ETV Bharat / state

ଟୋକନ କଟିବା ସମସ୍ୟା: ଚାଷୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର - ଖୋର୍ଦ୍ଧା ଚାଷୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର

ସରକାର ଚାଷୀଙ୍କ ମୋବାଇଲରେ ବିକ୍ରି ପାଇଁ ଟୋକନ ମେସେଜ କରି, ଧାନ ନକିଣି ଚୁପ୍ ବସି ପଡିଛନ୍ତି । ଫଳରେ ଆଜି(ଗୁରୁବାର) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗର୍ଭଣୀପଡା ସେବା ସମବାୟ ସମିତିର 33 ଜଣ ଚାଷୀ ଟୋକନ ଅବଧି ବୃଦ୍ଧି ଦାବିରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ଟୋକନ କଟିବା ସମସ୍ୟା: ଚାଷୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର

author img

By

Published : Mar 3, 2022, 10:14 PM IST

ଖୋର୍ଦ୍ଧା: ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଚାଷୀଟିଏ କ୍ଷେତରେ ଧାନ ଫସଲ କରି ଅମଳ କରିଥିଲା । ଲକ୍ଷ୍ୟ ରଖିଥିଲା ସରକାରୀ ଦରରେ ବିକ୍ରି କରି ଦୁଇ ପଇସା ଲାଭ କରିବ । କିନ୍ତୁ, ସରକାର ଚାଷୀଙ୍କ ମୋବାଇଲରେ ବିକ୍ରି ପାଇଁ ଟୋକନ ମେସେଜ କରି, ଧାନ ନକିଣି ଚୁପ୍ ବସି ପଡିଛନ୍ତି । ଫଳରେ ଆଜି(ଗୁରୁବାର) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗର୍ଭଣୀପଡା ସେବା ସମବାୟ ସମିତିର 33 ଜଣ ଚାଷୀ ଟୋକନ ଅବଧି ବୃଦ୍ଧି ଦାବିରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଟୋକନ କଟିବା ସମସ୍ୟା: ଚାଷୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର

ସୂଚନା ଯୋଗ୍ୟ ଯେ, ଗର୍ଭଣୀପଡା ସେବା ସମବାୟ ସମିତିର 33 ଜଣ ଚାଷୀଙ୍କ ଜାନୁଆରୀ 29 ତାରିଖ ଧାନ ବିକ୍ରି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା କିନ୍ତୁ, ସମବାୟ ସମିତିକୁ ଟାର୍ଗେଟ ଆସୁନଥିବା କାରଣରୁ ଚାଷୀଙ୍କ 1133 କୁଇଣ୍ଟାଲ ଧାନ ବିକ୍ରି ସମୟସୀମା 22 ଫେବୃଆରୀ ମାସରୁ ଶେଷ ହୋଇଯାଇଛି । ତେଣୁ, ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଚାଷୀମାନଙ୍କ ଧାନ କିଣିବାକୁ ଚାଷୀମାନେ ଅନୁରୋଧ କରିଛନ୍ତି । ନଚେତ ଆଗାମୀ ଦିନରେ ରାସ୍ତାରୋକ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.