧାଉଁଛି । ହେଲେ ସେଠାରେ କହିଲେ ମୃତଦେହକୁ ବିହାରର ଜଣେ ପରିବାର ନେଇ ଯାଇଛନ୍ତି ବୋଲି । ଏବେ ମୁଁ କଣ କରିବି । କେମିିତି ପୁଅର ମୃତଦେହ ଫେରି ପାଇବି ।" ହାତରେ ଦୁଇଟି ଫଟୋ ଧରି ସଭିଙ୍କୁ ଦେଖାଉଛନ୍ତି ଏବଂ କୋହଭରା କଣ୍ଠରେ କିଛି ଏପରି କହୁଛନ୍ତି ପଶ୍ଚମବଙ୍ଗର ଶିବକାନ୍ତ ରାୟ ।

ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ନିଜ ପୁଅର ମୃତଦେହ ଖୋଜିବା ପାଇଁ ଏ ହସ୍ପିଟାଲରୁ ସେ ହସ୍ପିଟାଲ ହେଉଛନ୍ତି ଶିବକାନ୍ତ । ତାଙ୍କ କହିବା କଥା, ପୁଅ ସେଦିନ କାମ କରିବାକୁ ବାହାର ରାଜ୍ୟକୁ ଯାଉଥିଲା । ଏଥିପାଇଁ ସେ ହାୱଡାରୁ କରମଣ୍ଡଳରେ ବସିଥିଲେ । ଏହାପରେ ଟ୍ରେନ ଦୁର୍ଘଟଣା ଘଟିବା ନେଇ ଖବର ପାଇଲେ । ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଲେ । ଏହାପରେ ପୁଅର ମୃତଦେହ ନେବାକୁ ସଙ୍ଗେସଙ୍ଗେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଥିଲେ । ପ୍ରଥମେ ଭାଇ ସହ ବାଲେଶ୍ବର ଆସିଲେ । ହେଲେ ସେଠାରେ ଦୁଇ ଦିନ ଖୋଜିବା ପରେ ପୁଅର ମୃତଦେହ ପାଇଲେ ନାହିଁ । ଏବେ ସେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ସେଠାରେ ପୁଅର‌ ତ ଖବର ମିଳିଲା । ହେଲେ ମୃତଦେହ ନେବାକୁ ପୋଷ୍ଟମର୍ଟମ ଓ୍ବାର୍ଡ ପହଞ୍ଚିବା ବେଳକୁ ପୂର୍ବରୁ କେହି ମୃତଦେହ ନେଇସାରିଥିବା ଜାଣିବାକୁ ପାଇଲେ ।

ନିଜ ପୁଅର‌ ଜୀବିତ ଅବସ୍ଥାର‌ ଫଟୋ ଦେଖାଇ ମୃତ ଫଟୋ ସହ‌ମେଳ ଖାଉଥିବା କହି ୧୪ନମ୍ବର‌ ଲେଖା ଥିବା ପୁଅର‌ ମୃତଦେହ ତାଙ୍କର ବୋଲି ଦାବି କରିଛନ୍ତି । କିନ୍ତୁ ବିହାରର କୌଣସି ବ୍ୟକ୍ତି ନିଜ ଲୋକ ଭାବି ମୃତଦେହ ନେଇ ସାରିଛନ୍ତି । ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ତାଙ୍କର ଡିଏନଏ ଟେଷ୍ଟ କରାଯାଇଛି । ଯଦି ୧୪ ନମ୍ବର ଫଟୋ ଥିବା ମୃତଦେହ ସହ ମ୍ୟାଚ‌ ହୁଏ ତେବେ କଣ ପୁଅକୁ ଫେରି ପାଇବି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେଠାରେ ପୁଅର ଶେଷକୃତ୍ୟ ସରିଥିବ, ଏବେ କେବଳ ପାଉଁଶକୁ ଅପେକ୍ଷା ବୋଲି ନିରାଶ ହୋଇଛନ୍ତି ଶିବକାନ୍ତ‌ରାୟ । ଏନେଇ ଆମେ ପଶ୍ଚିମବଙ୍ଗର ହେଲ୍ପ ଡେସ୍କକୁ ଯୋଗାଯୋଗ କରିଥିଲୁ । ସେମାନେ କହୁଛନ୍ତି, "ଆମ ପାଖରେ ଏଯାଏ ଅଭିଯୋଗ ପହଞ୍ଚିନାହିଁ । ଆମେ‌ ଦେଖୁଛୁ ସେ ଦିଗରେ ଆମେ ତଦାରଖ କରୁଛୁ ବୋଲି ଜଣେ‌ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।"

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.