ETV Bharat / state

ଧାନ ବିକ୍ରୟ ପଞ୍ଜିକରଣ ଲିଷ୍ଟରେ ନାହିଁ ନାମ, ପ୍ରତିବାଦରେ ଚାଷୀଙ୍କ ଧାରଣା

ଧାନ ବିକ୍ରୟ ପଞ୍ଜିକରଣ ନେଇ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ୨୦ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ସମବାୟ ବିଭାଗର ଉପ ସହକାରୀ ନିବନ୍ଧକ । ଅଧିକ ପଢନ୍ତୁ... ଅଧିକ ପଢନ୍ତୁ...

author img

By

Published : Oct 1, 2021, 7:40 PM IST

ଧାନ ବିକ୍ରୟ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟାରୁ ବାଦ୍ ପଡିବା ପ୍ରତିବାଦରେ ଚାଷୀଙ୍କ ଧାରଣା

ଖୋର୍ଦ୍ଧା: ଚାଷୀ ମାନଙ୍କର ଧାନ ବିକ୍ରୟ ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ନେଇ ଜିଲ୍ଲାରେ ଦେଖା ଦେଇଛି ବିବାଦ । ବେଗୁନିଆ ବ୍ଲକ ବଡ଼ବେରଣା ସମବାୟ ସମିତି ମାଧ୍ୟମରେ ଚାଷୀ ଖରିଫ ଧାନ ୨୦୨୧-୨୨ ମସିହାରେ ବିକ୍ରୟ କରିବା ପାଇଁ ନାମ ପଞ୍ଜିକୃତ କରିବା ନିମନ୍ତେ ଆବଶ୍ୟକୀୟ କାଗଜପତ୍ର ଦେଇ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଆବେଦନ କରିଥିଲେ ।

କିନ୍ତୁ ଦୁର୍ଭାଗ୍ୟବଶତଃ ଆବେଦନ କରିଥିବା ପ୍ରାୟ ୬୪୫ ଜଣ ଚାଷୀଙ୍କ ମଧ୍ୟରୁ ମାତ୍ର ୪୧୭ଜଣଙ୍କ ନାମ ପଞ୍ଜିକୃତ ହୋଇଥିବା ବେଳେ ୨୨୮ଜଣ ଚାଷୀ ବାଦ ପଡିଛନ୍ତି । ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଚାଷୀ ମାନେ ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ ଦାବିରେ ଆଜି (ଶୁକ୍ରବାର) ବଡ଼ବେରଣା ସମବାୟ ସମିତି ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ।

ସେପଟେ ଚାଷୀଙ୍କ ଧାରଣା ସମ୍ପର୍କରେ ଖବର ପାଇ ଖୋର୍ଦ୍ଧା ସମବାୟ ବିଭାଗର ଉପ ସହକାରୀ ନିବନ୍ଧକ ପହଁଞ୍ଚି ଚାଷୀଙ୍କ ସହ ଆଲୋଚନା କରି ଆସନ୍ତା 20ତାରିଖ ପର୍ଯ୍ୟନ୍ତ ମହଲତ ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ତେବେ ପୂର୍ବରୁ ମଧ୍ୟ ଏହି ସମିତିରେ ଚାଷୀ ପଞ୍ଜିକରଣ ଓ ସାର ଦୁର୍ନୀତି ଅଭିଯୋଗରେ ଚାଷୀ ବାଘମାରି କଣ୍ଟିଲୋ ରାଜ୍ୟ ରାଜପଥ 8 ଘଣ୍ଟା ଅବରୋଧ କରିଥିଲେ । ଆଉ ଏହାପରେ ସମବାୟ ବିଭାଗ ପକ୍ଷରୁ ସମିତି ସମ୍ପାଦକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲା । ସେପଟେ ଏହି ଘଟଣାରେ ଅକ୍ଟୋବର 20 ସୁଦ୍ଧା ଦାବି ପୂରଣ ନହେଲେ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.