ନିଆଳି: ଧାନର ମାନ ନିରୂପଣକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଚାଷୀମାନେ ସେବା ସମବାୟ ସମିତି ଆଗରେ ହୋ ହାଲ୍ଲା କରୁଥିବା ଖବର ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ତୁରିନ୍ତିରା ସେବା ସମବାୟ ସମିତି ଧାନ ମଣ୍ଡିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସରକାର ସେବା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କିଣି ମିଲର୍ସଙ୍କୁ ଦେବାର ନିୟମ ରହିଛି । ମାତ୍ର FAQ ମାନର ଧାନକୁ ନେଇ ଚାଷୀଙ୍କ ପକ୍ଷରୁ ବିରୋଧ କରାଯାଉଛି ।
ମାନ ନିରୂପଣ ଆଳରେ ସରକାର ଚାଷୀମାନଙ୍କ ଧାନ କ୍ରୟ କରୁନଥିବା ଅଭିଯୋଗ ହୋଇଛି । ଚାଷୀମାନେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି । ତାସହ ପଞ୍ଚାୟତ ନିର୍ବାଚନରେ ଏହାର ଜବାବ ଦେବେ ବୋଲି କହିଛନ୍ତି ଅସନ୍ତୁଷ୍ଟ ଚାଷୀ । ସେପଟେ ମଣ୍ଡିରେ ଧାନ ପଡ଼ିଛି ରହିଛି ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ହେବ ବୋଲି ସମିତିର ସଭାପତି କହିଛନ୍ତି ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ