ETV Bharat / state

5ଦଫା ଦାବିରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ - ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

5 ଦଫା ଦାବିରେ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଚାଷୀ । ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସେମାନେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Nov 8, 2019, 10:43 PM IST

ଖୋର୍ଦ୍ଧା: ପାଞ୍ଚ ଦଫା ଦାବିରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଚାଷୀ । ଜଙ୍ଗଲୀ ହାତୀ ଏବଂ ଅନ୍ୟ ଜୀବଜନ୍ତୁଙ୍କ ଦ୍ଵାରା ଫସଲ କ୍ଷତି ବାବଦରେ ଏକର ପିଛା 20ହଜାର ଟଙ୍କା କ୍ଷତିପୂରଣ, ସେମାନଙ୍କୁ ଅଞ୍ଚଳରୁ ସ୍ଥାନାନ୍ତରଣ ,ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ 29 ଲକ୍ଷ ଟଙ୍କା ସହାୟତା ରାଶୀ ଏବଂ କ୍ଷତି ହୋଇଥିବା ଜମି ମାଲିକ ପାଖରେ ବନବିଭାଗ ପହଞ୍ଚି ସହାୟତା ପ୍ରଦାନ ଆଦି ଦାବିରେ ଶୁକ୍ରବାର ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ଏହି ଚାଷୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଉକ୍ତ ସମସ୍ୟାକୁ ନେଇ ଦୀର୍ଘଦିନର ଅଭିଯୋଗ ସତ୍ତ୍ବେ ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଫଳରେ ବାଧ୍ୟହୋଇ ଆଜି ବନଖଣ୍ଡ କାର୍ଯ୍ୟାଳୟ ଘେରାଉ କରିଥିଲେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ, ଗୋଳବାଇ, ଗୋଡିପଡା, ରାମେଶ୍ବର, ଅଚ୍ୟୁତପୁର ଗ୍ରାମର ଶତାଧିକ ଚାଷୀ । ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ସେମାନେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ପାଞ୍ଚ ଦଫା ଦାବିରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

Body:ଖୋର୍ଦ୍ଧା : ଜଙ୍ଗଲୀ ହାତୀ ଏବଂ ଏନ୍ୟ ଜୀବଜନ୍ତୁ ଙ୍କ ଦ୍ଵାରା ଫସଲ କ୍ଷତି ବାବଦରେ ଏକର ପିଛା 20ହଜାର ଟଙ୍କା କ୍ଷତିପୂରଣ, ହାତୀ ଏବଂ ଜଙ୍ଗଲୀ ଜନ୍ତୁଙ୍କୁ ଅଂଚଳରୁ ସ୍ଥାନାନ୍ତର,ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣରେ ମୃତ୍ୟୁବରଣ ସହାୟତା 29 ଲକ୍ଷ ଟଙ୍କା ପ୍ରଦାନ ଏବଂ କ୍ଷତି ହୋଇଥିବା ଜମି ମାଲିକ ପାଖରେ ବନବିଭାଗ ପହଂଚି ସହାୟତା ପ୍ରଦାନ ଆଦି ପାଞ୍ଚ ଦଫା ଦାବିରେ ଆଜି ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ,ଗୋଳବାଇ,ଗୋଡିପଡା, ରାମେଶ୍ୱର,ଅଚ୍ୟୁତପୁର ଆଦି ଗ୍ରାମର ଶତାଧିକ ଚାଷୀ ଏକାଠି ହୋଇ ଘେରାଉ କରିଛନ୍ତି । ଏସମ୍ପର୍କରେ ଦୀର୍ଘଦିନ ଧରି ବାରମ୍ବାର ଅଭିଯୋଗ ସତ୍ୱେ ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ବାଧ୍ୟହୋଇ ଆଜି ବନଖଣ୍ଡ କାର୍ଯ୍ୟାଳୟ ଘେରାଉ କରିଥିବା କହିଛନ୍ତି ଚାଷୀ । ଏହାପରେ ଯଦି ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।

Conclusion:ବାଇଟ - କେଳୁ ଜଗଦେବ, କ୍ଷତିଗ୍ରସ୍ତ ଚାଷୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.