ETV Bharat / state

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାନ ବସ୍ତା ରଖି ଚାଷୀଙ୍କ ଧାରଣା - ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା

ଖୋର୍ଦ୍ଧା ଜିଲ୍ଲା ଧାନମଣ୍ଡିରେ ପଡିରହିଛି ହଜାର ହଜାର କ୍ୟୁଣ୍ଟାଲ ଧାନ । ଟୋକେନ୍ ଅବଧି ସରିବା ସହ ମିଲର କୁଇଣ୍ଟାଲ ପିଛା ୧୦ରୁ ୧୫କିଲୋ ଧାନ କାଟୁଥିବାରୁ ଚିନ୍ତାରେ ଚ଼ାଷୀ । ଏନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା। ଅଧିକ ପଢନ୍ତୁ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାନ ବସ୍ତା ରଖି ଚାଷୀଙ୍କ ଧାରଣା

author img

By

Published : Mar 15, 2022, 7:44 PM IST

ଖୋର୍ଦ୍ଧା: ଚାଷୀର ପିଛା ଛାଡ଼ୁନି ସମସ୍ୟା। ଜମି ଚାଷ ଠାରୁ ଆରମ୍ଭ କରି ବିକ୍ରି ବଟା ଯାଏଁ ସମସ୍ୟାର ସମ୍ମୁଖିନ ହେଉଛି ଚ଼ାଷୀ। ଏବେ ଚାଷୀର ବିକ୍ରି ସମୟ ଚାଲିଥିବାବେଳେ ପ୍ରଶାସନ ଧାନ କିଣିବାରେ ଟାଳଟୁଳ ନୀତି ଅବଲମ୍ଭନ କରୁଛି। ସୂଚ଼ନାନୁସାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡିରହିଛି ସହ ସହ କୁଇଣ୍ଟାଲ ଧାନ ।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାନ ବସ୍ତା ରଖି ଚାଷୀଙ୍କ ଧାରଣା

ଏପଟେ ସମୟ ଗଡ଼ିବା ସହ ସରିଯାଉଛି ଟୋକେନ୍ ଅବଧି ପୁଣି ମିଲର କୁଇଣ୍ଟାଲ ପିଛା ୧୦ରୁ ୧୫କିଲୋ ଧାନ କାଟୁଥିବାରୁ ଚିନ୍ତାରେ ପଡିଛି ଚାଷୀ। ଫଳରେ ଅଭାବୀ ବିକ୍ରିର ସମ୍ମୁଖିନ ହୋଇଛି ଚାଷୀ । ଏହାର ପ୍ରତିବାଦରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ବସ୍ତା ରଖି ପ୍ରତିବାଦ ଜଣାଇଛି ଚାଷୀ । ସେହିପରି ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ସହ ଚ଼ାଷୀ ଆତ୍ମହତ୍ୟା କରିବ ବୋଲି ଚେତାବନୀ ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.